Posted inTrending, ଖେଳ

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା ସଠିକ ଡାଇରେକ୍ଟ ହିଟ ମ୍ୟାଚ୍‌ର ଫଳାଫଳ ବଦଳାଇପାରେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ଭାରତୀୟ ବ୍ୟାଟର୍‌ ସୁବ୍ରମଣ୍ୟମ ବଦ୍ରିନାଥ ଏବଂ ଆର୍‌. ଶ୍ରୀଧର ନିଜ ପସନ୍ଦର ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ ଏକାଦଶ ଚୟନ କରିଛନ୍ତି। ଏହି ଏକାଦଶରେ ଭାରତର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ନିଜ ସମୟର ଅନ୍ୟତମ ଚମତ୍କାର ଫିଲ୍ଡର୍‌ ଭାବେ ପରିଚିତ ଯୁବରାଜ ସିଂହଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାର୍କ ଟେଲର ଏବଂ ୱେଷ୍ଟଇଣ୍ଡଜ୍‌ର ମହାନ ଗର୍ଡନ ଗ୍ରୀନିଜଙ୍କୁ ପନର୍‌ ଭାବେ ଚୟନ କରାଯାଇଛି। ଟେଲର ସ୍ଲିପ୍‌ରେ ନିଜ ଚମତ୍କାର କ୍ୟାଚିଂ ପାଇଁ ପରିଚିତ ଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୧୭ ମ୍ୟାଚ୍‌ରୁ ୨୧୩ଟି କ୍ୟାଚ ରହିଛି। ଗ୍ରୀନିଜ ମଧ୍ୟ ୧୪୧ଟି କ୍ୟାଚ ଧରିଥିଲେ।

ମିଡିଲ ଅର୍ଡରରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଏବଂ ଆଣ୍ଡ୍ରୁ ସାଇମଣ୍ଡ୍ସଙ୍କୁ ରଖାଯାଇଛି। ପଣ୍ଟିଂ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୫୬୦ ମ୍ୟାଚ ଖେଳି ୩୬୪ଟି କ୍ୟାଚ ନେଇଥିଲେ। ସାଇମଣ୍ଡ୍ସ ତାଙ୍କ ଶକ୍ତିଶାଳୀ ଥ୍ରୋ ଏବଂ ଡାଇରେକ୍ଟ ହିଟ ପାଇଁ ବେଶ ଚର୍ଚ୍ଚିତ ଥିଲେ। ଏହା ସହ ୱେଷ୍ଟଇଣ୍ଡିଜ୍‌ର ଭିଭ ରିଚାଡର୍‌ସ ଏବଂ ଭାରତର ସୁରେଶ ରୈନାଙ୍କୁ ମଧ୍ୟ ଏକାଦଶରେ ସାମିଲ କରାଯାଇଛି। ରୈନା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ ୧୬୭ଟି କ୍ୟାଚ ନେଇଛନ୍ତି। ଉଇକେଟକିପର୍‌ ଭାବେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଚୟନ କରାଯାଇଛି। ଧୋନୀଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୮୨୯ଟି ଉଇକେଟକିପିଂ ଡିସମିସାଲ ରହିଛି।

ଭାରତର ମହାନ ଅଲ୍‌ରାଉଣ୍ଡର୍‌ କପିଲ ଦେବ ଏବଂ ରବୀନ୍ଦ୍ର ଜଡେଜାଙ୍କୁ ମଧ୍ୟ ଏହି ଏକାଦଶରେ ସାମିଲ କରାଯାଇଛି। କପିଲ ଦେବ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୩୫ଟି କ୍ୟାଚ ନେଇଥିବାବେଳେ ଜଡେଜାଙ୍କ ନାମରେ ୩୭୭ ମ୍ୟାଚ୍‌ରେ ୧୫୮ଟି କ୍ୟାଚ ରହିଛି।

ଇଂଲଣ୍ଡର ବେନ ଷ୍ଟୋକ୍ସ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର୍‌ ବ୍ରେଟ ଲିଙ୍କୁ ମଧ୍ୟ ଏହି ଅଲ-ଟାଇମ ଫିଲ୍ଡର୍ସ ଏକାଦଶରେ ସ୍ଥାନ ମିଳିଛି। ଷ୍ଟୋକ୍ସ ୨୭୯ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୯୨ଟି କ୍ୟାଚ ନେଇଛନ୍ତି। ସେହିପରି ବ୍ରେଟ ଲି ୩୨୨ଟି ମ୍ୟାଚ୍‌ରେ ୮୩ଟି କ୍ୟାଚ ଧରିଥିଲେ।

ମାର୍କ ଟେଲର, ଗର୍ଡନ ଗ୍ରୀନିଜ, ରିକି ପଣ୍ଟିଂ, ଭିଭ ରିଚାଡର୍‌ସ, ସୁରେଶ ରୈନା, ଆଣ୍ଡ୍ରୁ ସାଇମଣ୍ଡ୍ସ, ଏମଏସ ଧୋନୀ(ଉଇକେଟକିପର୍‌), ବେନ ଷ୍ଟୋକ୍ସ, କପିଲ ଦେବ, ରବୀନ୍ଦ୍ର ଜଡେଜା ଏବଂ ବ୍ରେଟ ଲି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼, ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?