Posted inTrending, ଖେଳ

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା ସଠିକ ଡାଇରେକ୍ଟ ହିଟ ମ୍ୟାଚ୍‌ର ଫଳାଫଳ ବଦଳାଇପାରେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ଭାରତୀୟ ବ୍ୟାଟର୍‌ ସୁବ୍ରମଣ୍ୟମ ବଦ୍ରିନାଥ ଏବଂ ଆର୍‌. ଶ୍ରୀଧର ନିଜ ପସନ୍ଦର ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ ଏକାଦଶ ଚୟନ କରିଛନ୍ତି। ଏହି ଏକାଦଶରେ ଭାରତର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ନିଜ ସମୟର ଅନ୍ୟତମ ଚମତ୍କାର ଫିଲ୍ଡର୍‌ ଭାବେ ପରିଚିତ ଯୁବରାଜ ସିଂହଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାର୍କ ଟେଲର ଏବଂ ୱେଷ୍ଟଇଣ୍ଡଜ୍‌ର ମହାନ ଗର୍ଡନ ଗ୍ରୀନିଜଙ୍କୁ ପନର୍‌ ଭାବେ ଚୟନ କରାଯାଇଛି। ଟେଲର ସ୍ଲିପ୍‌ରେ ନିଜ ଚମତ୍କାର କ୍ୟାଚିଂ ପାଇଁ ପରିଚିତ ଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୧୭ ମ୍ୟାଚ୍‌ରୁ ୨୧୩ଟି କ୍ୟାଚ ରହିଛି। ଗ୍ରୀନିଜ ମଧ୍ୟ ୧୪୧ଟି କ୍ୟାଚ ଧରିଥିଲେ।

ମିଡିଲ ଅର୍ଡରରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଏବଂ ଆଣ୍ଡ୍ରୁ ସାଇମଣ୍ଡ୍ସଙ୍କୁ ରଖାଯାଇଛି। ପଣ୍ଟିଂ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୫୬୦ ମ୍ୟାଚ ଖେଳି ୩୬୪ଟି କ୍ୟାଚ ନେଇଥିଲେ। ସାଇମଣ୍ଡ୍ସ ତାଙ୍କ ଶକ୍ତିଶାଳୀ ଥ୍ରୋ ଏବଂ ଡାଇରେକ୍ଟ ହିଟ ପାଇଁ ବେଶ ଚର୍ଚ୍ଚିତ ଥିଲେ। ଏହା ସହ ୱେଷ୍ଟଇଣ୍ଡିଜ୍‌ର ଭିଭ ରିଚାଡର୍‌ସ ଏବଂ ଭାରତର ସୁରେଶ ରୈନାଙ୍କୁ ମଧ୍ୟ ଏକାଦଶରେ ସାମିଲ କରାଯାଇଛି। ରୈନା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ ୧୬୭ଟି କ୍ୟାଚ ନେଇଛନ୍ତି। ଉଇକେଟକିପର୍‌ ଭାବେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଚୟନ କରାଯାଇଛି। ଧୋନୀଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୮୨୯ଟି ଉଇକେଟକିପିଂ ଡିସମିସାଲ ରହିଛି।

ଭାରତର ମହାନ ଅଲ୍‌ରାଉଣ୍ଡର୍‌ କପିଲ ଦେବ ଏବଂ ରବୀନ୍ଦ୍ର ଜଡେଜାଙ୍କୁ ମଧ୍ୟ ଏହି ଏକାଦଶରେ ସାମିଲ କରାଯାଇଛି। କପିଲ ଦେବ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୩୫ଟି କ୍ୟାଚ ନେଇଥିବାବେଳେ ଜଡେଜାଙ୍କ ନାମରେ ୩୭୭ ମ୍ୟାଚ୍‌ରେ ୧୫୮ଟି କ୍ୟାଚ ରହିଛି।

ଇଂଲଣ୍ଡର ବେନ ଷ୍ଟୋକ୍ସ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର୍‌ ବ୍ରେଟ ଲିଙ୍କୁ ମଧ୍ୟ ଏହି ଅଲ-ଟାଇମ ଫିଲ୍ଡର୍ସ ଏକାଦଶରେ ସ୍ଥାନ ମିଳିଛି। ଷ୍ଟୋକ୍ସ ୨୭୯ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୯୨ଟି କ୍ୟାଚ ନେଇଛନ୍ତି। ସେହିପରି ବ୍ରେଟ ଲି ୩୨୨ଟି ମ୍ୟାଚ୍‌ରେ ୮୩ଟି କ୍ୟାଚ ଧରିଥିଲେ।

ମାର୍କ ଟେଲର, ଗର୍ଡନ ଗ୍ରୀନିଜ, ରିକି ପଣ୍ଟିଂ, ଭିଭ ରିଚାଡର୍‌ସ, ସୁରେଶ ରୈନା, ଆଣ୍ଡ୍ରୁ ସାଇମଣ୍ଡ୍ସ, ଏମଏସ ଧୋନୀ(ଉଇକେଟକିପର୍‌), ବେନ ଷ୍ଟୋକ୍ସ, କପିଲ ଦେବ, ରବୀନ୍ଦ୍ର ଜଡେଜା ଏବଂ ବ୍ରେଟ ଲି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?