Posted inTrending

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ ପଦକ। ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗରେ ସେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ କୋରିଆର ୟେଜିନ ଓହଙ୍କୁ ଶୁଟ-ଅଫ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି।

ଫାଇନାଲ ମୁକାବିଲା ଅତ୍ୟନ୍ତ ରୋମାଞ୍ଚକର ରହିଥିଲା। ପାଞ୍ଚଟି ସେଟ ପରେ ଉଭୟ ତୀରନ୍ଦାଜ ୫-୫ରେ ସମାନ ସ୍ଥିତିରେ ଥିଲେ। ଫଳରେ ସ୍ବର୍ଣ୍ଣ ପଦକ ପାଇଁ ଶୁଟ-ଅଫ୍‌ର ସହାୟତା ନିଆଯାଇଥିଲା। ଏଠାରେ କୁମକୁମଙ୍କ ଚାପମୁକ୍ତ ପ୍ରଦର୍ଶନ ତାଙ୍କୁ ବିଜୟ ଦେଇଥିଲା। ଫାଇନାଲ୍‌ ଆରମ୍ଭ କୁମକୁମଙ୍କ ପାଇଁ ଭଲ ହୋଇ ନ ଥିଲା। ସେ ପ୍ରଥମ ସେଟକୁ ୨୭-୨୯ରେ ହାରିଥିଲେ। ଦ୍ୱିତୀୟ ସେଟ ୨୯-୨୯ରେ ଡ୍ର’ ହୋଇଥିଲା। ଏହାପରେ ମଧ୍ୟ ଭାରତୀୟ ତୀରନ୍ଦାଜ ପଛରେ ରହିଥିଲେ।

ତେବେ କୁମକୁମ ଧୈଯ୍ୟ ହରାଇ ନ ଥିଲେ। ତୃତୀୟ ସେଟ୍‌ରେ ସେ ତିନୋଟି ପରଫେକ୍ଟ-୧୦ ସହ ୩୦ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟପଟେ ୟେଜିନ ୨୯ ପଏଣ୍ଟ କରିଥିଲେ। ଫଳରେ ମୁକାବିଲା ୩-୩ରେ ସମାନ ହୋଇଥିଲା। ଚତୁର୍ଥ ସେଟ୍ରେ କୁମକୁମ ୨୭ ପଏଣ୍ଟ କରିଥିବା ବେଳେ କୋରିଆର ତୀରନ୍ଦାଜ ୨୮ ପଏଣ୍ଟ କରି ସେଟ ଜିତିଥିଲେ। କିନ୍ତୁ ପଞ୍ଚମ ସେଟ୍‌ରେ କୁମକୁମ ପୁଣି ଚମତ୍କାର ପ୍ରଦର୍ଶନ କରି ପରଫେକ୍ଟ ୩୦ ସ୍କୋର କରିଥିଲେ। ପାଞ୍ଚଟି ସେଟ ପରେ ସ୍କୋର ୫-୫ ହେବାରୁ ଶୁଟ-ଅଫ ହୋଇଥିଲା। ଏଠାରେ ୟେଜିନ ଓହ ୮ ପଏଣ୍ଟରେ ତୀର ମାରିଥିଲେ। କୁମକୁମ ମଧ୍ୟଭାଗର ନିକଟତର ଟାର୍ଗେଟ କରି ବିଜୟ ନିଶ୍ଚିତ କରିଥିଲେ। ଶୁଟ-ଅଫ୍‌ରେ ଯେଉଁ ଖେଳାଳିଙ୍କ ତୀର ମଧ୍ୟବିନ୍ଦୁର ଅଧିକ ନିକଟରେ ଲାଗେ, ତାଙ୍କୁ ବିଜେତା ଘୋଷଣା କରାଯାଏ। ଏହି ନିୟମରେ କୁମକୁମ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

୨୦୨୬ ଏସିଆନ ଗେମ୍ସରେ କୁମକୁମ ମୋହଦଙ୍କ ପାଇଁ ଏହା ତୃତୀୟ ପଦକ। ସେ ଏପର୍ଯ୍ୟନ୍ତ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି। ମହିଳା ରିକର୍ଭ ଏକକ ବର୍ଗର ସୱର୍ଣ୍ଣ ସହ ସେ ଏସିଆନ ଗେମ୍ସରେ ପଦକ ହ୍ୟାଟ୍ରିକ ପୂରଣ କରିଛନ୍ତି।

ଏଥର ତୀରନ୍ଦାଜୀରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି କ୍ରୀଡ଼ାରେ ଦକ୍ଷିଣ କୋରିଆର ଦୀର୍ଘଦିନର ପ୍ରଭାବ ଥିବା ସତ୍ତ୍ୱେ ଭାରତୀୟ ତୀରନ୍ଦାଜମାନେ ଚଳିତ ସଂସ୍କରଣରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସ ୨୦୨୬ରେ ଭାରତ ଏପର୍ଯ୍ୟନ୍ତ ମୋଟ ୭୭ଟି ପଦକ ଜିତିଛି। ଏଥିରେ ୧୭ଟି ସ୍ବର୍ଣ୍ଣ ରହିଛି। ପଦକ ତାଲିକାରେ ଭାରତ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି। ପଦକ ତାଲିକାର ଶୀର୍ଷରେ ଚାଇନା ରହିଥିବା ବେଳେ ଜାପାନ, ଦକ୍ଷିଣ କୋରିଆ ଏବଂ ଉଜବେକିସ୍ତାନ ଭାରତଠାରୁ ଉପରେ ରହିଛନ୍ତି। ଉଜବେକିସ୍ତାନର ୨୦ଟି ସ୍ବର୍ଣ୍ଣ ଥିବାରୁ ଭାରତଠାରୁ ଆଗରେ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?