Posted inTrending

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ ପଦକ। ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗରେ ସେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ କୋରିଆର ୟେଜିନ ଓହଙ୍କୁ ଶୁଟ-ଅଫ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି।

ଫାଇନାଲ ମୁକାବିଲା ଅତ୍ୟନ୍ତ ରୋମାଞ୍ଚକର ରହିଥିଲା। ପାଞ୍ଚଟି ସେଟ ପରେ ଉଭୟ ତୀରନ୍ଦାଜ ୫-୫ରେ ସମାନ ସ୍ଥିତିରେ ଥିଲେ। ଫଳରେ ସ୍ବର୍ଣ୍ଣ ପଦକ ପାଇଁ ଶୁଟ-ଅଫ୍‌ର ସହାୟତା ନିଆଯାଇଥିଲା। ଏଠାରେ କୁମକୁମଙ୍କ ଚାପମୁକ୍ତ ପ୍ରଦର୍ଶନ ତାଙ୍କୁ ବିଜୟ ଦେଇଥିଲା। ଫାଇନାଲ୍‌ ଆରମ୍ଭ କୁମକୁମଙ୍କ ପାଇଁ ଭଲ ହୋଇ ନ ଥିଲା। ସେ ପ୍ରଥମ ସେଟକୁ ୨୭-୨୯ରେ ହାରିଥିଲେ। ଦ୍ୱିତୀୟ ସେଟ ୨୯-୨୯ରେ ଡ୍ର’ ହୋଇଥିଲା। ଏହାପରେ ମଧ୍ୟ ଭାରତୀୟ ତୀରନ୍ଦାଜ ପଛରେ ରହିଥିଲେ।

ତେବେ କୁମକୁମ ଧୈଯ୍ୟ ହରାଇ ନ ଥିଲେ। ତୃତୀୟ ସେଟ୍‌ରେ ସେ ତିନୋଟି ପରଫେକ୍ଟ-୧୦ ସହ ୩୦ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟପଟେ ୟେଜିନ ୨୯ ପଏଣ୍ଟ କରିଥିଲେ। ଫଳରେ ମୁକାବିଲା ୩-୩ରେ ସମାନ ହୋଇଥିଲା। ଚତୁର୍ଥ ସେଟ୍ରେ କୁମକୁମ ୨୭ ପଏଣ୍ଟ କରିଥିବା ବେଳେ କୋରିଆର ତୀରନ୍ଦାଜ ୨୮ ପଏଣ୍ଟ କରି ସେଟ ଜିତିଥିଲେ। କିନ୍ତୁ ପଞ୍ଚମ ସେଟ୍‌ରେ କୁମକୁମ ପୁଣି ଚମତ୍କାର ପ୍ରଦର୍ଶନ କରି ପରଫେକ୍ଟ ୩୦ ସ୍କୋର କରିଥିଲେ। ପାଞ୍ଚଟି ସେଟ ପରେ ସ୍କୋର ୫-୫ ହେବାରୁ ଶୁଟ-ଅଫ ହୋଇଥିଲା। ଏଠାରେ ୟେଜିନ ଓହ ୮ ପଏଣ୍ଟରେ ତୀର ମାରିଥିଲେ। କୁମକୁମ ମଧ୍ୟଭାଗର ନିକଟତର ଟାର୍ଗେଟ କରି ବିଜୟ ନିଶ୍ଚିତ କରିଥିଲେ। ଶୁଟ-ଅଫ୍‌ରେ ଯେଉଁ ଖେଳାଳିଙ୍କ ତୀର ମଧ୍ୟବିନ୍ଦୁର ଅଧିକ ନିକଟରେ ଲାଗେ, ତାଙ୍କୁ ବିଜେତା ଘୋଷଣା କରାଯାଏ। ଏହି ନିୟମରେ କୁମକୁମ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ।

୨୦୨୬ ଏସିଆନ ଗେମ୍ସରେ କୁମକୁମ ମୋହଦଙ୍କ ପାଇଁ ଏହା ତୃତୀୟ ପଦକ। ସେ ଏପର୍ଯ୍ୟନ୍ତ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି। ମହିଳା ରିକର୍ଭ ଏକକ ବର୍ଗର ସୱର୍ଣ୍ଣ ସହ ସେ ଏସିଆନ ଗେମ୍ସରେ ପଦକ ହ୍ୟାଟ୍ରିକ ପୂରଣ କରିଛନ୍ତି।

ଏଥର ତୀରନ୍ଦାଜୀରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି କ୍ରୀଡ଼ାରେ ଦକ୍ଷିଣ କୋରିଆର ଦୀର୍ଘଦିନର ପ୍ରଭାବ ଥିବା ସତ୍ତ୍ୱେ ଭାରତୀୟ ତୀରନ୍ଦାଜମାନେ ଚଳିତ ସଂସ୍କରଣରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସ ୨୦୨୬ରେ ଭାରତ ଏପର୍ଯ୍ୟନ୍ତ ମୋଟ ୭୭ଟି ପଦକ ଜିତିଛି। ଏଥିରେ ୧୭ଟି ସ୍ବର୍ଣ୍ଣ ରହିଛି। ପଦକ ତାଲିକାରେ ଭାରତ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି। ପଦକ ତାଲିକାର ଶୀର୍ଷରେ ଚାଇନା ରହିଥିବା ବେଳେ ଜାପାନ, ଦକ୍ଷିଣ କୋରିଆ ଏବଂ ଉଜବେକିସ୍ତାନ ଭାରତଠାରୁ ଉପରେ ରହିଛନ୍ତି। ଉଜବେକିସ୍ତାନର ୨୦ଟି ସ୍ବର୍ଣ୍ଣ ଥିବାରୁ ଭାରତଠାରୁ ଆଗରେ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?