ଚାଇନାକୁ ୫୦ ହଜାର କୋଟିର ଝଟ୍‌କା…

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ ଘରୋଇ ବଜାରରେ ଭାରତୀୟମାନେ ଚାଇନା ସାମଗ୍ରୀ ବର୍ଜନ କରୁଥିବାରୁ ଚଳିତ ବର୍ଷ ଚାଇନାର ରପ୍ତାନିକାରୀ ମାନଙ୍କର ଆନୁମାନିକ ୫୦,୦୦୦ କୋଟି ଟଙ୍କା କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଭାରତ ପକ୍ଷରୁ ଚାଇନାରୁ ବାଣ ଏବଂ ଅନ୍ୟାନ୍ୟ ଶସ୍ତା ଉତ୍ପାଦ ଉପରେ ପ୍ରତିବନ୍ଧ ଜାରି ରହିଛି।

ଏହାଦ୍ୱାରା ଭାରତର ଘରୋଇ ଶିଳ୍ପଗୁଡିକ ବେଶ୍‌ ଲାଭାନ୍ବିତ ହେବେ। ଏକ ବିବୃତ୍ତିରେ ସିଏଆଇଟି କହିଛି ଯେ ଚଳିତ ଦୀପାବଳିରେ ଭାରତୀୟ ବଜାରରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହେତୁ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ ଥର ୨ ଲକ୍ଷ କୋଟି ଟଙ୍କାର କାରବାର ହେବାର ଆଶା ରହିଥିବା ସିଏଆଇଟି ପକ୍ଷରୁ କୁହାଯାଇଛି।

ଲୋକେ ଚାଇନାର ଉତ୍ପାଦ ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଏଆଇଟି ଚାଇନାର ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ବାନ ଦେଇଛି। ନିକଟରେ ଦେଖାଯାଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଯେ ଦେଶର ପ୍ରମୁଖ ସହରଗୁଡିକର ଗ୍ରାହକମାନେ ଚାଇନାର ଉତ୍ପାଦ କିଣିବାକୁ ଆଗ୍ରହୀ ନୁହଁନ୍ତି, ଯାହା ଭାରତୀୟ ସାମଗ୍ରୀର ଚାହିଦାକୁ ବୃଦ୍ଧି କରୁଥିବା ସିଏଆଇଟି କହିଛି।

ଭାରତୀୟ ବ୍ୟବସାୟୀମାନେ ଚାଇନାର ରପ୍ତାନିକାରୀଙ୍କୁ ଅର୍ଡର ଦେଇନାହାନ୍ତି। ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ୨୦ଟି ସହରରେ ଅନୁସନ୍ଧାନ ୱିଙ୍ଗ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାର ରପ୍ତାନିକାରୀଙ୍କ ପାଇଁ ଭାରତୀୟ ବ୍ୟବସାୟୀ କିମ୍ବା ଆମଦାନୀକାରୀଙ୍କ ଦୀପାବଳି ସାମଗ୍ରୀ ପାଇଁ ଅର୍ଡର ଦିଆଯାଇ ନାହିଁ। ନୂଆଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ, ନାଗପୁର, ଜୟପୁର, ଲକ୍ଷ୍ନୌ, ଚଣ୍ଡିଗଡ଼, ରାୟପୁର, ଭୁବନେଶ୍ୱର, କୋଲକାତା, ରାଞ୍ଚି, ଗୁଆହାଟି, ପାଟନା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ମଦୁରାଇ, ପଣ୍ଡିଚେରୀ, ଭୋପାଳ ଏବଂ ଜାମ୍ମୁ ଆଦି ସହରରେ ଏହି ସର୍ଭେ ହୋଇଥିବା ସେ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ରାଖୀ ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ମାସର ପାର୍ବଣ ଋତୁରେ ଭାରତୀୟ ବ୍ୟବସାୟୀ ଏବଂ ରପ୍ତାନିକାରୀମାନେ ସାଧାରଣତ ଚାଇନାରୁ ପ୍ରାୟ ୮୭୦,୦୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଆମଦାନୀ କରିଥାନ୍ତି। ତେବେ ଏଥର ରାଖୀରେ ଚାଇନା ୫୦୦୦ କୋଟି ଟଙ୍କା ଏବଂ ଗଣେଶ ପୂଜାରେ ୫୦୦ କୋଟି ଟଙ୍କାର କ୍ଷତି ସହିଛି। ଏଭଳି ପରିସ୍ଥିତି ଦୀପାବଳିରେ ଜାରି ରହିଲେ, ଚାଇନାର କ୍ଷତି ପରିମାଣ ବଢ଼ିଚାଲିବ ବୋଲି ସିଏଆଇଟି କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri