ସ୍କୁଲ ଅଧୀନକୁ ଆସିବ ଜମି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କେତେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଜମିଗୁଡ଼ିକର ମାଲିକାନା ସ୍କୁଲ ହୋଇ ନାହିଁ। ସେହି ସ୍କୁଲଗୁଡ଼ିକର ଅବ୍ୟବସ୍ଥିତ ଜମିଗୁଡ଼ିକର ରେକର୍ଡ ଅଫ ରାଇଟ(ଆର୍‌ଓଆର୍‌) ସଂଶୋଧନ କରିବାକୁ ଗଣଶିକ୍ଷା ବିଭାଗ ଓ ରାଜସ୍ବ ବିଭାଗ ସଚିବ ଜିଲାପାଳଙ୍କୁ ମିଳିତ ଭାବେ ଚିଠି ଲେଖିଛନ୍ତି। ୨୦୨୨ ମାର୍ଚ୍ଚ ୫ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ଏବେ ପ୍ରାୟ ୫୨ ହଜାର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ମାଧ୍ୟମିକ ଏବଂ ପ୍ରାୟ ୧୨ଶହ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ତେବେ ଏହି ସବୁ ସ୍କୁଲର ଥିବା ବହୁ ଜମିର ମାଲିକାନା ଦାନ କରିଥିବା ବ୍ୟକ୍ତିଙ୍କ ନାମରେ ରହିଛି। ବିଭିନ୍ନ କାରଣରୁ ସ୍କୁଲ ନାମରେ ଦାଖଲ ଖାରଜ (ମ୍ୟୁଟେଶନ) ହୋଇନାହିଁ। ଏବେ ମାଲିକାନାସ୍ବତ୍ୱକୁ ପରିବର୍ତ୍ତନ କରିବା ସକାଶେ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ଅନେକ ଲୋକ ସ୍କୁଲ୍‌କୁ ଜମି ଦାନ କରିଛନ୍ତି। ଅଦ୍ୟାବଧି ସେହି ଜମି ରେକର୍ଡ ଦାନ କରିଥିବା ବ୍ୟକ୍ତିଙ୍କ ନାମରେ ରହିଛି। ଏବେ ସ୍କୁଲ ଅଧୀନକୁ ଆଣିବା ପାଇଁ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଉକ୍ତ ଦାନପତ୍ର କିମ୍ବା ବିକ୍ରି ପତ୍ର ନେଇ ତହସିଲଦାରଙ୍କ କୋର୍ଟରେ ମ୍ୟୁଟେଶନ କେସ୍‌ ଫାଇଲ କରିବେ। ସମସ୍ତ କୋର୍ଟ ଫି’ ବା ଅମିନ ଫି’ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ଯଦି ଜମି ସାବକ ରେକର୍ଡରେ ରହିଛି, ତେବେ ଡିଇଓ କିମ୍ବା ବିଇଓ ଏକ ରିଭିଜନ୍‌ କେସ୍‌ ରାଜସ୍ବ ବୋର୍ଡର ସଦସ୍ୟଙ୍କ ନିକଟରେ ଦାଖଲ କରିବେ। ସେହିଭଳି ଅଧିକାଂଶ ସ୍କୁଲ ଅନାବାଦୀ ଜମିରେ ନିର୍ମାଣ ହୋଇଛି। କିନ୍ତୁ ଉକ୍ତ ଜମି ସ୍କୁଲ ନାମରେ ହୋଇନାହିଁ। ଏଥିପାଇଁ ନୋଡାଲ ଓ ସେକେଣ୍ଡାରୀ ସ୍କୁଲ କ୍ଷେତ୍ରରେ ଡିଇଓ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଷେତ୍ରରେ ବିଇଓମାନେ ରିକ୍ୟୁଜିଶନ ଫାଇଲ କରିବେ। ସେହିଭଳି ଅନେକ ସ୍କୁଲ ଗୋଚର ଜମିରେ ରହିଛି। ଆଇନ ଅନୁଯାୟୀ ସେହି ଜମିର କିସମ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। କିନ୍ତୁ ଯଦି କୌଣସି ସ୍କୁଲ ଜଙ୍ଗଲ କିସମ ଜମିରେ ହୋଇଛି, ତେବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିନା ଅନୁମତିରେ ତାହାର କିସମ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି। ସେହିପରି ‘ବେ-ବନ୍ଦୋବସ୍ତ’ ଜମିରେ ସ୍କୁଲ ଚାଲୁଥିବ, ସେଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରାଯିବ। ତେବେ କେତେକ ସ୍କୁଲର ଜମିକୁ ମାଫିଆମାନେ ଜବରଦଖଲରେ ରଖିଛନ୍ତି। ସେହି କ୍ଷେତ୍ରରେ ତହସିଲଦାରମାନେ ଆଇନଗତ ପଦକ୍ଷେପ ନେଇ ଉଚ୍ଛେଦ କରିବେ।
ରାଜ୍ୟ ସରକାର ଏବେ ‘ମୋ ସ୍କୁଲ ଅଭିଯାନ’ ଏବଂ ୫-ଟି ସ୍କୁଲ ରୂପାନ୍ତରୀଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି। ତେଣୁ ସ୍କୁଲ ଜମି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ରାଜସ୍ବ ବୈଠକରେ ପର୍ଯ୍ୟାୟକ୍ରମେ ଏସବୁ କାର୍ଯ୍ୟର ସମୀକ୍ଷା କରାଯିବ। ଯଦି କୌଣସି କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼େ, ତେବେ ରାଜସ୍ବ ବିଭାଗ ନିକଟରେ ଏ ନେଇ ପ୍ରସ୍ତାବ ଦାଖଲ କରିବା ପାଇଁ ଚିଠିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?