Posted inଜାତୀୟ

ମନ୍ଦିର ସୁନା ତରଳାଇବା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ଚେନ୍ନାଇ,୩୧।୧୦: ମାଡ୍ରାସ ହାଇକୋର୍ଟ ତାମିଲନାଡୁର ବିଭିନ୍ନ ମନ୍ଦିରର ସୁନା ତରଳାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିି ଉପରେ ରୋକ ଲଗାଇଛନ୍ତି। କୋର୍ଟ କହିଛନ୍ତି, କେବଳ ମନ୍ଦିରର ଟ୍ରଷ୍ଟିମାନେ ଏଭଳି ନିଷ୍ପତ୍ତି ନେଇପାରିବେ, ସରକାର ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାର ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ।

ରାଜ୍ୟ ସରକାରଙ୍କ ଆଦେଶକୁ ହାଇକୋର୍ଟରେ କିଛି ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ। ଆବେଦନକାରୀମାନେ ଏହାକୁ ବେଆଇନ ବୋଲି କହିଥିଲେ। ମନ୍ଦିରରେ ଭକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁନାର ସଠିକ ଅଡିଟ ନ କରି ଶୀଘ୍ର ପଦକ୍ଷେପ ନେଉଥିବାରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା।

ଆବେଦନକାରୀମାନେ ସରକାରଙ୍କ ଏଭଳି ଆଦେଶକୁ ବିରୋଧ କରିଥିଲେ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ପି.ଡି ଆଡିକେସାଓ୍ବାଲୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ପୂର୍ବରୁ ରାଜ୍ୟ ସରକାର ଯୁକ୍ତି ବା ଢ଼ିଥିଲେ ଯେ, ମନ୍ଦିରରେ ସଂରକ୍ଷିତ ସୁନାକୁ ସୁନା ଦଣ୍ଡରେ ପରିଣତ କରିବାର ଅଧିକାର ରହିଛି। ବ୍ୟାଙ୍କରେ ୨୪-କ୍ୟାରେଟ ସୁନା ବାର୍‌ ରଖିବା ଦ୍ୱାରା ମିଳିବାକୁ ଥିବା ସୁଧ ଟଙ୍କା ମନ୍ଦିରର ବିକାଶ ପାଇଁ ବ୍ୟବହୃତ ହେବ। ଏହିପରି ପ୍ରକ୍ରିୟା ୫୦ ବର୍ଷ ଧରି ଚାଲିଆସୁଛି।

ଅପରପକ୍ଷରେ ଇଣ୍ଡିକ କଲେକ୍ଟିଭ, ଏ.ଭି.ଗୋପାଳ କୃଷ୍ଣନ ଏବଂ ଏମ.କେ. ସର୍ବାନନ ପ୍ରମୁଖ ଆବେଦନକାରୀମାନେ ଏହାକୁ ବିରୋଧ କରିଥିଲେ। ସେମାନେ ହାଇକୋର୍ଟଙ୍କୁ କହିଥିଲେ ଯେ ସେପ୍ଟେମ୍ବର ୯ରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ହିନ୍ଦୁ ଧାର୍ମିକ ତଥା ଚାରିଟେବୁଲ ଏଣ୍ଡୋମେଣ୍ଟମେଣ୍ଟ ଆକ୍ଟ, ପ୍ରାଚୀନ ସ୍ମାରକୀ ଆଇନ, ଜୁଏଲ ନିୟମ ଆଦିର ଉଲ୍ଲଂଘନ କରିବା ସହିତ ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ବିରୋଧ କରୁଛି।

ଚଳିତ ବର୍ଷ ଜୁନ ୭ରେ ମନ୍ଦିରଗୁଡିକର ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ଏବଂ ଏହାର ରେକର୍ଡ ରେକର୍ଡିଂ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ୬୦ ବର୍ଷ ଧରି ରାଜ୍ୟରେ ଏହା କରାଯାଉ ନାହିଁ ବୋଲି କୋର୍ଟ କହିଥିଲେ। ଉପଯୁକ୍ତ ଅଡିଟ କରିବା ପରିବର୍ତ୍ତେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦେବତାମାନଙ୍କୁ ଶୋଭା ଦେବା ପାଇଁ ବ୍ୟବହୃତ ଅଳଙ୍କାର ସହିତ ଅନ୍ୟ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷକୁ ତରଳାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସୁନା ଅଳଙ୍କାର ଓଜନ ୨,୧୩୮ କିଲୋଗ୍ରାମ ବୋଲି ମଧ୍ୟ ଘୋଷଣା କରିଥିଲେ।

ତାମିଲନାଡୁର ଅଧିକାଂଶ ମନ୍ଦିରରେ ୧୦ ବର୍ଷରୁ ଅଧିକ ସମୟ ଧରି ଟ୍ରଷ୍ଟି ନିଯୁକ୍ତ କରାଯାଇ ନାହିଁ। ବର୍ତ୍ତମାନ କୋର୍ଟ ମଧ୍ୟ ଏହି ଯୁକ୍ତି ଗ୍ରହଣ କରିଛନ୍ତି। କୋର୍ଟଙ୍କ କଠୋର ଆଦେଶ ପରେ ରାଜ୍ୟ ସରକାର ପଛଘୁଞ୍ଚା ଦେଇଛନ୍ତି। ପ୍ରଥମେ ମନ୍ଦିରରେ ଟ୍ରଷ୍ଟି ନିଯୁକ୍ତ କରାଯିବ ବୋଲି ସେ କୋର୍ଟଙ୍କୁ ଏକ ଲିଖିତ ଆଶ୍ୱାସନା ଦେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି କେବଳ ସେମାନଙ୍କ ସହମତିରେ ନିଆଯିବ ବୋଲି ସରକାର କହିଛନ୍ତି।

ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ମନ୍ଦିରର ସୁନା ଏବଂ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟାଙ୍କନ କରୁଥିବା ତିନିଜଣ ପୂର୍ବତନ ବିଚାରପତିଙ୍କ କମିଟିକୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି। ଏହି କମିଟି ନିଜେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିରର ସୁନା ତରଳାଇବା ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?