Posted inଜାତୀୟ

ପାରିବାରିକ ଉତ୍ସବରେ ଯୋଗ ଦେଇ ପାରିବେ କଏଦୀ, ହାଇକୋର୍ଟ…

ଚଣ୍ଡିଗଡ଼,୩୧।୧୦: ଦୋଷୀ ସାବ୍ୟସ୍ତ ହୋଇ ଜେଲରେ କାରାଦଣ୍ଡାଦେଶ ଭୋଗୁଥିବା କଏଦୀ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଉତ୍ସବରେ ଯୋଗ ଦେଇପାରିବେ। ସେମାନଙ୍କୁ ଏଥିରୁ ବଞ୍ଚିତ କରିହେବ ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି।

ପାରିବାରିକ ବିବାହ ଉତ୍ସବରେ ଯୋଗଦେବା ପାଇଁ ପାରୋଲ ମଞ୍ଜୁର କରିବାକୁ ଚାହୁଁଥିବା ଜଣେ କଏଦୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ବିଚାର କରି ବିଚାରପତି ଅନୁପ ଚିତ୍କାରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି କହିିଛନ୍ତି। ଯଦିଓ ଆବେଦନକାରୀ ପାରୋଲ ନିୟମ ଅନୁଯାୟୀ ପାରୋଲ ପାଇବାକୁ ହକଦାର ନୁହଁନ୍ତି।

ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନୁସାରେ ଯଦି ପରିବେଶ ଏବଂ ପରିସ୍ଥିତି ଏପରି ପାରୋଲକୁ ଯଥାର୍ଥ ବୋଲି ମନେ କରାଯାଏ ତେବେ ଏପରି ପ୍ରତିବନ୍ଧକକୁ ହଟାଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି। କଏଦୀ ଆଇପିସିର ଧାରା ୩୯୨, ୩୯୭, ୩୦୨ ଏବଂ ୧୨୦-ଖ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ସହିତ ତାଙ୍କ ବିରୋଧରେ ଆର୍ମସ ଆକ୍ଟ ଅନ୍ତର୍ଗତ ଧାରା ୨୫, ୫୪ ଏବଂ ୫୯ ଅନ୍ତର୍ଗତ ଅଭିଯୋଗ ଥିଲା।

କଏଦୀ ଜଣକ ସମ୍ପୃକ୍ତ ଜେଲ ଅଧୀକ୍ଷକଙ୍କୁ ଏନେଇ ଲିଖିତ ଅନୁରୋଧ ପରେ କୌଣସି ପ୍ରତିକ୍ରିୟା ନ ମିଳିବାରୁ ପାରୋଲ ଲାଗି ଆବେଦନ ହାଇକୋର୍ଟରେ ଆବେଦନ କରିଥିଲେ। ସେ କହିଛନ୍ତି ଯେ ବରଙ୍କର ଜଣେ ମାତ୍ର ମାମୁ। ହିନ୍ଦୁ ରୀତିନୀତି ଅନୁଯାୟୀ ଧାର୍ମିକ ଭୂମିକା ତୁଲାଇବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର ବିଚାର କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉପରୋକ୍ତ ସୂଚନା ଅନୁଯାୟୀ, ଆବେଦନକୁ ଅନୁମତି ଦିଆଯାଇଛି ଏବଂ ଆବେଦନକାରୀଙ୍କୁ ୧୪ ଦିନ ପାଇଁ ପାରୋଲରେ ମୁକ୍ତ କରାଯିବ। ସମ୍ପୃକ୍ତ ଅଧିକାରୀଙ୍କ ସନ୍ତୁଷ୍ଟତା ପାଇଁ ଆବଶ୍ୟକ ରିକ୍ୟୁସାଇଟ୍‌ ବଣ୍ଡ୍‌ ମଧ୍ୟ ପ୍ରଦାନ କରାଯିବ।”

ତେବେ କୋର୍ଟ ଆହୁରି କହିଛନ୍ତି, ପାରୋଲ ସର୍ତ୍ତ ଅନୁଯାୟୀ ଆବେଦନକାରୀଙ୍କ ପାଖରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର, ବନ୍ଧୁକ ଆଦି ଲାଇସେନ୍ସ ସହିତ ସମର୍ପଣ କରିବେ ଏବଂ କୌଣସି ଅପରାଧର ପୁନରାବୃତ୍ତି କରିବେ ନାହିଁ। ସେହି ଅନୁଯାୟୀ, ଆବେଦନକୁ ଅନୁମତି ଦିଆଯାଇଥିବା କୋର୍ଟ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri