ଦୈନିକ ସଂକ୍ରମଣ ୬ ଶହ ତଳେ, ମୃତ୍ୟୁ ସଂଖ୍ୟା ୧…
ନୂଆଦିଲ୍ଲୀ, ୧୪।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି।…
ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…
ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି ଅମୃତସର ସଂଲଗ୍ନ ଅଞ୍ଚଳରେ ଏହା ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ସୀମା ପାଖାପାଖି ୧୫୦…
ଡୁରାଣ୍ଡ ଲାଇନରେ ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ…
ଇସଲାମାବାଦ,କାବୁଲ,୧୪।୧୧ : ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ଲାଇନରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛିି। ଯାହା ପରେ ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ସୀମା କ୍ରସିଂକୁ ବନ୍ଦ କରିବାକୁ ପଡିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନର ଅଧିକାରୀମାନେ କହିଛନ୍ତି…
ନୂଆବର୍ଷରେ ଦେଶକୁ ମିଳିବ ନୂଆ ଏୟାର ଡିଫେନ୍ସ ଥିଏଟର କମାଣ୍ଡ…
ନୂଆଦିଲ୍ଲୀ,୧୪।୧୧ : ଆମେରିକା ଏବଂ ଚାଇନା ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଯୋଗୁ ଭାରତର ଥିଏଟର କମାଣ୍ଡ ଗଠନରେ ବିଳମ୍ବ ହୋଇଛି। କିନ୍ତୁ ନୂଆ ବର୍ଷରେ ଏକ ଥିଏଟର କମାଣ୍ଡ ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ଜଣାପଡିଛି ଯେ ଏହା…
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଲାଗିପାରେ ୬ ମାସ ବିରାମ…
ମସ୍କୋ/କ୍ୱିଭ୍,୧୪।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କିଛି ମାସ ବିରାମ ଲଗାଯାଇପାରେ। ଆମେରିକାର ଦୈନିକ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ପ୍ରବଳ ଶୀତ ଯୋଗୁ ୟୁକ୍ରେନରେ ରୁଷିଆର ସାମରିକ କାର୍ଯ୍ୟ ୬ମାସ ପର୍ଯ୍ୟନ୍ତ ବନ୍ଦ ହୋଇପାରେ।…
ଭାରତ ଯୋଡ଼ୋ ଯାତ୍ରା ଜନତାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରାଇବ
ନୂଆଦିଲ୍ଲୀ,୧୪।୧୧ (ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଲୋକଙ୍କ ପ୍ରସଙ୍ଗ ଉଠାଇବାରେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ସୁନିଶ୍ଚିତ କରାଇବାକୁ ଯାଉଛି। ଯାତ୍ରା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଦନାମ ହେବେ ବୋଲି ଯେଉଁ…
୧୦୦ ଜିଲା ହସ୍ପିଟାଲ ହେବ ମେଡିକାଲ କଲେଜ
ନୂଆଦିଲ୍ଲୀ,୧୪।୧୧(ପି.ଟି.): ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପର୍ଯ୍ୟାପ୍ତ ମାନବ ସମ୍ବଳ ଯୋଗାଇବା ଲକ୍ଷ୍ୟରେ ୨୦୨୭ ସୁଦ୍ଧା ୧୦୦ଟି ଜିଲା ହସ୍ପିଟାଲର ଉନ୍ନତୀକରଣ କରାଯାଇ ନୂଆ ମେଡିକାଲ କଲେଜରେ ପରିଣତ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ଏକ ପ୍ରସ୍ତାବ ଆଣିଛି। କେନ୍ଦ୍ରୀୟ ଯୋଜନାରେ ଜିଲା…
ଯୁଦ୍ଧଭୂଇଁରେ ସ୍ବାମୀଙ୍କ ସନ୍ଧାନ
ମସ୍କୋ, ୧୪।୧୧: ୟୁକ୍ରେନ୍ ଆକ୍ରମଣ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ କେବଳ ପାଶ୍ଚାତ୍ୟରେ ନିନ୍ଦିତ କରିନାହିଁ, ଦେଶ ଭିତରେ ମଧ୍ୟ ତାଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡ଼ୁଛି। ସାଢେ ୮ମାସ ଧରି ଚାଲିଥିବା ଯୁଦ୍ଧ ରୁଷିଆକୁ ସାମରିକ ଦୃଷ୍ଟିରୁ ଦୁର୍ବଳ…
ଡେମୋକ୍ରାଟ୍ସଙ୍କ ସିନେଟ
ଓ୍ବାଶିଂଟନ,୧୪ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଡେମୋକ୍ରାଟିକ୍ ପାର୍ଟି ସିନେଟ୍ ଉପରେ ନିୟନ୍ତ୍ରଣ ବଳବତ୍ତର ରଖିଛି। ମିଡ୍ଟମର୍ସରେ ଶାସକ ଦଳର ନେଭାଡା ସିନେଟର କ୍ୟାଥେରିନ୍ କୋର୍ଟେଜ୍ ମାସ୍ତୋ ଶନିବାର ବିଳମ୍ବିତ ରାତିରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ରିପବ୍ଲିକାନ୍ ଚ୍ୟାଲେଞ୍ଜର ଆଡାମ୍…
ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ବର,୧୪ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗତ ଶନିବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଯାଜପୁର ଏଡିଏମ୍ ଅକ୍ଷୟ କୁମାର…
ଦିଲ୍ଲୀ ଏକ୍ୟୁଆଇ ଅସ୍ବାସ୍ଥ୍ୟକର
ନୂଆଦିଲ୍ଲୀ,୧୪ା୧୧ : ଦିଲ୍ଲୀର ଏୟାର କ୍ୱାଲିଟି ଇନ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)ରେ ସାମାନ୍ୟ ଉନ୍ନତି ଆସିଛି। ତଥାପି ଏହା ଅସ୍ବାସ୍ଥ୍ୟକର ରହିଛି। ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଆଣ୍ଡ୍ ଫୋରକାଷ୍ଟିଂ ଆଣ୍ଡ୍ ରିସର୍ଚ୍ଚ (ଏସ୍ଏଏଫ୍ଏଆର୍) ଅନୁସାରେ ଜାତୀୟ ରାଜଧାନୀରେ…
ସହରାଞ୍ଚଳ ପ୍ରଦୂଷଣ ଘାତକ
ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର/ ଅନୁଗୋଳ ଅଫିସ୍,୧୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ ସହରରେ ନିଃଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ମିଳିବା କଷ୍ଟକର ହୋଇପଡ଼ିଲାଣି। ଯାନବାହନ ବୃଦ୍ଧି ସାଙ୍ଗକୁ…

