ଯୁଦ୍ଧଭୂଇଁରେ ସ୍ବାମୀଙ୍କ ସନ୍ଧାନ

ମସ୍କୋ, ୧୪।୧୧: ୟୁକ୍ରେନ୍‌ ଆକ୍ରମଣ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ କେବଳ ପାଶ୍ଚାତ୍ୟରେ ନିନ୍ଦିତ କରିନାହିଁ, ଦେଶ ଭିତରେ ମଧ୍ୟ ତାଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡ଼ୁଛି। ସାଢେ ୮ମାସ ଧରି ଚାଲିଥିବା ଯୁଦ୍ଧ ରୁଷିଆକୁ ସାମରିକ ଦୃଷ୍ଟିରୁ ଦୁର୍ବଳ କରିଦେଇଛି। ୟୁକ୍ରେନ୍‌ର ପ୍ରତିଆକ୍ରମଣରେ ଅନେକ ଲକ୍ଷ ରୁଷୀୟ ସୈନ୍ୟ ନିହତ ହୋଇଛନ୍ତି। ଏଭଳି ସ୍ଥିତି ଉପୁଜିଛି ଯେ, ପୁଟିନ୍‌ଙ୍କ ପାଇଁ ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବାକୁ ସାଧାରଣ ନାଗରିକଙ୍କୁ ବାଧ୍ୟ କରାଯାଉଛି। ଏହିକ୍ରମରେ କୁର୍‌ସ୍କ ଅଞ୍ଚଳର ଶତାଧିକ ଯୁବକଙ୍କୁ ରୁଷିଆ ସେନା ନିଜ ଦଖଲରେ ରଖିଥିବା ଲୁହାନ୍‌ସ୍କକୁ ପଠାଇଛି।

ସେଠାରେ ଥିବା ସିଭିଲିଆନ୍‌ ସୋଲ୍‌ଜର୍‌ଙ୍କୁ ଖୋଜି ଘରକୁ ଫେରାଇ ଆଣିବା ପାଇଁ ୭୦ ଜଣ ମହିଳା ଚାଲିଚାଲି ଯାଇଛନ୍ତି। ଓ୍ବାର୍‌ଜୋନ୍‌କୁ ଯାଇଥିବା ପ୍ରାୟ ୨୦୦ ପୁରୁଷଙ୍କ ମଧ୍ୟରୁ ଆଉ ମାତ୍ର ୩୦ ଜଣ ଜୀବିତ ଅଛନ୍ତି। ଏହି ଖବର ପାଇବା ପରେ ମହିଳାମାନେ ବେଲ୍‌ଗୋରୋଡ୍‌ରୁ ଲୁହାନସ୍କରେ ପହଞ୍ଚତ୍ିଛନ୍ତି। ଯୁଦ୍ଧଭୂମିରୁ ସୈନିକଙ୍କୁ ଛୁଟି ଦେଉ ନ ଥିବା କମାଣ୍ଡରମାନଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି। କମାଣ୍ଡରଙ୍କୁ ସେମାନେ କହିଛନ୍ତି, ତୁମ ଉପରେ ଆଉ ଭରସା ନାହିଁ। ଆମ ସ୍ବାମୀଙ୍କୁ ଘରକୁ ଫେରିଯିବା ପାଇଁ ଛାଡ଼ିଦିଅ। କେତେଜଣ ମହିଳା ସେମାନଙ୍କ ସ୍ବାମୀଙ୍କୁ ସୀମାନ୍ତରୁ ଘରକୁ ଟାଣି ନେଇଛନ୍ତି।

ୟୁରିଏଭିଚ୍‌ ନାମକ ଜଣେ କମାଣ୍ଡର ସୈନ୍ୟମାନଙ୍କ ହାତ,ଗୋଡ଼ ବାନ୍ଧି ସେମାନଙ୍କ ମୁଣ୍ଡ ଉପରେ ମାରଣାସ୍ତ୍ର ରଖି ଭୀରୁ ବୋଲି ଗାଳି କରିବା ସହ ଯୁଦ୍ଧଭୂମିକୁ ଯିବା ପାଇଁ କେମିତି ବାଧ୍ୟ କରୁଛନ୍ତି, ଏହି ମହିଳାମାନେ ସେନେଇ ମିଲିଟାରି ପ୍ରୋସିକ୍ୟୁଟର୍ସଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଆମ ସ୍ବାମୀଙ୍କୁ ସେମାନଙ୍କ ନିଜ ବନ୍ଧୁକରେ ଗୁଳି କରାଯାଇଛି। ଗର୍ଭବତୀ ଥିବା ସେଟଲାନା ଗୋରବାଟେନକୋ କହିଛନ୍ତି, ଶୀତରେ ଆମେ ବରଫ ପାଲଟି ଗଲୁଣି। ତଥାପି ଆଗେଇ ଚାଲୁଥିବୁ। ସ୍ବାମୀଙ୍କୁ ନ ଧରି ଘରକୁ ଫେରିବାର ପ୍ରଶ୍ନ ଉଠୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri