Posted inଜାତୀୟ

୧୦୦ ଜିଲା ହସ୍ପିଟାଲ ହେବ ମେଡିକାଲ କଲେଜ

ନୂଆଦିଲ୍ଲୀ,୧୪।୧୧(ପି.ଟି.): ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପର୍ଯ୍ୟାପ୍ତ ମାନବ ସମ୍ବଳ ଯୋଗାଇବା ଲକ୍ଷ୍ୟରେ ୨୦୨୭ ସୁଦ୍ଧା ୧୦୦ଟି ଜିଲା ହସ୍ପିଟାଲର ଉନ୍ନତୀକରଣ କରାଯାଇ ନୂଆ ମେଡିକାଲ କଲେଜରେ ପରିଣତ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ଏକ ପ୍ରସ୍ତାବ ଆଣିଛି। କେନ୍ଦ୍ରୀୟ ଯୋଜନାରେ ଜିଲା ହସ୍ପିଟାଲ କିମ୍ବା ରେଫରାଲ ହସ୍ପିଟାଲଗୁଡ଼ିକର ଉନ୍ନତୀକରଣ କରାଯିବ। ପ୍ରତି ମେଡିକାଲ କଲେଜ ପାଇଁ ୩୨୫ କୋଟି ଟଙ୍କା ବ୍ୟୟ ହେବ। ଏଥିରେ କେନ୍ଦ୍ର ସରକାରଙ୍କ ଭାଗ ୬୦ ପ୍ରତିଶତ ଏବଂ ରାଜ୍ୟ ଭାଗ ୪୦ ପ୍ରତିଶତ ରହିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ଉତ୍ତରପୂର୍ବାଞ୍ଚଳ ଏବଂ ସ୍ବତନ୍ତ୍ର ବର୍ଗରେ ଥିବା ରାଜ୍ୟରେ କେନ୍ଦ୍ର ରାଜ୍ୟ ପାଣ୍ଠି ଅନୁପାତ ୯୦:୧୦ ରହିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉପରୋକ୍ତ ପ୍ରସ୍ତାବକୁ ଖର୍ଚ୍ଚ ବିଭାଗ ଅନୁମୋଦନ କରିଥିବାବେଳେ ଏନେଇ ଏକ କ୍ୟାବିନେଟ ନୋଟ୍‌ ପ୍ରସ୍ତୁତ ହୋଇଛି।

ପୂର୍ବରୁ ୩ ପର୍ଯ୍ୟାୟରେ ୧୫୭ଟି ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଥିବାବେଳେ ସେଥିରୁ ୯୩ଟି କାର୍ଯ୍ୟକ୍ଷମ ହେଲାଣି। ଅନ୍ୟଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି। ପ୍ରସ୍ତାବିତ ୧୦୦ ମେଡିକାଲ କଲେଜ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ୧୦୦ଟି ଜିଲାରେ ସ୍ଥାପନ ହେବ, ଯେଉଁଠି ପୂର୍ବରୁ ସରକାରୀ କିମ୍ବା ଘରୋଇ ମେଡିକାଲ କଲେଜ ନ ଥିବ। ଏହା ବ୍ୟତୀତ ପୂର୍ବରୁ ଅନୁମୋଦିତ ୧୫୭ ମେଡିକାଲ କଲେଜ ସହ ସଂଯୋଗ କରି ନର୍ସିଂ କଲେଜ ଖୋଲିବା ଲାଗି କେନ୍ଦ୍ରୀୟ ଯୋଜନାରେ ୧୦ କୋଟି ଟଙ୍କା ଲେଖାଏ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri