Posted inଜାତୀୟ

ଭାରତ ଯୋଡ଼ୋ ଯାତ୍ରା ଜନତାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରାଇବ

ନୂଆଦିଲ୍ଲୀ,୧୪।୧୧ (ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଲୋକଙ୍କ ପ୍ରସଙ୍ଗ ଉଠାଇବାରେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ସୁନିଶ୍ଚିତ କରାଇବାକୁ ଯାଉଛି। ଯାତ୍ରା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଦନାମ ହେବେ ବୋଲି ଯେଉଁ ମିଛ ପ୍ରଚାର ଚାଲିଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଦେଶ ଆଗରେ ତାଙ୍କ ବାସ୍ତବତା ପଦାକୁ ଆସିଥିବା କଂଗ୍ରେସ କହିଛି। ଭାରତ ଯୋଡ଼ୋ ଯାତ୍ରାକୁ ଆଶାତୀତ ସଫଳତା ମିଳିଥିବା ଏଆଇସିସି ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀକୁ କଂଗ୍ରେସ ନେତା କହ୍ନେୟା କୁମାର କହିଛନ୍ତି।

ରାହୁଲଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଯେତେବେଳେ ଆରମ୍ଭ ହେଲା ଏହାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯାତ୍ରାରେ ଲୋକେ ସାମିଲ ହେବେ କି ନାହିଁ, ଏବଂ ଏହା ଦିନକୁ ୨୫ କିଲୋମିଟର ଅତିକ୍ରମ କରିପାରିବ କି ନାହିଁ ତାହାକୁ ନେଇ ଅନେକ ସନ୍ଦିହାନ ଥିଲେ। ଏବେ ଭାରତ ଯୋଡ଼ୋ ଯାତ୍ରା ୬୦ରୁ ଅଧିକ ଦିନ ଅତିକ୍ରମ କରିଥିବା ବେଳେ ପ୍ରତିଦିନ ଏଥିରେ ହଜାର ହଜାର ଲୋକ ସାମିଲ ହେଉଛନ୍ତି।

ମୂଲ୍ୟବୃଦ୍ଧି ଏବଂ ବେରୋଜଗାରି ଜନସାଧାରଣଙ୍କର ଦୁଇଟି ମୁଖ୍ୟ ପ୍ରସଙ୍ଗ ଯାହା ଯାତ୍ରା ସମୟରେ ଲୋକଙ୍କଠାରୁ ଜାଣିବାକୁ ମିଳିଛି। ସଂଘବାଦ ସୁରକ୍ଷା ପ୍ରସଙ୍ଗ ଦକ୍ଷିଣୀ ରାଜ୍ୟଗୁଡ଼ିକରେ ମୁଣ୍ଡ ଟେକିଛି। କେନ୍ଦ୍ର ସରକାର ନ୍ୟାୟ ଦେବାରେ ବିଫଳ ହୋଇଥିବା କୁମାର କହିଛନ୍ତି। ମହାରାଷ୍ଟ୍ରରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ପାଇଁ ବନ୍ଦ ଥିଲାବେଳେ ସୋମବାର ଏହା ହିଙ୍ଗୋଲି ଜିଲାରୁ ଓ୍ବାଶିମ ଅଭିମୁଖେ ବାହାରିବ। ଭାରତ ବିଭାଜିତ ହେବ ନାହିଁ କିମ୍ବା ଘୃଣାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ, ପଦଯାତ୍ରାରୁ ଏହି ବାର୍ତ୍ତା ମିଳିଥିବା କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

ଦଶହରାରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୩ ଗୁଣ ବଢ଼ିପାରେ ବୋନସ ଲିମିଟ, ଖାତାକୁ କେତେ ଟଙ୍କା ଆସିବ ଜାଣନ୍ତୁ…

ନୂଆଦିଲ୍‌ଲୀ,୨।୯: ପାର୍ୱଣ ଋତୁ ଆରମ୍ଭ ହେବା ପୂର୍ୱରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ କାଉନସିଲ ଅଫ…

ଘରେ ବିଲକୁଲ ଫ୍ରି’ରେ ଲାଗିବ ସୋଲାର ପ୍ୟାନେଲ, ସରକାର ଉଠାଇବେ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ,୨।୯: ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସରକାର ଏପରି ଏକ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯାହା ମାଧ୍ୟମରେ ଏବେ ଛାତ ଉପରେ ସୋଲାର ଲଗାଇବା…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri