Advertisement
Posted inଜାତୀୟ

ନୂଆବର୍ଷରେ ଦେଶକୁ ମିଳିବ ନୂଆ ଏୟାର ଡିଫେନ୍ସ ଥିଏଟର କମାଣ୍ଡ…

ନୂଆଦିଲ୍ଲୀ,୧୪।୧୧ : ଆମେରିକା ଏବଂ ଚାଇନା ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଯୋଗୁ ଭାରତର ଥିଏଟର କମାଣ୍ଡ ଗଠନରେ ବିଳମ୍ବ ହୋଇଛି। କିନ୍ତୁ ନୂଆ ବର୍ଷରେ ଏକ ଥିଏଟର କମାଣ୍ଡ ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ଜଣାପଡିଛି ଯେ ଏହା ଏୟାର ଡିଫେନ୍ସ କମାଣ୍ଡ ହେବ। ବାୟୁସେନା ସହିତ ଏହାର ଆଲୋଚନା ପ୍ରାୟ ଶେଷ ହୋଇଛି। ବର୍ତ୍ତମାନ ବାୟୁସେନା ବ୍ୟତୀତ ବାୟୁ ପ୍ରତିରକ୍ଷା ସହ ଜଡିତ ନିଷ୍ପତ୍ତି ମଧ୍ୟ ସ୍ଥଳ ଏବଂ ନୌସେନା ନିଜ ନିଜ ଅଞ୍ଚଳରେ ଗ୍ରହଣ କରୁଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଦେଶରେ ପ୍ରତିଷ୍ଠା ହୋଇଥିବା ଏୟାର ଡିଫେନ୍ସ କମାଣ୍ଡ ପ୍ରଥମ ଥିଏଟର କମାଣ୍ଡ ହେବ। ମାର୍ଚ୍ଚ ୨୦୨୩ ପୂର୍ବରୁ ଏହା ରୂପ ନେବାର ଆଶା ରହିଛି। ଏହାର ନିର୍ଦ୍ଦେଶ ସମ୍ପୂର୍ଣ୍ଣ ରୂପେ ବାୟୁସେନା ଅଧୀନରେ ରହିବ। କେବଳ ବାୟୁସେନା ମୁଖ୍ୟ ଏହାର କାର୍ଯ୍ୟକ୍ଷମ ଅଧିକାର ପାଇବେ। ତେବେ ଥିଏଟର କମାଣ୍ଡର ଏକ ପୃଥକ ମୁଖ୍ୟ ମଧ୍ୟ ରହିବେ ଯିଏ ଏୟାର ମାର୍ଶଲ ପଦବୀର ଅଧିକାରୀ ହେବେ। ଥିଏଟର କମାଣ୍ଡ ଗଠନରେ ବାୟୁସେନା ପକ୍ଷରୁ କିଛି ଆପତ୍ତି କରାଯାଇଥିଲା। ସବୁଠୁ ବଡ ଆପତ୍ତି ଥିଲା ଯେ ଏହି ପ୍ରକାରର କମାଣ୍ଡ ଗଠନରେ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଅଧିକ ସ୍ତର ରହିବା ଉଚିତ ନୁହେଁ, ଯେଉଁ କାରଣରୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ତେବେ ବିଭିନ୍ନ ଆଲୋଚନା ଶେଷ ହୋଇଥିବାବେଳେ ଥିଏଟର କମାଣ୍ଡ ଗଠନ ତ୍ୱରାନ୍ବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକୃତିକ ବାଷ୍ପ ୪୦% ମହଙ୍ଗା

ନୂଆଦିଲ୍ଲୀ,୧।୧୦: ବିଦ୍ୟୁତ୍‌ ଉତ୍ପାଦନ, ସାର ପ୍ରସ୍ତୁତି ପାଇଁ ବ୍ୟବହୃତ ତଥା ଅଟୋମୋବାଇଲ୍ସକୁ ଗତି ଦେବା ପାଇଁ ସିଏନ୍‌ଜିରେ ପରିବର୍ତ୍ତିତ ହେଉଥିବା ପ୍ରାକୃତିକ ବାଷ୍ପ (ନାଚୁରାଲ ଗ୍ୟାସ୍‌)...

ଆସାମରେ ୪ର୍ଥ ମଦ୍ରାସା ଭଙ୍ଗାଗଲା

ଗୁଆହାଟୀ,୭।୯: ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଅଭିଯୋଗରେ ଆସାମ ଗୋଆଲପରା ଜିଲାର ଏକ ମଦ୍ରାସାକୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଛନ୍ତି। ଅଲ୍‌ କାଏଦା ସ୍ବୀକୃତିପ୍ରାପ୍ତ ସଂଗଠନର...

‘ସମନ ଆସିନି, କାମରେ ଆସିଛି’

ନୂଆଦିଲ୍ଲୀ,୨୬।୧୦: “କିଛି କାମ ପାଇଁ ଜାତୀୟ ରାଜଧାନୀ ଆସିଛି। ମୁଁ ମୋ ତଦନ୍ତ ସହ ଏବେ ବି ଏକମତ। ମୋତେ ଏପର୍ଯ୍ୟନ୍ତ ଏଜେନ୍ସି ପକ୍ଷରୁ ସମନ...

ରେକର୍ଡ ଭାଙ୍ଗିଲା ବର୍ଷା: ୧୯୬୪ ମସିହା ପରେ ସର୍ବାଧିକ ବୃଷ୍ଟି

ନୂଆଦିଲ୍ଲୀ,୧୭ ।୯: ରାଜଧାନୀ ଦିଲ୍ଲୀରେ ହେଉଥିବା ଲଗାଣ ବର୍ଷା ଏବେ ରେକର୍ଡ କରିଛି । ଗୁରୁବାର ସୁଦ୍ଧା ଦିଲ୍ଲୀରେ ଏଥର ମୌସୁମୀରେ ପ୍ରାୟ ମୋଟ ୧୧୭୦.୭...

ଉଦ୍ଧବଙ୍କୁ ଝଟକା, ଲୋକ ସଭାରେ ଶିନ୍ଦେ ଗ୍ରୁପର ରାହୁଲ ଶେୱାଲେଙ୍କୁ ଶିବସେନା ନେତା ମାନ୍ୟତା ଦେଲେ ସ୍ପିକର

ନୂଆଦିଲ୍ଲୀ,୨୦ ।୭: ଲୋକ ସଭା ଅଧ୍ୟକ୍ଷ ଓମ ବିରଲା ଶିବସେନା ଶିନ୍ଦେ ଗ୍ରୁପର ସଂସଦର ନେତା ପରିବର୍ତ୍ତନ ଦାବିକୁ ସ୍ୱୀକାର କରି ନେଇଛନ୍ତି । ଏବେ...

ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ବାନ୍ଧିଲେ ମୁସଲମାନ ମହିଳା, ଏଥିପାଇଁ କଲେ ଧନ୍ୟବାଦ

ବାରଣାସୀ,୩୧।୭: ଆଜିକୁ ଠିକ୍‌ ଏକ ବର୍ଷ ପୂର୍ବେ କେନ୍ଦ୍ର ସରକାର ତିନ୍‌ ତଲାକ ଭଳି କୁପ୍ରଥାକୁ ହଟାଇ ଦେଇଥିଲେ। ଏହି ସ୍ମରଣୀୟ ଦିନକୁ ମନେପକାଇ ଶୁକ୍ରବାର...

ଗର୍ଭଯନ୍ତ୍ରଣା ହେଉଥିବା ମହିଳାଙ୍କୁ ଥାନାକୁ ନେଇଗଲା ପୋଲିସ, ଆଉ ତା’ପରେ

ଗାନ୍ଧୀନଗର,୧୫।୭: ଗୁଜୁରାଟର ବନାଶକାଣ୍ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସ ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପୀଡିତାଙ୍କ ପରିବାର ଅନୁଯାୟୀ,...

ଜ୍ଞାନବ୍ୟାପି-ଶୃଙ୍ଗାର ଗୌରୀ ମାମଲା: ୨୯ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୨।୯: ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଏହି ବିବାଦ ମାମଲାରେ ବାରାଣସୀ ଜିଲା କୋର୍ଟରେ ଶୁଣାଣି ହୋଇଥିଲା। ଏଠାରେ ଉଭୟ...

Advertisement
Archives

Model This Week