ଡେମୋକ୍ରାଟ୍ସଙ୍କ ସିନେଟ

ଓ୍ବାଶିଂଟନ,୧୪ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଡେମୋକ୍ରାଟିକ୍‌ ପାର୍ଟି ସିନେଟ୍‌ ଉପରେ ନିୟନ୍ତ୍ରଣ ବଳବତ୍ତର ରଖିଛି। ମିଡ୍‌ଟମର୍‌ସରେ ଶାସକ ଦଳର ନେଭାଡା ସିନେଟର କ୍ୟାଥେରିନ୍‌ କୋର୍ଟେଜ୍‌ ମାସ୍ତୋ ଶନିବାର ବିଳମ୍ବିତ ରାତିରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ରିପବ୍ଲିକାନ୍‌ ଚ୍ୟାଲେଞ୍ଜର ଆଡାମ୍‌ ଲକ୍ସଲ୍ଟଙ୍କୁ ପରାସ୍ତ କରିବା ସହ ନିଜ ଦଳ ହାତରେ ଉଚ୍ଚ ସଦନର ନିୟନ୍ତ୍ରଣ ରହିବା ସୁନିଶ୍ଚିତ କରିଛନ୍ତି।
ନିର୍ବାଚନରେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ପ୍ରାର୍ଥୀ କ୍ୟାଥେରିନ୍‌ ୪,୮୭,୮୨୯ ଖଣ୍ଡ ଅର୍ଥାତ୍‌ ୪୮.୮% ଭୋଟ ପାଇଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥତ୍ତ ଆଡାମ୍‌ଙ୍କୁ ୪,୮୧,୨୭୩ ଖଣ୍ଡ (୪୮.୧%) ଭୋଟ ମିଳିଛି। ଶେଷ ମୁହୂର୍ତ୍ତରେ ଗଣତି ହୋଇଥିବା ମେଲ୍‌-ଇନ୍‌-ବକ୍ସ ଭୋଟ କ୍ୟାଥେରିନ୍‌ଙ୍କୁ ବିଜୟୀ କରାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ ଜିତିବା ପରେ ଡେମୋକ୍ରାଟ୍ସ ୫୦ ଆସନ ଦଖଲ ସହ ପ୍ରଭାବଶାଳୀ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷେ ବିରୋଧୀ ରିପବ୍ଲିକାନ୍ସ ବର୍ତ୍ତମାନ ୪୯ ଆସନରେ ସୀମିତ ରହିଛନ୍ତି। ଶାସକ ଦଳ ପାଇଁ ବିଗତ ୨୦ ବର୍ଷ ମଧ୍ୟରେ ଏହାକୁ ମିଡ୍‌ଟମର୍‌ସର ସର୍ବୋତ୍କୃଷ୍ଟ ଫଳାଫଳ ବୋଲି ବିବେଚନା କରାଯାଉଛି। ଅବଶିଷ୍ଟ ଜର୍ଜିଆ ଆସନରେ ଡିସେମ୍ବର ୬ରେ ନିର୍ବାଚନ ହେବ। ଜର୍ଜିଆର ଡେମୋକ୍ରାଟିକ୍‌ ସିନେଟର ରାଫାଏଲ୍‌ ଓ୍ବାର୍ନୋକ୍‌ ରିପବ୍ଳିକାନ୍‌ ପ୍ରତିଦ୍ୱନ୍ଦ୍ୱୀ ହେରସ୍କେଲ ଓ୍ବାକରଙ୍କ ସହ ମୁହଁାମୁହଁି ହେବେ। ଡେମୋକ୍ରାଟିକ୍‌ ପାର୍ଟି ଜିତିଲେ ସେମାନଙ୍କ ସଂଖ୍ୟା ୫୧ରେ ପହଞ୍ଚତ୍ବ। ଅନ୍ୟଥା ୧୦୦ ସଦସ୍ୟତା ବିଶିଷ୍ଟ ଉଚ୍ଚ ସଦନରେ ଦୁଇ ଦଳ ୫୦: ୫୦ ଆସନ ଦଖଲ କଲେ ଆମେରିକା ଉପରାଷ୍ଟ୍ରପତି ତଥା ସିନେଟ୍‌ ପ୍ରେସିଡେଣ୍ଟ କମଲା ହାରିସ୍‌ଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରିବ। ରେଡ୍‌ ଓ୍ବେଭ୍‌ ବା ରିପବ୍ଲିକ୍‌ ପାର୍ଟିର ହାଓ୍ବା ବହୁଥିବା ନେଇ ଯାହା କୁହାଯାଉଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି। କାରଣ ଗତ ୨ ବର୍ଷ ମଧ୍ୟରେ ଟ୍ରମ୍ପ୍‌ଙ୍କ ମିଥ୍ୟା ନିର୍ବାଚନୀ ପ୍ରତିଶ୍ରୁତିକୁ ଆମେରିକୀୟମାନେ ଶୁଣିନାହାନ୍ତି। ଏସବୁ ସତ୍ତ୍ୱେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ରିପବ୍ଲିକାନ୍ସଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇଛି। ନିମ୍ନ ସଦନରେ ଡେମୋକ୍ରାଟ୍ସ ୨୦୪ ଆସନ ଦଖଲ କରିଥିବାବେଳେ ବିରୋଧୀ ରିପବ୍ଲିକାନ୍ସ ୨୧୧ ଆସନରେ ସଫଳତା ପାଇଛନ୍ତି। ତେଣୁ ସେମାନେ ବାଇଡେନ୍‌ଙ୍କ ଏଜେଣ୍ଡାକୁ ଅଟକାଇପାରିବେ।

ବାଇଡେନ୍‌ ନା ହାରିସ୍‌

ମିଡ୍‌ଟମର୍‌ସର ଭୋଟ ଗଣତି ନ ସରୁଣୁ ଉଭୟ ଡେମୋକ୍ରାଟ୍ସ ଓ ରିପବ୍ଲିକାନ୍ସ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଜବାଜ ହେଲେଣି। ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଆଗରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ ଅଛନ୍ତି। ତେବେ ପରିବାର ସହ ବିଚାରବିମର୍ଶ କରି ଆସନ୍ତା ବର୍ଷ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଯଦି ୭୯ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଦ୍ୱିତୀୟ ଥର ଲଢ଼ିବା ପାଇଁ ତାଙ୍କ ବୟସ ଅନୁମତି ନ ଦିଏ, ତେବେ ୫୮ ବର୍ଷୀୟା ଉପରାଷ୍ଟ୍ରପତି କମଳା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିର ସର୍ବୋତ୍କୃଷ୍ଟ ପ୍ରାର୍ଥୀ ହୋଇପାରନ୍ତି। ବାଇଡେନ୍‌ଙ୍କ ପରେ ହାରିସ୍‌ଙ୍କ ପ୍ରାର୍ଥତ୍ତ୍ୱକୁ ଓପିନିୟନ୍‌ ପୋଲ୍‌ରେ ସବୁଠୁ ବେଶି ସମର୍ଥନ ମିଳିଛି।

ନିକ୍କି ହାଲି-ମାଇକ୍‌ ପେନ୍ସ

ଭାରତୀୟ ବଂଶୋଦ୍ଭବ ତଥା ସାଉଥ୍‌ କ୍ୟାରୋଲିନାର ପୂର୍ବତନ ଗଭର୍ନର ନିକ୍କି ହାଲି ଟ୍ରମ୍ପ୍‌ଙ୍କ କ୍ୟାବିନେଟ୍‌ରେ ହାଇପ୍ରୋଫାଇଲ ସଦସ୍ୟ ଥିଲେ। ଜାତିସଂଘରେ ଆମେରିକାର ପ୍ରାକ୍ତନ ଆମ୍ବାସାଡର ୫୦ ବର୍ଷୀୟା ନିକ୍କିଙ୍କୁ ମଧ୍ୟ ଟ୍ରମ୍ପ୍‌ଙ୍କ ବିକଳ୍ପ ଭାବେ ଦେଖାଯାଉଛି। ୨୦୧୬ ନିର୍ବାଚନ ବେଳେ ଟ୍ରମ୍ପ୍‌ଙ୍କୁ ଖୋଲାଖୋଲି ସମାଲୋଚନା କରିଥିବା ନିକ୍କି ଗତବର୍ଷ ଜାନୁୟାରୀ ୬ କ୍ୟାପିଟୋଲ ହିଲ୍‌ ଦଙ୍ଗାକୁ ମଧ୍ୟ ନିନ୍ଦା କରିଥିଲେ। ୨୦୨୦ ନିର୍ବାଚନ ପରେ ଟ୍ରମ୍ପ୍‌ଙ୍କ କାର୍ଯ୍ୟକଳାପକୁ ନେଇ ଇତିହାସ ତାଙ୍କ ବିଚାର କରିବ ବୋଲି ନିକ୍କି କହିଥିଲେ। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପାଇଁ ସୁଯୋଗ ଥିଲେ ସେ ଆସନ୍ତା ବର୍ଷ ଅଭିଯାନ ଆରମ୍ଭ କରିବେ ବୋଲି ଗତ ଅକ୍ଟୋବରରେ କହିଥିଲେ। ଟ୍ରମ୍ପ୍‌ଙ୍କ ଅମଳରେ ଉପରାଷ୍ଟ୍ରପତି ଥିବା ମାଇକ୍‌ ପେନ୍ସଙ୍କ ନାମ ମଧ୍ୟ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଚର୍ଚ୍ଚାକୁ ଆସିଛି। ଇଣ୍ଡିଆନାର ୬୩ ବର୍ଷୀୟ ପୂର୍ବତନ ଗଭର୍ନର ଚଳିତ ନିର୍ବାଚନରେ ଜର୍ଜିଆରେ ଟ୍ରମ୍ପ୍‌ଙ୍କ ପ୍ରାର୍ଥୀ ବ୍ରିଏନ୍‌ କେମ୍ପ୍‌ଙ୍କ ସପକ୍ଷରେ ପ୍ରଚାର କରି ଜିତାଇଛନ୍ତି। ତେଣୁ ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ପେନ୍ସ ମଧ୍ୟ ସାମିଲ ଥିବା କୁହାଯାଉଛି।

ଚର୍ଚ୍ଚାରେ ଟ୍ରମ୍ପ୍‌ ୨.୦

ଫ୍ଲୋରିଡାର ରିପବ୍ଲିକାନ୍‌ ଗଭର୍ନର ରୋନ୍‌ ଡେସାଣ୍ଟିସ୍‌ ଏହି ଆସନରୁ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ଏହି ସଫଳତା ସହ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି। ତାଙ୍କ ଲୋକପ୍ରିୟତା ଏବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୦୨୪ ନିର୍ବାଚନରେ ଟ୍ରମ୍ପ୍‌ ନ ଲଢ଼ିଲେ ରୋନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ୟୁନିଭର୍ସିଟିରେ ଉଚ୍ଚଶିକ୍ଷା ଲାଭ କରିଥିବା ୪୪ ବର୍ଷୀୟ ରୋନ୍‌ ହାର୍ଭାର୍ଡ ଲ ସ୍କୁଲରେ ପଢ଼ିବା ବେଳେ ନୌସେନାର ଆଇନ ଶାଖାରେ ଜେଏଜି ଅଫିସର ଭାବେ ଯୋଗଦେଇଥିଲେ। ରୋନ୍‌ ୨୦୧୦ରେ ଅବସର ନେଇ ୨୦୧୨ରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ପ୍ରତିନିଧିତ୍ୱ କରିଥିଲେ। ଏହାର ୬ ବର୍ଷ ପରେ ସେ ଫ୍ଲୋରିଡା ଗଭର୍ନର ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ମିଡ୍‌ଟମର୍‌ସରେ ଅନେକ ରାଜ୍ୟରେ ଶାସକ-ବିରୋଧୀ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ଖୁବ୍‌ କମ୍‌ ଥିବାବେଳେ ରୋନ୍‌ଙ୍କ ବିପୁଳ ବିଜୟ ସମସ୍ତଙ୍କୁ ବିସ୍ମିତ କରିଛି। ସେ ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର୍‌ ଚାର୍ଲି କ୍ରିଷ୍ଟଙ୍କୁ ୫୯:୪୦% ଭୋଟରେ ପରାସ୍ତ କରିଛନ୍ତି। ନିଜ ଲୋକପ୍ରିୟତା ପାଇଁ ‘ଟ୍ରମ୍ପ୍‌ ୨.୦’ ଭାବେ ପରିଚିତ ରୋନ୍‌ ମହିଳାଙ୍କ ଗର୍ଭପାତ ଅଧିକାର ଏବଂ ଏଲ୍‌ଜିବିଟିକ୍ୟୁ+ଙ୍କ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରୋନ୍‌ ରିପବ୍ଲିକାନ୍‌ ପ୍ରେସିଡେନ୍ସିଆଲ ନୋମିନେଶନରେ ଚ୍ୟାଲେଞ୍ଜ କଲେ ତାଙ୍କ ସମ୍ପର୍କରେ ଅନେକ ସଙ୍ଗିନ ତଥ୍ୟ ଲୋକଲୋଚନକୁ ଆଣିବେ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?