Home Middle

ଚାଇନାକୁ ସର୍ତ୍ତମୂଳକ ସହାୟତା ପାଇଁ ତାଇଓ୍ବାନ ରାଜି…

ତାଇପେ,୧।୧ : ଚାଇନାରେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ପ୍ରତିଦିନ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜେ ବର୍ଷର ପ୍ରଥମ ଦିନରେ ବାହାରକୁ ଆସିଥିଲେ ଏବଂ ଦେଶରେ କରୋନା…

ବୌଦ୍ଧ ଧର୍ମକୁ ସମାପ୍ତ କରିବାକୁ ଚାହୁଁଛି ଚାଇନା, ଏହାକୁ ଜହର ଭଳି ବିବେଚନା କରୁଛି: ଦଲାଇ ଲାମା…

ବୋଧଗୟା,୧।୧ : ଦଲାଇ ଲାମା ଚାଇନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଚାଇନ ବୌଦ୍ଧ ଧର୍ମକୁ ଏକ ଜହର ବୋଲି ବିବେଚନା କରୁଛି ଏବଂ ଏହାକୁ ସମାପ୍ତ କରିବାକୁ ଚେଷ୍ଟା କରୁଛି। ପଦ୍ମାସମ୍ବଭଙ୍କ ପ୍ରତିମୂର୍ତ୍ତି ବିଷୟରେ ଦଲାଇ ଲାମା କହିଛନ୍ତି…

ଗୁଜରାଟ-ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଜୈନ ସମ୍ପ୍ରଦାୟ…

ମୁମ୍ବାଇ,୧।୧ : ଜୈନ ସମ୍ପ୍ରଦାୟ ପକ୍ଷରୁ ଗୁଜରାଟ ଏବଂ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛି। ରବିବାର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି କରାଯାଇଛି। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଶ୍ରୀ ସମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରିବା ଏବଂ…

ବନ୍ଦୀ ତାଲିକା ଘୋଷଣା କଲେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧ : ଭାରତ ଏବଂ ପାକିସ୍ତାନ ରବିବାର ଦିନ ନିଜ ନିଜ ଜେଲରେ ରହୁଥିବା ସାଧାରଣ ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର କରିଛନ୍ତି। ଭାରତରେ ୩୩୯ ପାକିସ୍ତାନୀ ନାଗରିକ ଏବଂ ୯୫ ମତ୍ସ୍ୟଜୀବୀ ଜେଲରେ ଅଛନ୍ତି ବୋଲି…

ନୂଆ ରାଷ୍ଟ୍ର ପିତା ଦେଶ ପାଇଁ କରିଛନ୍ତି କ’ଣ ? ନୀତୀଶଙ୍କ ପ୍ରଶ୍ନ…

ପାଟନା,୧।୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ର ପିତା କହିବା ନେଇ କଟାକ୍ଷ କରିଛନ୍ତି। କିଛି ଦିନ ତଳେ ଅମୃତା ଫଡନାଭିସଙ୍କ ମୋଦିଙ୍କୁ ରନୂଆ ରାଷ୍ଟ୍ରପିତା ମନ୍ତବ୍ୟକୁ ନେଇ ନୀତୀଶ ପଚାରିଛନ୍ତି ନୂଆ ଭାରତର ନୂଆ…

ରାହୁଲ ଆଣିବେ ଦେଶରେ ବଡ଼ ରାଜନୈତିକ ପରିବର୍ତ୍ତନ: ସଞ୍ଜୟ ରାଉତ…

ମୁମ୍ବାଇ,୧।୧ : ଶିବସେନା ନେତା ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଯେ ଗତ ୨୦୨୨ ବର୍ଷ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଏକ ନୂଆ ମୋଡ଼ ଦେଇଛି। ଯଦି ୨୦୨୩ରେ ମଧ୍ୟ ଏହି ଧାରା ଅବ୍ୟାହତ ରହେ, ତେବେ…

ଦୈନିକ ପଜିଟିଭ୍‌ ହାର ୦.୧୭ ପ୍ରତିଶତ…

ନୂଆଦିଲ୍ଲୀ, ୧।୧: ବର୍ଷର ପ୍ରଥମ ଦିନରେ ଦେଶରେ କରୋନା ସଂକ୍ରମଣ କମିବା ଖବର ମିଳିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପ୍ରଥମ ଦିନରେ ଦେଶରେ ଖୁବ କମ କରୋନା ମାମଲା ପଞ୍ଜିକୃତ ହୋଇଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ବର୍ଷର ପ୍ରଥମ ଦିନରେ ଆଫଗାନିସ୍ତାନରେ ସାମରିକ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ: ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

କାବୁଲ,୧।୧ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ବର୍ଷର ପ୍ରଥମ ଦିନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ତାଲିବାନ ଦ୍ୱାରା ପରିଚାଳିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ କାବୁଲର ସାମରିକ ବିମାନବନ୍ଦର ବାହାରେ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଅନେକ…

କିଭଳି ସୁଧୁରିବ ଦେଶର ଅର୍ଥବ୍ୟବସ୍ଥା, ନୂଆବର୍ଷ ବାର୍ତ୍ତାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦେଲେ ସୂଚନା…

କଲମ୍ବୋ,୧।୧ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ରବିବାର କହିଛନ୍ତି ଯେ ନଗଦ ଅର୍ଥରାଶି ପାଇଁ ୨୦୨୩ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ କାରଣ ତାଙ୍କ ଶାସନ ସଙ୍କଟ ଜନିତ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ବହୁ ଆବଶ୍ୟକୀୟ ନୀତି ଉପଲବ୍ଧ…

ପାକିସ୍ତାନରେ ରନ୍ଧନ ଗ୍ୟାସ ସଙ୍କଟ, ପ୍ଲାଷ୍ଟିକ୍‌ ବ୍ୟାଗରେ ଗ୍ୟାସ ଭରୁଛନ୍ତି ଲୋକେ..

.ଇସଲାମାବାଦ,୧।୧ : ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗୋଟିଏ ପଟେ ବୈଦେଶିକ ମୁଦ୍ରା ସଂରକ୍ଷଣର ଅଭାବ ରହିଛି ଏବଂ ଅନ୍ୟ ପଟେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯୋଗୁ ସଙ୍କଟରେ ପଡ଼ିଛନ୍ତି। ଲୋକମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇବାରେ…

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ, ନୂଆବର୍ଷରେ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଦେଶର ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ପ୍ରସାରଣ ଏବଂ ଏକ ନୂତନ ତଥା ଅଧିକ ଶକ୍ତିଶାଳୀ ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ରର ବିକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆ ୨୦୨୩…

ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧(ବ୍ୟୁରୋ): ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଇଂରାଜୀ ନବବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି, ସୁଯୋଗ ଓ ସମ୍ଭାବନାର ବର୍ଷ ହେଉ। ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?