Posted inଜାତୀୟ

ଗୁଜରାଟ-ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କଲେ ଜୈନ ସମ୍ପ୍ରଦାୟ…

ମୁମ୍ବାଇ,୧।୧ : ଜୈନ ସମ୍ପ୍ରଦାୟ ପକ୍ଷରୁ ଗୁଜରାଟ ଏବଂ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛି। ରବିବାର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି କରାଯାଇଛି। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଶ୍ରୀ ସମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରିବା ଏବଂ ଗୁଜରାଟର ପଲିତାନା ଠାରେ ଥିବା ଜୈନ ମନ୍ଦିରକୁ ଭଙ୍ଗାରୁଜା କରିବାକୁ ନେଇ ଏକ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ହଜାର ହଜାର ଲୋକ ରାସ୍ତାରେ ପ୍ରଦର୍ଶନ କରିଥିଲେ।

ବାସ୍ତବରେ, ଝାଡ଼ଖଣ୍ଡ ସରକାର ଜୈନ ସମ୍ପ୍ରଦାୟର ଦିଗମ୍ବର ଶ୍ୱେତାମ୍ବର ସମାଜର ପବିତ୍ର ସ୍ଥାନ ପ୍ରଭୁ ପରସନାଥ ପର୍ବତକୁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଘୋଷଣା କରିଛନ୍ତି। ଯେଉଁ କାରଣରୁ ସେଠାରେ ହୋଟେଲ ଖୋଲିବ। ଏହି ପରିବର୍ତ୍ତନକୁ ନେଇ ଜୈନ ସମାଜ ଅସନ୍ତୁଷ୍ଟ ହୋଇ ବିରୋଧ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ଜୈନ ସମାଜର ସାଧୁମାନେ କହିଛନ୍ତି ଯେ ଆମର ଯାହା ବି ଦାବି ତାହା ଆମେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଉପସ୍ଥାପନ କରୁଛୁ। ଏହା ଭୁଲିଯିବା ଉଚିତ ନୁହେଁ ଯେ ଜୈନ ସମ୍ପ୍ରଦାୟ ଦେଶର ମାତ୍ର ଏକ ପ୍ରତିଶତ, କିନ୍ତୁ ସେମାନେ ଦେଶର ମୋଟ ଟ୍ୟାକ୍ସର ୨୪ ପ୍ରତିଶତ ଦେଇଥାନ୍ତି।

ଗୁଜରାଟର ଭବନଗର ଜିଲା ଅନ୍ତର୍ଗତ ପାଲିତାନାର ଶତ୍ରୁଞ୍ଜୟ ପାହାଡ ଉପରେ ଥିବା ବୋର୍ଡ ଏବଂ ଲୁହା ସ୍ତମ୍ଭକୁ ଭଙ୍ଗାରୁଜା କରାଯାଇଛି। ସ୍ତମ୍ଭରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। ସେବେଠାରୁ ସେଠ ଆନନ୍ଦଜୀ କଲ୍ୟାଣଜୀ ଟ୍ରଷ୍ଟ ଏବଂ ନୀଳକଣ୍ଠ ମହାଦେବ ସେବା ସମିତି ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?