Posted inଜାତୀୟ

ବନ୍ଦୀ ତାଲିକା ଘୋଷଣା କଲେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧ : ଭାରତ ଏବଂ ପାକିସ୍ତାନ ରବିବାର ଦିନ ନିଜ ନିଜ ଜେଲରେ ରହୁଥିବା ସାଧାରଣ ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର କରିଛନ୍ତି। ଭାରତରେ ୩୩୯ ପାକିସ୍ତାନୀ ନାଗରିକ ଏବଂ ୯୫ ମତ୍ସ୍ୟଜୀବୀ ଜେଲରେ ଅଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବନ୍ଦୀମାନଙ୍କ ତାଲିକା ରବିବାର ଦିନ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି। ଏହା ସହିତ ଉଭୟ ଦେଶ ମଧ୍ୟ ଏହି ବନ୍ଦୀମାନଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ରାଜି ହୋଇଛନ୍ତି।

ମନ୍ତ୍ରଣାଳୟ କହିଛି ଯେ ଏକ ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ ରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ବନ୍ଦୀ ଥିବା ସାଧାରଣ ନାଗରିକ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର କରିଥାନ୍ତି।

ପାକିସ୍ତାନ ଦାଖଲ କରିଥିବା ତାଲିକା ଅନୁଯାୟୀ ୫୧ ଭାରତୀୟ ନାଗରିକ ଏବଂ ୬୫୪ ମତ୍ସ୍ୟଜୀବୀ ପାକିସ୍ତାନୀ ଜେଲରେ ରହିଛନ୍ତି ବୋଲି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଏହି ବନ୍ଦୀମାନଙ୍କୁ ଶୀଘ୍ର ମୁକ୍ତ କରିବାକୁ ଭାରତ ଦାବି କରିଛି। ଏଥିମଧ୍ୟରୁ 631 ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଦୁଇ ଜଣ ଭାରତୀୟ ନାଗରିକ ନିଜର ଦଣ୍ଡ ଅବଧି ପୂରଣ କରି ସାରିଛନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନରୁ ସେମାନଙ୍କ ମୁକ୍ତିକୁ ତ୍ୱରାନୱିତ କରିବାକୁ ଭାରତ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri