Posted inଜାତୀୟ

ନୂଆ ରାଷ୍ଟ୍ର ପିତା ଦେଶ ପାଇଁ କରିଛନ୍ତି କ’ଣ ? ନୀତୀଶଙ୍କ ପ୍ରଶ୍ନ…

ପାଟନା,୧।୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ର ପିତା କହିବା ନେଇ କଟାକ୍ଷ କରିଛନ୍ତି। କିଛି ଦିନ ତଳେ ଅମୃତା ଫଡନାଭିସଙ୍କ ମୋଦିଙ୍କୁ ରନୂଆ ରାଷ୍ଟ୍ରପିତା ମନ୍ତବ୍ୟକୁ ନେଇ ନୀତୀଶ ପଚାରିଛନ୍ତି ନୂଆ ଭାରତର ନୂଆ ରାଷ୍ଟ୍ର ପିତାପିତା ଦେଶ ପାଇଁ କ’ଣ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସ ୨୦୨୨ ଡିସେମ୍ବର ୨୧ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୂଆ ଭାରତର ପିତା ବୋଲି କହିଥିଲେ। ଏହି ମନ୍ତବ୍ୟରେ ନୀତୀଶ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମ ସହିତ ମୋଦିଙ୍କର କୌଣସି ସମ୍ପର୍କ ନାହିଁ। । ସ୍ବାଧୀନତା ସଂଗ୍ରାମରେ ଆରଏସଏସ ମଧ୍ୟ ସହଯୋଗ କରି ନ ଥିଲା।

ଆଧୁନିକ ଭାରତରେ ସବୁଆଡେ ଚର୍ଚ୍ଚା ହେଉଛି, କିନ୍ତୁ ବର୍ତ୍ତମାନ ମୁଁ ପଚାରିବାକୁ ଚାହେଁ ମୋଦି କ’ଣ କରିଛନ୍ତି। ଦେଶକୁ ଆଗକୁ ନେବା ପାଇଁ ସେ କିଛି କରିଛନ୍ତି କି? ସେ ନୂତନ ଟେକ୍ନୋଲୋଜିର ଅପବ୍ୟବହାର କରୁଛନ୍ତି । ଆରଏସଏସ ଭାରତର ସ୍ବଧୀନତା ଆନ୍ଦୋଳନରେ କିଛି କରିନାହିଁ। କିନ୍ତୁ ଆଜିକାଲି କିଛି ଲୋକ ନିଜକୁ ପ୍ରକୃତ ଦେଶପ୍ରେମୀ ବୋଲି କହୁଛନ୍ତି।

ଯଦି ସେମାନେ ମୋଦି ଜୀଙ୍କୁ କେବଳ କିଛି ଧନୀ ବ୍ୟବସାୟୀଙ୍କ ପାଇଁ ନୂଆ ଭାରତର ପିତା ’କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ତାହା କରିବାକୁ ଦିଅନ୍ତୁ। ମୁଁ ଏଥିପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିୱାରୀ ମଧ୍ୟ ଏହି ମନ୍ତବ୍ୟକୁ ଟାର୍ଗେଟ କରିଛନ୍ତି। ତିୱାରୀ କହିଛନ୍ତି, ଭାଜପାରେ ଦୁଇଜଣ ପିତା ରହିପାରନ୍ତି, କିନ୍ତୁ ଦେଶରେ ନୁହେଁ, ଦେଶର ପିତା କେବଳ ଜଣେ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri