ବର୍ଷର ପ୍ରଥମ ଦିନରେ ଆଫଗାନିସ୍ତାନରେ ସାମରିକ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ: ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…

କାବୁଲ,୧।୧ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ବର୍ଷର ପ୍ରଥମ ଦିନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ତାଲିବାନ ଦ୍ୱାରା ପରିଚାଳିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ କାବୁଲର ସାମରିକ ବିମାନବନ୍ଦର ବାହାରେ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଅନେକ ଲୋକ ମୃତ ଓ ଆହତ ହୋଇଥିବା ସୂଚନା ମିଳିଛି।

ତାଲିବାନ ମୁଖପାତ୍ର ଅବଦୁଲ ନାଫି ଟାକୋର ରଏଟର୍ସ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ରବିବାର ସକାଳେ କାବୁଲର ସାମରିକ ବିମାନବନ୍ଦର ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଯେଉଁଥିପାଇଁ ଆମର ଅନେକ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି ।

ବିସ୍ଫୋରଣ ପଛର କାରଣ ଏବଂ ମୃତ୍ୟୁ ଆହତଙ୍କ ସମ୍ପର୍କରେ ସେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆତଙ୍କବାଦୀ ଆକ୍ରମଣ ବହୁ ବୃଦ୍ଧି ପାଇଛି। ଲୋକମାନେ ଆତଙ୍କବାଦୀ ଷଡଯନ୍ତ୍ରର ଶିକାର ହେଉଛନ୍ତି। ନୂଆ ବର୍ଷର ପ୍ରଥମ ଦିନ ସକାଳେ କାବୁଲରେ ବୋମା ବିସ୍ଫୋରଣର ତିନି ଦିନ ପୂର୍ବରୁ ମଧ୍ୟ ଉତ୍ତର ତାଖର ପ୍ରଦେଶର ରାଜଧାନୀ ତାଲୁକାନ ସହରରେ ବୋମା ବିସ୍ଫୋରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?