Home Left

ପିତ୍ତଳ ଛକ ୪ ଭାଇଙ୍କୁ ହତ୍ୟା ଘଟଣା: ୫ ଗିରଫ

ହିଞ୍ଜିଳିକାଟୁ,୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପିତ୍ତଳ ଛକରେ ୪ ଭାଇଙ୍କୁ ନିର୍ମମ ଭାବରେ କାଠ ଫାଳିଆରେ ହତ୍ୟା ମାମଲାରେ ମଙ୍ଗଳବାର ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ଗଞ୍ଜାମ ଏସପି ବ୍ରିଜେଶ ରୟ ସୂଚନା ଦେଇଛନ୍ତି। ଗିରଫ…

କୋଇଲା ଦୁର୍ନୀତିରେ ଟିଏମ୍‌ସି ଏମ୍‌ପି ଅଭିଷେକଙ୍କ ପତ୍ନୀଙ୍କୁ ଇଡିର ସମନ

କୋଲକାତା,୨୯।୩: ପଶ୍ଚିମବଙ୍ଗରେ କୋଇଲା ଖଣି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ ପଠାଇଛି। ମାର୍ଚ୍ଚ ୩୦ରେ ଇଡି କାର୍ଯ୍ୟାଳୟରେ ରୁଜିରାଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଛି।…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ତାଳଚେର,୨୯।୩(ଡି.ଏନ୍‌.ଏ.): ତାଳଚେର ଆରଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀ ସାହୁଙ୍କ ଘରେ ଚଢ଼ାଉ ହୋଇଛି। ଏକ କାଳୀନ ଯନ୍ତ୍ରୀ ସାହୁଙ୍କ ତାଳଚେରସ୍ଥିତ କାର୍ଯ୍ୟାଳୟ, ପୈତୃକ ଘର,…

ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍‌ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ

ଇସ୍‌ଲାମାବାଦ୍‌,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌ ରସିଦ ଦାବି କରିଛନ୍ତି। ସୋମବାର ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ…

ଅଖିଳେଶ ଡକାଇଲେ ମେଣ୍ଟ ଦଳର ବୈଠକ: ଶିବପାଳଙ୍କୁ ବି କରାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୨୯।୩: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ସନ୍ଧ୍ୟା ୫ଟାରେ ମେଣ୍ଟ ଦଳର ବୈଠକ ଡକାଇଛନ୍ତି। ଏହି ବୈଠକରେ ଶିବପାଳ ସିଂହ ଯାଦବ, ଓମ୍‌ପ୍ରକାଶ ରାଜଭର, ପଲ୍ଲବୀ ପଟେଲ, ଓ ରାଜପାଲ ବଲିଆନଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି। ଏଥିରେ…

ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି,୨୯।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାରେ ଆଇ.ଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ସକାଳୁ ଡିଆର୍‌ଜି ଯବାନମାନେ ଅପରେଶନ ପାଇଁ ଜେଭଲାପଦର ରାସ୍ତାରେ ଯାତ୍ରା କରୁଥିବା ବେଳେ ସେମାନଙ୍କୁ ମାଓବାଦୀ ଟାର୍ଗେଟ୍‌ କରିଥିଲେ।…

ଦିଲ୍ଲୀରୁ ରାଜସ୍ଥାନ ପର୍ଯ୍ୟନ୍ତ ହିଟ୍‌ ଓ୍ବେଭ

ନୂଆଦିଲ୍ଲୀ,୨୯।୩: ଉତ୍ତର ଭାରତରେ ଗତ କିଛି ଦିନରୁ ଦ୍ରୁତଗତିରେ ତାପମାନ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ଓ୍ବେଭ୍‌ ଜାରି କରାଯାଇଛି। ଜମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ, ସୌରାଷ୍ଟ୍ର କଛ ଅଞ୍ଚଳରେ…

ରମଜାନ ସମୟରେ ଏଠାରେ ଖୋଲିବନି ରେଷ୍ଟୁରାଷ୍ଟ

ରିଆଦ,୨୯।୩: ମୁସଲିମ୍‌ ସମ୍ପ୍ରଦାୟର ସବୁଠାରୁ ପବିତ୍ର ମାସ ରମଜାନ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି। ପେଗମ୍ବର ମୁହମ୍ମଦଙ୍କ ଜନ୍ମସ୍ଥାନ ମକ୍କାରେ ଏହାକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଇତିମଧ୍ୟରେ ସାଉଦି ଆରବରେ ଏବେଠାରୁ ରମଜାନ ପାଇଁ…

ମହୁଲ ଗୋଟାଇବା ହେଲା କାଳ, ଗଲା ମହିଳାଙ୍କ ଜୀବନ

ଦେବଗଡ଼,୨୯।୩(ଡି.ଏନ୍‌.ଏ.): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଖଣ୍ଡାଧୁଆଁ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଦଳିଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପ୍ରମିଳା ପଧାନ(୪୦)। ପ୍ରମିଳା ସକାଳୁ ମହୁଲ ଗୋଟାଇବାକୁ ଯାଇ ହାତୀ…

ରୋଗୀଙ୍କୁ ଆଣୁୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ପାପଡାହାଣ୍ଡି,୨୯।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡିରୁ କୋଷାଗୁମୁଡ଼ା ରାସ୍ତା ତଣ୍ଡାଗୁଡା ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଆହତ ହୋଇଛନ୍ତି । ରୋଗୀକୁ ଧରି ଖୁଟୁବାଇରୁ ପାପଡାହାଣ୍ଡି ଆସୁଥିବା ବେଳେ ଆମ୍ବୁଲାନ୍ସର ବାମ ଚକ ବାହାରିଯାଇଥିଲା…

ରୁଷିଆ ଯବାନ ବଳାତ୍କାର କରିଥିବା ଦାବି କଲେ ୟୁକ୍ରେନ ମହିଳା

କ୍ୱିଭ,୨୯।୩ : ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁଇ ରୁଷିଆ ଯବାନ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ୟୁକ୍ରେନ ମହିଳା। ତାଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି। ମାର୍ଚ୍ଚ ୯ ତାରିଖରେ ଦୁଇ ରୁଷିଆ…

ଘରୋଇ ଉପାୟରେ ରୁହନ୍ତୁ ଫ୍ରେଶ୍‌

ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ଏଥିପାଇଁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ଫିକା ଲାଗିଥାଏ। ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍‌ ଅନୁଭବ କରିବେ ଜାଣିରଖନ୍ତୁ…. ଆଳୁକୁ ପତଳା ପତଳା କରି କାଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri