ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ଠାକୁରମୁଣ୍ଡା,୨୩ା୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନାଳ ପୋଲ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋଟି ରାସ୍ତାକଡ଼ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର…
ହୀରାକୁଦର ଆବଦ୍ଧ ମାଛଚାଷ ସଫଳ ମଡେଲ
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛଚାଷ ବା କେଜ୍ ଫିସ୍ କଲ୍ଚର ଏକ ସଫଳ ମଡେଲ୍। ଏହା ଖୁବ୍ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ। ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ପରେ…
ଏକଲପୁର ଫେରିଘାଟକୁ ନେଇ ବିବାଦ
ମହାକାଳପଡ଼ା,୨୩ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ଓ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଗୋବରୀ ନଦୀ ଏକଲପୁର ଫେରିଘାଟରେ ଦୈନଦିନ ଯାତାୟାତ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଫେରିଘାଟ ନିଲାମ କରାଯାଇଥାଏ। ଏହି ନିଲାମ ଅର୍ଥ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ…
କୃଷି ଉପକରଣ ସବ୍ସିଡି ଆତ୍ମସାତ୍
କେନ୍ଦ୍ରାପଡ଼ା ଅଫିସ,୨୩ା୫: ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଚାଷୀଙ୍କୁ ରିହାତି ଦରରେ ପମ୍ପସେଟ୍, ସ୍ପ୍ରେୟରଠାରୁ ଆରମ୍ଭ କରି ଟ୍ରାକ୍ଟର, ପାୱାରଟିଲର, ହାର୍ଭେଷ୍ଟର ଆଦିରେ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାର…
ଭାଲୁକାହୁଡ଼ିରେ ବିକାଶ ଅପହଞ୍ଚ
ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଗଠନକୁ ୨୯ ବର୍ଷ ପୂରିଛି। ଇତିମଧ୍ୟରେ ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୨ ବର୍ଷ ଧରି ବିଜେଡି ଟିକେଟରେ ବହୁ ନେତା ପ୍ରତିନିଧିତ୍ୱ କରିଛନ୍ତି। କେତେଜଣ ବିଭିନ୍ନ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଛନ୍ତି।…
କୋର୍ଟଙ୍କ ନିର୍ଦ୍ଦେଶରେ ସଞ୍ଜୟ, ପ୍ରଣବଙ୍କ ନାଁରେ ମାମଲା
ନବରଙ୍ଗପୁର,୨୩ା୫(ବି.ପ୍ର.): ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କୁ ଗୋଇଠା ମାରିବା ଏବଂ ମହିଳାମାନଙ୍କୁ ଠେଲାପେଲା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ନବରଙ୍ଗପୁର ଥାନାରେ…
ଘରକୁ ଗ୍ୟାସ୍ ଚାମ୍ବରରେ ପରିଣତ କରି ମା’,୨ ଝିଅଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଜଣେ ୫୫ ବର୍ଷୀୟ ମହିଳା ଓ ତାଙ୍କର ୩୦ ଓ ୨୬ ବର୍ଷର ଦୁଇ ଝିଅ ସେମାନଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଆତ୍ମହତ୍ୟା କରିବାର ଯୋଜନା ହୃଦୟ ବିଦାରକ। ସେମାନେ ନିଜ ଫ୍ଲାଟ୍କୁ…
ଆସାମରେ ହାଜତ ମୃତ୍ୟୁ
ଗୁଆହାଟୀ,୨୩।୫: ଆସାମର ନାଗାଁଓ ଜିଲାରେ ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଶନିବାର ଉତ୍ତ୍ୟକ୍ତ ଲୋକେ ଏକ ଥାନା ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଦେଇଥିଲେ। ଏଥିରେ ୩ ଜଣ ଆହତ ହୋଇଥିଲେ। ଏହାର ଦିନକ ପରେ ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ…
‘ମିଛ ଧରାପଡ଼ିଲାଣି, ଭୁଲ ସ୍ବୀକାର କରନ୍ତୁ’
ପୁରୀ ଅଫିସ,୨୩।୫ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଶାସନ ପକ୍ଷରୁ ରାତିଅଧରେ ଜିପିଆର୍ଏସ୍ ପରେ ତେଜିଛି ରାଜନୀତି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜିପିଆର୍ଏସ୍ ହୋଇଥିବା ପୁରୀ ଏମ୍ପି ପିନାକୀ ମିଶ୍ର କହୁଥିବାବେଳେ ଏବେ ତାହା ମିଛ ପ୍ରମାଣିତ ହୋଇଛି ବୋଲି ଭାଜପା…
ଏନ୍ଆଇଏଫ୍ଟି ପରୀକ୍ଷା ସର୍ବଭାରତୀୟ ସ୍ତରରେ କୋରାପୁଟ ଝିଅ ଅନ୍ବେଷା ଅର୍ପିତା
କୋରାପୁଟ,୨୩ା୫(ସ୍ବ.ପ୍ର.): ଏନ୍ଆଇଏଫ୍ଟି (ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫେଶନ ଟେକ୍ନୋଲୋଜି) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୬୨ତମ ର଼୍ୟାଙ୍କ ପାଇଛନ୍ତି କୋରାପୁଟ ଝିଅ ଅନ୍ବେଷା ଅର୍ପିତା ପାତ୍ର। ଏନେଇ ଅନ୍ବେଶାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଅନ୍ବେଷା ଏହି ସଫଳତାର ଶ୍ରେୟ ବାପା ଅଞ୍ଜନ…
ସ୍ମାର୍ଟ ସ୍କୁଲ୍ ପରିସରରେ ବୋମା
ରସୁଲପୁର,୨୩ା୫(ଡି.ଏନ.ଏ.): ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସ୍ମାର୍ଟ ସ୍କୁଲ୍ ହୋଇଥିବା ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ପଞ୍ଚାୟତର ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ରବିବାର ପୂର୍ବାହ୍ନରେ ଏକ ବୋମା ଠାବ କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବୋମାକୁ…
ଜଳହସ୍ତୀ ଦେହରେ ଲାଗିଛି ସିରିଞ୍ଜ
ବାରଙ୍ଗ,୨୩।୫(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ୱହୀନତା ଯୋଗୁ ୬୩ ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ୪ବର୍ଷର ଏହି ଜଳହସ୍ତୀଟି ଅସୁସ୍ଥ ଥିବା କର୍ମଚାରୀମାନେ ଦେଖିଥିଲେ। ଖବରପାଇ ରବିବାର ସକାଳେ ତା’ର ଚିକିତ୍ସା ପାଇଁ…
Archives


