ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ

ଝାରସୁଗୁଡ଼ା ଅଫିସ,୭ା୯: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃ ଜିଲା ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁନ୍ଦରଗଡ଼ର ଟିଙ୍କୁ ଜୋତ୍‌ବା (୩୨), ସୋନି କୁମାର (୩୭), ଦଶରଥ ସୋରେନ୍‌ (୩୨), ମାଧବ ମିଞ୍ଜ ଓ ହାସନ ଖାନ୍‌। ଏମାନଙ୍କ ନିକଟରୁ ଠକେଇରେ ବ୍ୟବହୃତ ହୋଇଥିବା ଓଆର୍‌୦୨ବିପି-୦୦୫୫ନଂ. କାର୍‌, ଓଡି୧୬ଏଚ୍‌-୭୬୫୪ନଂ. ବାଇକ୍‌, ୬ ମୋବାଇଲ୍‌ ଫୋନ୍‌, ନକଲି ହନୁମାନ ପଇସା, ଆଧାର କାର୍ଡ, ଭୋଟର କାର୍ଡ, ପାନ୍‌ କାର୍ଡ ଓ ଲୁଟ୍‌ ହୋଇଥିବା ୯୦ ହଜାର ଟଙ୍କା ଜବତ କରାଯାଇଛି। ଠକେଇର ଶିକାର ହୋଇଥିବା କେନ୍ଦ୍ରାପଡ଼ାର ଠିକାଦାର ରବୀନ୍ଦ୍ର କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ଝାରସୁଗୁଡ଼ା ଟାଉନ ଥାନା ପୋଲିସ ଏକ ମାମଲା (ନଂ.୪୯୩/୨୨) ରୁଜୁକରି ତଦନ୍ତ ଚଳାଇଛି।
ଝାରସୁଗୁଡା ଏସ୍‌ଡିପିଓ ନିର୍ମଳ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଠକାମିର ଶିକାର ହୋଇଥିବା ଠିକାଦାର ଦାସ ଝାରସୁଗୁଡାରେ ରହି ବିଭିନ୍ନ ଠିକା କାମ କରନ୍ତି। ତାଙ୍କ ସହିତ ଅଭିଯୁକ୍ତ ସୋନି ବନ୍ଧୁତ୍ୱ ସ୍ଥାପନ କରି ହନୁମାନ ପଇସାର ଆନ୍ତର୍ଜାତିକ ବଜାରରେ ଚାହିଦା ରହିଛି କହି ପ୍ରଲୋଭନ ଦେଖାଇଥିଲେ। ପରେ ଲଇକେରାର ଜଣେ ବ୍ୟକ୍ତିଙ୍କ ନିକଟରେ ହନୁମାନ ପଇସା ରହିଛି ଓ ସେ ୧ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ କହୁଛନ୍ତି। ଏହାକୁ ଆମେ ଲକ୍ଷେ ଟଙ୍କାରେ ଆଣି ୬ଲକ୍ଷ ଟଙ୍କାରେ ବିକ୍ରି କରିବା। ଏହି ଟଙ୍କାକୁ ଉଭୟ ଭାଗବାଣ୍ଟି ନେବା ପାଇଁ ସୋନି ତାଙ୍କୁ କହିଥିଲେ। ଠିକାଦାର ସୋନୁଙ୍କ କଥାରେ ରାଜିହୋଇ ହନୁମାନ ପଇସା କିଣିବା ପାଇଁ ଟଙ୍କା ଯୋଗାଡ଼ କରିଥିଲେ। ଉଭୟ ୧ଲକ୍ଷ ଟଙ୍କା ଧରି ଲଇକେରା ଯାଉଥିବାବେଳେ ରାସ୍ତାରେ ୪ଜଣ ବ୍ୟକ୍ତି ଅଟକାଇ ଟଙ୍କା, ମୋବାଇଲ୍‌ ଆଦି ଲୁଟିନେଇ ଫେରାର୍‌ ହୋଇ ଯାଇଥିଲେ। ଠକାମିର ଶିକାର ହେବା ପରେ ଠିକାଦାର ଦାସ ଗତ ୨୭ ତାରିଖରେ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ର଼୍ୟାକେଟ୍‌ର ଚେର ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା ଓ ସୋନପୁର ଆଦି ଜିଲାକୁ ଲମ୍ବିଥିବା ପୋଲିସ ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?