Posted inଜାତୀୟ

ଆସାମରେ ୪ର୍ଥ ମଦ୍ରାସା ଭଙ୍ଗାଗଲା

ଗୁଆହାଟୀ,୭।୯: ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଅଭିଯୋଗରେ ଆସାମ ଗୋଆଲପରା ଜିଲାର ଏକ ମଦ୍ରାସାକୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଛନ୍ତି। ଅଲ୍‌ କାଏଦା ସ୍ବୀକୃତିପ୍ରାପ୍ତ ସଂଗଠନର ସଦସ୍ୟ ଥିବା ଦୁଇ ବାଂଲାଦେଶୀ ଉକ୍ତ ମଦ୍ରାସାକୁ ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ ବୋଲି ପୋଲିସ କହିଛି। ଅମିନୁଲ ଇସ୍‌ଲାମ ଏବଂ ଜାହାଙ୍ଗୀର ଆଲମ୍‌ ନାମକ ଦୁଇ ବାଂଲାଦେଶୀ ସେଠାରେ ୨୦୨୦ରୁ ଶିକ୍ଷାଦାନ କରିଆସୁଥିଲେ। ସେମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି। ମଦ୍ରାସା ଭଙ୍ଗାରୁଜାରେ ସରକାରୀ ଅଧିକାରୀ ସମ୍ପୃକ୍ତ ନ ଥିଲେ। ଏହାକୁ ମିଶାଇ ମାସକ ମଧ୍ୟରେ ୪ ମଦ୍ରାସା ଭଙ୍ଗାଗଲାଣି। ଆସାମ ଜିହାଦି କାର୍ଯ୍ୟକଳାପର ପେଣ୍ଠସ୍ଥଳ ପାଲଟିଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗତ ମାସରେ କହିଥିଲେ। ମସ୍‌ଜିଦ ଓ ମଦ୍ରାସାର ଧର୍ମଗୁରୁମାନେ ରାଜ୍ୟ ବାହାରୁ ଆସିଥିଲେ ନିଜକୁ ସରକାରୀ ପୋର୍ଟାଲରେ ପଞ୍ଜୀକୃତ କରାଇନେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରୁ ସୁରତ ଯାଉଥିବା ବସ୍‌ ଦୁର୍ଘଟଣା; ୮ ଶ୍ରମିକ ମୃତ

ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ...

ପଞ୍ଜାବ କଂଗ୍ରେସରେ କନ୍ଦଳ: ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି

ନୂଆଦିଲ୍ଲୀ,୭।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ରାଜ୍ୟସଭାର ୨ କଂଗ୍ରେସ ଏମ୍‌ପି ସ୍ବର ଉତ୍ତୋଳନ କରିଛନ୍ତି। ଏମାନେ ହେଲେ ପ୍ରତାପ ସିଂ ବାଜଓ୍ବା,...

ଟ୍ରମ୍ପଙ୍କ ସହ ମୋଦିଙ୍କ ଆଗ୍ରା ଗସ୍ତକୁ ନେଇ ଏବେବି ଲାଗି ରହିଛି ସନ୍ଦେହ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ତାଜମହଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ...

ନେତାଜୀଙ୍କ ନିଖୋଜ ରହସ୍ୟ ସମ୍ପର୍କରେ ଜାଣିବାର ଅଧିକାର ଦେଶବାସୀଙ୍କର ରହିଛି: ମମତା

କୋଲକାତା,୧୮।୮: ନେତାଜୀ ସୁଭାଷ ବୋଷଙ୍କର ନିଖୋଜ ରହସ୍ୟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ମନ୍ତବ୍ୟ ଦେଇଛନ୍ତି। ସେ ରବିବାର ଟୁଇଟ୍‌ କରି...

ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା

ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ...

‘ସାମ୍ବିଧାନିକ ଘୋଷଣା ହେଲେ ସିଏଏକୁ ରାଜ୍ୟ ବିରୋଧ କରିବା ସମସ୍ୟା ହେବ’

ନୂଆଦିଲ୍ଲୀ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରତ୍ୟାହାର ପାଇଁ ସଂକଳ୍ପନାମା ଗୃହୀତ କରାଇବା ପ୍ରତି ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର। ତେବେ ଯଦି ସୁପ୍ରିମକୋର୍ଟ ଏହି ଆଇନକୁ...

ପୁଣି ଭାରତକୁ ଫେରୁଛି ପବଜୀ

ନୂଆଦିଲ୍ଲୀ,୧୨।୧୧: ପବଜୀ ମୋବାଇଲ୍‌ ଭାରତକୁ ପୁଣି ଫେରୁଛି। ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବଜୀ କର୍ପୋରେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ କମ୍ପାନୀ ଭାରତୀୟ...

ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍‌

ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍‌ ୫୦୦ ଟଙ୍କିଆ ନୋଟ୍‌ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର...

Advertisement
Archives

Model This Week