ଜନସ୍ବାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଭୁବନେଶ୍ୱର,୭।୯(ବ୍ୟୁରୋ): ଭୁବନେଶ୍ୱର ଇନ୍‌ଫୋସିଟି ଅଞ୍ଚଳର ନାବାଳିକା ଗଣବଳାତ୍କାର ଘଟଣାକୁ ନେଇ ଆଗତ ଜନସ୍ବାର୍ଥ ମାମଲାର ମଙ୍ଗଳବାର ହାଇକୋର୍ଟ ଶୁଣାଣି କରି ଏହାର ଅନ୍ତ ଘଟାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌.ମୁରଲୀଧର ଓ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଦୁଇଟି ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜଉମୁଦ ଲଫାପାରେ ହାଇକୋର୍ଟଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ଏହାକୁ ପଢ଼ିବା ପରେ ଖଣ୍ଡପୀଠ କହିଥିଲେ, ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ୪ ଅଭିଯୁକ୍ତଙ୍କ ନାମରେ ପୋକ୍ସୋ କୋର୍ଟରେ ଚୂଡ଼ାନ୍ତ ଚାର୍ଜଶିଟ ଦାଖଲ କରିସାରିଛି। କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଶେଷ ହୋଇଥିବାରୁ ଅନ୍ୟ କିଛି ନିର୍ଦ୍ଦେଶ ଦେଇହେବ ନାହିଁ। ସେହିପରି ଏହି ମାମଲାରେ ଅନ୍ୟ କେହି ଅଭିଯୁକ୍ତ ମଧ୍ୟ ନାହାନ୍ତି। ଯଦି ଆଇନ ଅନୁଯାୟୀ ପୀଡ଼ିତା ଏବଂ ତାଙ୍କ ମା’ ଚାହିଁବେ, ତେବେ ଏନେଇ ପରବର୍ତ୍ତୀ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିବା ସହ ମାମଲାକୁ ବନ୍ଦ କରିଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୦ ଏପ୍ରିଲ ଏବଂ ମେ’ରେ ଅର୍ଥାତ୍‌ ଲକ୍‌ଡାଉନ ସମୟରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଗଷ୍ଟ ୩୦ରେ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ୨୦୨୦ ଅକ୍ଟୋବର ୬ରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। ଏହାପରେ ଏହି ମାମଲାରେ ଏକ ଘରୋଇ ଟିଭି ଚ୍ୟାନେଲରେ କାର୍ଯ୍ୟରତ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ସିକ୍ୟୁରିଟି ଗାର୍ଡ ଶ୍ରୀବତ୍ସ ସାମଲ ଏବଂ ବିଜୟ ରାଉତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଗିରଫ କରିଥିଲା। ତେବେ ଏହି ଘଟଣାରେ ୩ ପୋଲିସ କର୍ମଚାରୀ ଓ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିଲା। ତେଣୁ ଏହି ମାମଲାର ସିବିଆଇ ତଦନ୍ତ ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ଦାବିରେ ଆଇନଜୀବୀ ଗାୈତମ ସିଦ୍ଦିକି ଏବଂ ଭାରତୀୟ ବିକାଶ ପରିଷଦର ଆଇନଜୀବୀ ଗୋପାଳ ଜେନାଙ୍କ ପକ୍ଷରୁ ହାଇକୋର୍ଟରେ ୨ଟି ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସରେ ୨୮ଶହ ଲୋକ ସୀମା ଡେଇଁ ବାଲେଶ୍ୱରରେ ପଶିଛନ୍ତି: ଆର୍‌ଡିସି

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି କରୋନା ସ୍ଥିତି ତଦାରଖ କରିଛନ୍ତି।...

ପିଜି ନାମଲେଖା: ୫ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)- ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ସମୟ ସୂଚୀ ପ୍ରକାଶ କରିଛି। ଡିସେମ୍ବର ୫ରେ ପ୍ରଥମ ମେଧା ତାଲିକା...

‘କରୋନାରୁ ମୁକ୍ତ ପରେ ବି ନିୟମ ମାନନ୍ତୁ’

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା...

ବ୍ଲକ ପରିସରରେ ଦରପୋଡ଼ା ଆଇରନ ବଟିକା

ଏରସମା,୩୧ା୧୨(ସ୍ବ.ପ୍ର.): ଗର୍ଭବତୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ବିଭିନ୍ନ ଖାଦ୍ୟ ସହିତ...

ଆଣ୍ଡାମାନ ନିକଟରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର,୨୪ା୪(ବ୍ୟୁରୋ)-କରୋନା ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ସଙ୍କଟ ଦେଇ ଗତି କରୁଛି। ଏଭଳି ଘଡିସନ୍ଧି ସମୟରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି। ମେ ୩...

ତୃତୀୟ ଥର ପାଇଁ ବାହାରିବ ବିଜ୍ଞାପନ; ଖୁବ୍‌ଶୀଘ୍ର ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର/ ସମ୍ବଲପୁର,୨୨।୯(ବ୍ୟୁରୋ): ଆସନ୍ତା ଡିସେମ୍ବର ସୁଦ୍ଧା ବୁର୍ଲା ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏ ନେଇ ତୃତୀୟଥର ପାଇଁ ବିଜ୍ଞାପନ...

ବଳାତ୍କାର ମାମଲା: ଅଭିଯୁକ୍ତ ବଳଙ୍ଗା ଥାନା ଏଏସ୍‌ଆଇ ଗିରଫ

ପୁରୀ ଅଫିସ, ୩ା୧: ପୁରୀ ଜିଲା ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ନାମରେ ଜଣେ ବିବାହିତା ମହିଳା ଗୁରୁବାର ବଳାତ୍କାର ଅଭିଯୋଗ ଆଣିଥିଲେ। ଏ...

ଲଘୁଚାପ ସତ୍ତ୍ୱେ ୧୧ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୨ା୭(ବ୍ୟୁରୋ):ମୌସୁମୀ ସକ୍ରିୟ ହେବାପରେ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ହେଲେ ସେହି ପରିମାଣର ବର୍ଷା ହେଉନି।...

Advertisement
Archives

Model This Week