Posted inରାଜ୍ୟ

ତୋରଣରେ ‘କମିଶନରେଟ୍‌ ପୋଲିସ’

୧୯୭୮ରୁ ଆରମ୍ଭ ହୋଇଥିଲା ପୂଜା
ମା’ ଦଶଭୁଜାଙ୍କ ଆବାହନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭିନ୍ନ ଭିନ୍ନ ତୋରଣ କରି ଚର୍ଚ୍ଚାରେ ରହିବାକୁ ସମସ୍ତ ପୂଜା କମିଟି ପ୍ରୟାସ ଚଳାଇଛନ୍ତି। ଏହି କ୍ରମରେ ଚଳିତ ବର୍ଷ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ଭିନ୍ନ ଧରଣର ତୋରଣ କରାଯିବା ପାଇଁ ଯୋଜନା ହୋଇଛି। ଚଳିତ ବର୍ଷ ସମିତି ଏହାର ୪୪ତମ ପୂଜା ଆୟୋଜନ କରୁଛି। ୧୯୭୭ ମସିହାରୁ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ବାସଗୃହ ନିର୍ମାଣ ହୋଇ ନଗର ସ୍ଥାପନା ହୋଇଥିଲା। ଏହାପରେ ଭିଏସ୍‌ଏସ୍‌ ନଗରରେ ୧୯୭୮ ମସିହାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ ପୂଜାର ବଜେଟ ୮ଲକ୍ଷ ଟଙ୍କା ରଖାଯାଇଛି। ଏଥର ପୂଜାମଣ୍ଡପରେ ଭୁବନେଶ୍ୱର କମିଶନରେଟ୍‌ ପୋଲିସର କାର୍ଯ୍ୟାଳୟ କୋଠା ଆକର୍ଷଣ ସାଜିବ। ଏହାର ଉଚ୍ଚତା ପ୍ରାୟ ୪୦ ଫୁଟ ରହିବ। ସେହିପରି ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ଏବଂ ବାରଙ୍ଗ ଫୁଲ ପୋଖରୀରୁ ଆସୁଥିବା ଜରି ମେଢ଼ର ଉଚ୍ଚତା ୧୮ ଫୁଟ ରହିବ। ସୁନିଆ ତିଥିରେ କୁଆଖାଇ ନଦୀରୁ ମାଟି ଅନୁକୂଳ ହେବ। ଏହାପରେ କୋଲକାତା କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯିବ। ମା’ଙ୍କ ସହିତ ପାର୍ଶ୍ୱ ଦେବଦେବୀଙ୍କ ଶରୀରରେ ରୁପା ମୁକୁଟ ଓ ରୁପାହାର ଶୋଭା ପାଇବ। ଭିଏସ୍‌ଏସ୍‌ ନଗର ଦୁର୍ଗାପୂଜା ପରମ୍ପରା ଅନୁଯାୟୀ ଅଷ୍ଟମୀରେ ଖେଚୁଡ଼ି ଡାଲମା ଓ ଦଶମୀରେ ଦହିପଖାଳ, ଶାଗଭଜା ଭୋଗ କରାଯିବ। ଦୁଇବର୍ଷ ପରେ ମା’ଙ୍କ ପୂଜା ଧୁମ୍‌ଧାମ୍‌ରେ କରାଯିବ। ଏଥିପାଇଁ ସମିତି ପକ୍ଷରୁ ନବମୀ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବ। କଣ୍ଠଶିଳ୍ପୀ ସୁଧାକର ମିଶ୍ର, ରବୀନ୍ଦ୍ର ମହାପାତ୍ର ଓ ସାଥୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ। ନିୟମ ଅନୁଯାୟୀ କଲୋନୀର ସବୁ ଘରେ (ପ୍ରାୟ ୨୫୦୦ ଘର) ଭୋଗ ଦିଆଯିବା ସହିତ ପୂଜା ପରେ ସମସ୍ତ ଆଦାୟ ଓ ଖର୍ଚ୍ଚର ହିସାବ ଦିଆଯିବ। ସେହିପରି ଭସାଣି ଦିନ ଭିଏସ୍‌ଏସ୍‌ ନଗରରୁ ଶହୀଦନଗର, ରୁପାଲି ଛକ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଭସାଣି ଯାତ୍ରା ହୋଇ କୁଆଖାଇ ନଦୀରେ ମୂର୍ତ୍ତି ବିସର୍ଜନ କରାଯିବ। ଭସାଣି ଯାତ୍ରାରେ ପାରମ୍ପରିକ ଶିଙ୍ଗବାଜା ସହିତ ଡିଜେ ବାଜା ପ୍ରକମ୍ପନରେ ମା’ଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?