ଖାଦାନ ବନ୍ଦ କରି ସାଟେଲାଇଟ୍‌ ମାପକୁ ବିରୋଧ

ଯାଜପୁର ଅଫିସ,୭ା୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଲିଜ୍‌ପ୍ରାପ୍ତ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ କଳାପଥର ଖାଦାନ ଗତ ୮ ଦିନ ହେଲା ବନ୍ଦ ରହିଛି। ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରୀରେ ଅନିୟମିତତା ଅଭିଯୋଗ ଉପରେ ପ୍ରଶାସନିକ ସାଟେଲାଇଟ୍‌ ମାପଚୁପ ବିରୋଧରେ ଲିଜ୍‌ଧାରୀମାନେ ଏଭଳି ଆନ୍ଦୋଳନ କରିଛନ୍ତି। ଏହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏକ ଅଦୃଶ୍ୟ ରାଜନୈତିକ ଶକ୍ତି ବଳରେ କେତେଜଣ ଲିଜ୍‌ଧାରୀଙ୍କ ଅନିଚ୍ଛା ସତ୍ତ୍ବେ କଳାପଥର ଉତ୍ତୋଳନକୁ ବନ୍ଦ କରି ବିପୁଳ ପରିମାଣର କ୍ଷତି ସହୁଥିବା ଚର୍ଚ୍ଚା ହେଉଛି। ଏହାଦ୍ୱାରା ୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଜୀବିକା ହରାଇ ଘରେ ବସି ରହିଥିବା ମତପ୍ରକାଶ ପାଇଛି। ଏହାବାଦ୍‌ ବାକି ରହିଥିବା କେତେକ ଖାଦାନର ଲିଜ୍‌ ପ୍ରକ୍ରିୟାରେ ମଧ୍ୟ ଏହା ବାଧକ ସାଜିଛି। ସରକାରଙ୍କ ମାପଚୁପ ପ୍ରକ୍ରିୟାକୁ ପରାହତ କରିବାକୁ ଶାସକ ଦଳର କେତେଜଣ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ ଏଭଳି ବିରୋଧ କରାଯାଉଥିବା ଅଭିଯୋଗ ହୋଇଛି ା
ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୬ ଅନୁସାରେ ୫ ବର୍ଷିଆ ଲିଜ୍‌ ପ୍ରଦାନ କରାଯାଇଥିଲା। ତେବେ ଅଧିକାଂଶ ଖାଦାନର ଲିଜ୍‌ ଅବଧି ଶେଷ ହୋଇଥିବାବେଳେ ଅନ୍ୟ କେତେକ ସରିବା ନିକଟତର ହୋଇଛି। ତେବେ ପ୍ରାୟ ୨୦ ଖାଦାନରେ ଅନୁମୋଦନଠାରୁ ବହୁଗୁଣରେ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଜୁଲାଇରେ ହୋଇଥିବା ସାଟେଲାଇଟ୍‌ ମାପଚୁପରେ ୪ ଲିଜ୍‌ଧାରୀଙ୍କୁ ୧୦୫.୮୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଛି। ଏହାବାଦ୍‌ ୨୭ା୮ା୨୦୨୨ ଠାରୁ ମାଇଁ ୱାଲ୍‌ଡ କନ୍ସଲେଷ୍ଟେନ୍ସି ପକ୍ଷରୁ ରାହାଡପୁର, ବରଡା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟି ଆଦି ପାହାଡରେ ସାଟେଲାଇଟ୍‌ ମାପଚୁପ ଆରମ୍ଭ କରିଛି। ଏଥିରେ ଅନୁମୋଦନଠାରୁ ବହୁ ଗୁଣରେ ଅଧିକ କଳାପଥର ଲୁଟକାରୀଙ୍କ ମଧ୍ୟରେ ଛନକା ପଶିଛି। ଏଥିରୁ ମୁକ୍ତି ପାଇବା ପାଇଁ ପୂର୍ବରୁ ଗୁପ୍ତ ମନ୍ତ୍ରଣା ହୋଇଥିବାବେଳେ ତାହା ବିଫଳ ହୋଇଛି। ଜିଲା ପ୍ରଶାସନ ସରକାରଙ୍କୁ କିପରି ଭାବେ ଅଧିକ ରାଜସ୍ବ ଦେବ ସେ ନେଇ ବେଆଇନ ଉତ୍ତୋଳନ ଉପରେ ମାପଚୁପକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ପରେ ଲିଜ୍‌ଧାରୀଙ୍କ ସବୁ ଆଶା ଫସର ଫାଟିଛି। ବେଆଇନ ଭାବେ କଳାପଥର ଉତ୍ତୋଳନ କରି ଛାତ୍ରନେତାଙ୍କଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ପର୍ଯ୍ୟନ୍ତ ମାଲାମାଲ ହେଉଛନ୍ତି ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି ା ତେଣୁ କଳେବଳେ କୌଶଳେ ଏହି ମାପଚୁପକୁ ବନ୍ଦ କରିବାକୁ ଲିଜ୍‌ଧାରୀମାନେ ଚକ୍ରାନ୍ତ କରି ଶେଷରେ କଳାପଥର ଉତ୍ତୋଳନ ପ୍ରକ୍ରିୟାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ କିମ୍ବା ବେସରକାରୀ ଭାବେ ଋଣ କରି କଳାପଥର ଉତ୍ତୋଳନ କରୁଥିବା ଲିଜ୍‌ଧାରୀମାନେ ଏଥିରେ ସନ୍ତୁଷ୍ଟ ନ ଥିବା ମନେ ହୋଇଛି। ତେବେ ଏହି ଅଘୋଷିତ ଆନ୍ଦୋଳନରେ କାହାର ପରୋକ୍ଷ ହାତ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି ା ତଥାପି ସେମାନେ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରିନାହାନ୍ତି। ଫଳରେ ଆରୁହା ପାହାଡର ମନୋଜ ସାମଲ, ରାହାଡପୁର ପାହାଡର ଅକ୍ଷୟ ପରିଡା, ପ୍ରହ୍ଲାଦ ଲେଙ୍କା ଓ ମହେନ୍ଦ୍ର ସ୍ବାଇଁ, ଡଙ୍କାରୀ ପାହାଡର ଶ୍ରୀବାସ ଜେନାଙ୍କ ୨ ଖାଦାନ, ନାରାୟଣ ରାଉତଙ୍କ ୨ ଖାଦାନ, ଜ୍ୟୋତ୍ସ୍ନା ଜେନାଙ୍କ ୧ ଖାଦାନ, ବରଡା ପାହାଡରେ ଅଜିତ ସାହୁ ଓ ପ୍ରହ୍ଲାଦ ଲେଙ୍କା, ଲୁଣିବର ପାହାଡରେ ଗଙ୍ଗାଧର ଓଝା ଓ ରଙ୍ଗାଧର ପ୍ରଧାନ, ବାଜବାଟି ପାହାଡରେ ଶ୍ରୀନିବାସ ଜେନା, ସୁଧାଂଶୁ ଜେନା ଓ ବିଶ୍ୱ ପରିଡା, ଅଞ୍ଜିରା ପାହାଡରେ କୃଷ୍ଣ ଚନ୍ଦ୍ର ସାହୁଙ୍କ ଲିଜ୍‌ପ୍ରାପ୍ତ ଖାଦାନ ସବୁ ବନ୍ଦ କରାଯାଇଛି। ରାହାଡପୁର ପାହାଡରେ ୨.୫ ଏକର ସ୍ଥଳେ ପ୍ରାୟ ୭ ଏକର ବେଆଇନ ଖନନ କରି ପୋଖରୀ ସୃଷ୍ଟି କରିଥିବା ଲିଜ୍‌ଧାରୀଙ୍କ ଚକ୍ରାନ୍ତରେ ଏହି ଅଘୋଷିତ ଆନ୍ଦୋଳନ ଚାଲିଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସରକାରୀ ନିଷ୍ପତ୍ତି ଅନୁସାରେ ସାଟେଲାଇଟ୍‌ ମାପଚୁପ କରାଯାଉଛି। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri