ଦାୟିତ୍ୱ ନେଲେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟ କଞ୍ଜରଭେଟିଭ୍‌ ପାର୍ଟିର ନବନିର୍ବାଚିତ ନେତା ଲିଜ୍‌ ଟ୍ରସ୍‌ଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ତଥା ଫାଷ୍ଟ ଲେଡି ଅଫ୍‌ ଟ୍ରେଜେରି ନିଯୁକ୍ତ କରିଛନ୍ତି। ୪୭ ବର୍ଷୀୟା ଟ୍ରସ୍‌ ହେଉଛନ୍ତି ୬ ବର୍ଷ ମଧ୍ୟରେ କଞ୍ଜରଭେଟିଭ୍‌ ପାର୍ଟିରୁ ନିର୍ବାଚିତ ଚତୁର୍ଥ ପ୍ରଧାନମନ୍ତ୍ରୀ। ୯୬ ବର୍ଷୀୟା ସମ୍ରାଜ୍ଞୀ ଏଲିଜାବେଥ ତାଙ୍କୁ ନୂଆ ସରକାର ଗଠନ ପାଇଁ ପରାମର୍ଶ ଦେଇଥିବା ବକିଂହାମ୍‌ ପ୍ୟାସେଲ ପକ୍ଷରୁ କୁହାଯାଇଛି। ୩ ବର୍ଷ ପ୍ରଧାନମନ୍ତ୍ରୀ ରହିବା ପରେ ବିବାଦୀୟ ହୋଇ ପଦ ଛାଡ଼ିଥିବା ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ଟ୍ରସ୍‌ଙ୍କ ଆଗରେ ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି, ଶକ୍ତି ସଙ୍କଟ ଭଳି ଅନେକ ଚ୍ୟାଲେଞ୍ଜ ରହିଛି। ବ୍ରିଟେନ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଦୀର୍ଘକାଳୀନ ମାନ୍ଦାବସ୍ଥାକୁ ସାମ୍ନା କରିବାକୁ ଯାଉଛି ବୋଲି ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ପକ୍ଷରୁ ସତର୍କ କରାଯାଇଥିବାବେଳେ ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଟ୍ରସ୍‌ କେତେ ସଫଳ ହେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ୭୦ ମିଶାଇଲ ମାଡ଼

ମସ୍କୋ,୬।୧୨: ରୁଷୀୟ ତୈଳକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖି ମସ୍କୋକୁ ଆର୍ଥିକ ଝଟକା ଦେଇଛନ୍ତି। ଏହି ପଦକ୍ଷେପକୁ ନେଇ କ୍ଷୁବ୍ଧ...

ପାକିସ୍ତାନର କ୍ୱେଟାରେ ବୋମା ବିସ୍ଫୋରଣ: ୪ ମୃତ, ୧୫ ଆହତ

ଇସଲାମାବାଦ,୧୦।୪: ପାକିସ୍ତାନର କ୍ୱେଟାର କନ୍ଧାରୀ ବଜାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।...

ଜିମନାଷ୍ଟ ଗର୍ଲଫ୍ରେଣ୍ଡଙ୍କ ସହ ‘ମହଲ’ରେ ରହୁଛନ୍ତି ପୁଟିନ! ଲାଗିଛି ସୁନାର ଚୌକି, ରିପୋର୍ଟରେ ଦାବି

ମସ୍କୋ,୨ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ତାଙ୍କ ପ୍ରେମିକାଙ୍କ ସହ ରହୁଥିବା କୁହାଯାଉଛି । ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ଜଣେ ଜିମନାଷ୍ଟ...

ଶାନ୍ତି ଦୂତଙ୍କ ସହ ତାଲିବାନର ଆଲୋଚନା

କାବୁଲ,୧୮।୮ : ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ତଡ଼ିବା ପରେ ତାଲିବାନ ଏବେ ସରକାର ଗଢ଼ିବା ଦିଗରେ ଆଗେଇଛି। ଏଥିଲାଗି ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇଙ୍କୁ ଭେଟିଛନ୍ତି...

ରାହୁଲଙ୍କ ସଦସ୍ୟତା ରଦ୍ଦ ମାମଲା: ପ୍ରତିକ୍ରିୟା ପ୍ରକାଶ କଲା ଜର୍ମାନୀ

ବର୍ଲିନ୍‌/ନୂଆଦିଲ୍ଲୀ,୩୦।୩: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ...

କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ...

ତାଇଓ୍ବାନ ଆକାଶ ମାର୍ଗରେ ୩୦ ଚାଇନା ବିମାନର ଅନୁପ୍ରବେଶ…

ତାଇପେ, ୩୧।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସମର୍ଥନ କରିବା ପରେ ଚାଇନା କ୍ରୋଧରେ ଲାଲ ହୋଇଯାଇଛି। ବାଇଡେନଙ୍କ ଘୋଷଣା ପରେ ଚାଇନାର...

ଚାଇନାକୁ ଚେତାବନୀ ଦେଲା ପେଣ୍ଟାଗନ, ରୁଷିଆକୁ ସାହାଯ୍ୟ କଲେ ବିନାଶକାରୀ ହେବ ଫଳାଫଳ

ୱାଶିଂଟନ,୨ ।୩: ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗାନ କହିଛି, ସୂଚନା ମିଳିଛି କି ଚାଇନା ୟୁକ୍ରେନ ବିରୋଧ ଯୁଦ୍ଧରେ ରୁଷିଆକୁ ସହଯୋଗ କରିବାକୁ ବିଚାର କରୁଛି...

Advertisement
Archives

Model This Week