Home Left

ଚଢ଼ାଉ କରିବାକୁ ଯାଇଥିବା କର୍ମଚାରୀଙ୍କୁ ୮ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

କୋରାପୁଟ,୨୮ା୪(ସ୍ବ.ପ୍ର.): ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗୁରୁବାର କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡଙ୍ଗବିର ଗ୍ରାମରେ ଚଢ଼ାଉ କରିବାକୁ ଯାଇ ଅବକାରୀ ବିଭାଗ କର୍ମଚାରୀଙ୍କୁ ୮ଘଣ୍ଟା ଧରି ଅଟକ ରଖିଥିବା ଜଣାପଡ଼ିଛି। ଡଙ୍ଗବିର ଗ୍ରାମରୁ…

ଝାନ୍ସୀ ମନ୍ଦିର, ମସ୍‌ଜିଦରୁ ହଟିଲା ଡାକବାଜି ଯନ୍ତ୍ର

ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶର ଧର୍ମୀୟ ସ୍ଥାନଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡାକବାଜି ଯନ୍ତ୍ର ହଟାଇବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧,୫୬୫ ଥାନାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଝାନ୍ସୀରେ ଥିବା ସର୍ବବୃହତ ମନ୍ଦିର ଓ ମସ୍‌ଜିଦରୁ ଡାକବାଜି ଯନ୍ତ୍ର ହଟାଇଦିଆଯାଇଛି। ଐକ୍ୟଭାବ…

ଆଉ ୫ ଦିନ ସତର୍କ ଜାରି କଲା ଆଇଏମ୍‌ଡି

ନୂଆଦିଲ୍ଲୀ,୨୮।୪: ଦେଶର ୫ଟି ରାଜ୍ୟରେ ଅନୂ୍ୟନ ଆଉ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହର ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିିଗ୍ରୀ ସେଲ୍‌ସିୟସ କିମ୍ବା…

ନିଜକୁ ଗୁଳି କଲେ ଯବାନ

ମାଲକାନଗିରି,୨୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଉଜଲ ନନ୍ଦୀ। କାଙ୍କେର ଜିଲାର କାମଟେଡ଼ା ବିଏଏସ୍‌ଏଫ୍‌ କ୍ୟାମ୍ପରେ ଗୁରୁବାର ଜଣେ ଯବାନ ଏକ କେଠରିରେ କେହି…

ପାଟନାରେ ପଶିଲା ନୂଆ ଭାରିଆଣ୍ଟ ବିଏ-୧୨

ନୂଆଦିଲ୍ଲୀ,୨୮।୪: ବିହାରର ପାଟନାରୁ ଗୁରୁବାର କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ମୋଟ ୧୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଗୋଟିଏ ବିଏ-୧୨ ଷ୍ଟ୍ରେନ୍‌ ରହିଥିବା ଜଣାପଡ଼ିଛି। ଏହା ତୃତୀୟ ଲହର ସମୟର ବିଏ-୨ ଭାରିଆଣ୍ଟ ତୁଳନାରେ ୧୦ ଗୁଣ…

୧୪୬ ରନ୍‌ରେ ଅଟକିଲା କୋଲକାତା

ମୁମ୍ବାଇ,୨୮।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର ଚେତନ ସାକାରିଆ। ସାକାରିଆ କୋଲକାତା ନାଇଟ୍‌ ରାଇଡର୍ସର ଓପନର ଆରୋନ…

ଐଶ୍ୱର୍ଯ୍ୟାଙ୍କ ଫିଲ୍ମକୁ ୧୨୫କୋଟିରେ କିଣିଲା ଆମାଜନ ପ୍ରାଇମ୍‌

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଫିଲ୍ମ ‘ପୋନିୟିନ ସେଲଭାନ୍‌’ ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ ପୋନିୟିନ ସେଲଭାନ୍‌ ୨ଟି ଭାଗରେ ରିଲିଜ୍‌ କରାଯିବ। ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ସିନେମା…

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ

କେନ୍ଦ୍ରପଡ଼ା ଅଫିସ,୨୮।୪: ଭିଜିଲାନ୍ସ ଜାଲରେ ସଦର ଥାନା ଏଏସ୍‌ଆଇ ପୃଥ୍ବୀରାଜ ମିଶ୍ର। ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ହାତରେ ଧରାପଡିଲେ ଏଏସ୍‌ଆଇ। ଅଭିଯୋଗକାରୀ ମିହିର ଲେଙ୍କାଙ୍କ ମାମଲା ରଫା ଦଫା ପାଇଁ ଲାଞ୍ଚ ନେଉଥିଲେ। ଏଏସ୍‌ଆଇ ପୃଥ୍ବୀରାଜଙ୍କ ସହ…

ପୁଅର ଠେଙ୍ଗା ମାଡ଼ରେ ମା’ମୃତ

ହିଞ୍ଜିଳିକାଟୁ, ୨୮।୪(ଡି.ଏନ୍‌.ଏ.): ପୁଅର ଠେଙ୍ଗା ମାଡ଼ରେ ମା’ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧିନ ଚାନ୍ଦୁଲି ଗ୍ରାମରେ। ମୃତକ ହେଲେ ଚାନ୍ଦୁଲି ଗାଁ ଆଡୁଆ ସାହିର କନକ ସାହୁ (୭୫)…

ସାହିନ ବାଗରୁ ୪୦୦କୋଟିର ହେରୋଇନ୍‌ ଜବତ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ସ୍ଥିତ ସାହିନ ବାଗ ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)କୁ ଏକ ବଡ଼ ସଫଳତା ମିଳିଛି। ସାହିନ ବାଗର ଜାମିଆ ଅଞ୍ଚଳରେ ଏନ୍‌ସିବି ଟିମ୍‌ ଚଢ଼ାଉ କରି ୫୦କିଲୋ ହେରୋଇନ୍‌ ଓ ୪୭ କିଲୋ ଅନ୍ୟ ଡ୍ରଗ୍ସ ଜବତ କରିଛି।…

୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଠାରୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ୩୦ରେ ନୂଆଦିଲ୍ଲୀର ବିଜ୍ଞାନଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ…

କେନ୍ଦୁଝର ଜିଲାପାଳଙ୍କୁ ପୁଣି ସମନ

କେନ୍ଦୁଝର, ୨୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ୍‌ ଠାକରେଙ୍କୁ ପୁଣି ସମନ କରିଛନ୍ତି ଜାତୀୟ ଜନଜାତି କମିଶନ। କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜ୍‌ଲାସରେ ମେ’୯ ଦିନ ୧୧ଟାରେ ହାଜର ହେବା ପାଇଁ ଜିଲାପାଳଙ୍କୁ କୁହାଯାଇଛି। ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ ହାଜର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri