ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଅଧିକାରୀମାନେ ଠିକ୍‌ ଭାବେ ଅନୁଧ୍ୟାନ କରି ତ୍ରୁଟି ସଂଶୋଧନ ପାଇଁ ଗତ ଦୁଇ ବର୍ଷ ହେବ ହୋଇଥିବା ଦାବି ପ୍ରତି ଆଖି ବୁଜି ଦିଆଯାଇଛି। ଫଳରେ ଲୋକେ ନିଜ ଜମି ଆବଶ୍ୟକ ସ୍ଥଳେ ବିକ୍ରି କରିନପାରି ଚଢ଼ା ସୁଧରେ ଜମି ବନ୍ଧକ ଦେଇ ଋଣ ଆଣିବାକୁ ବାଧ୍ୟ ହେଉଛନ୍ତି। କେବଳ ସେତିକି ନୁହେଁ ରେଜିଷ୍ଟ୍ରେଶନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ସରକାରଙ୍କ ରାଜସ୍ବ କ୍ଷତି ବଢ଼ି ଚାଲିଛି ବୋଲି ଭାଜପା ଅଭିଯୋଗ କରିଛି। ଏହାର ତ୍ୱରିତ ପଦକ୍ଷେପ ନିଆନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଭାଜପା ନେତା କାହ୍ନୁ ଚରଣ ପତି ଶୁକ୍ରବାର କହିଛନ୍ତି ବେଞ୍ଚ ମାର୍କ ମୂଲ୍ୟାୟନର ସଂଶୋଧନ ଦାବି କରି ବିଲଡରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କିଣାବିକା ରେଜିଷ୍ଟ୍ରେଶନ ହୋଇନପାରିବାରୁ ପ୍ରତିବାଦରେ ଦଲିଲ ଲେଖାଳିମାନେ ସବ୍‌ରେଜିଷ୍ଟ୍ରାର ଅଫିସ ଆଗରେ ଧାରଣା ଦେଇଥିଲେ। ଅପରପକ୍ଷରେ ବ୍ରହ୍ମପୁରରେ ଦୀର୍ଘଦିନରୁ ଖାଲି ପଡ଼ିଥିବା ସବରେଜିଷ୍ଟ୍ରାର ପଦ ପୂରଣ ପାଇଁ ଲେଖାଳିମାନେ ଦାବି କରିଥିଲେ। ଉପରୋକ୍ତ ଦାବିଗୁଡ଼ିକ ଅଦ୍ୟାବଧି ପୂରଣ ହୋଇନଥିବା ପତି ଅଭିଯୋଗ କରିଛନ୍ତି।
ସେହିପରି ବ୍ରହ୍ମପୁର ମହାନଗର ନିକଟ କୁକୁଡ଼ାଖଣ୍ଡି ଓ କନିଷି ସମେତ ସବଡିଭିଜନର ଚିକିଟି, ପାତ୍ରପୁର ଓ ଅନ୍ୟ ସ୍ଥାନରେ ମଧ୍ୟ ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ ହୋଇଥିବା ଏବଂ ସଂଶୋଧନ କରାଯାଉନଥିବାରୁ ଜମି କାରବାରରେ ସମାନ ଅବସ୍ଥା ଦେଖାଦେଇଛି। ସରକାରଙ୍କ ରାଜସ୍ବ ପ୍ରଶାସନ ଏହାର ସମାଧାନ କରିବାକୁ ଭାଜପାର ବରିଷ୍ଠ ନେତା ପୁନର୍ବାର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri