ମ୍ୟାନ୍‌ମାର ଗଲେ ମୃତ୍ୟୁ ଭୟ

ବ୍ୟାଙ୍କକ୍‌,୨୪ା୯: ଗତବର୍ଷ ଥାଇଲାଣ୍ଡର ଏକ ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ମ୍ୟାନ୍‌ମାର ସାମରିକ ଶାସକଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିତ୍ଲେ ମଡେଲ ଥାଓ୍ବ ନନ୍ଦାର ଅଙ୍ଗ୍‌। ହାନ୍‌ ଲେ ନାମରେ ପରିଚିତ ଏହି ମ୍ୟାନ୍‌ମାର ସୁନ୍ଦରୀଙ୍କୁ ଥାଇଲାଣ୍ଡ ଏବେ ସ୍ବଦେଶକୁ ପ୍ରତ୍ୟର୍ପଣ କରିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆସୋସିଏଟେଡ୍‌ ପ୍ରେସ୍‌କୁ ଫୋନ୍‌ କରି ହାନ୍‌ ଲେ କହିଛନ୍ତି, ସେ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ଏୟାରପୋର୍ଟରେ ଫସିରହିଛନ୍ତି। ସେ ଥାଇଲାଣ୍ଡରେ ରହୁଛନ୍ତି, କିନ୍ତୁ ସେଠାରୁ ବାହାରି ନିଜ ରହଣି ସମୟ ବୃଦ୍ଧି ପାଇଁ ପୁଣି ଫେରିଥିଲେ। ଭିଏଟ୍‌ନାମ ଗସ୍ତ ସାରି ବୁଧବାର ରାତିରେ ଥାଇଲାଣ୍ଡରେ ପହଞ୍ଚତ୍ଥିବାବେଳେ ବିମାନବନ୍ଦର କର୍ତ୍ତୃପକ୍ଷ ପୁନଃ ପ୍ରବେଶ ପାଇଁ ଅନୁମତି ଦେଉନାହାନ୍ତି। ଏଥିପାଇଁ ହାନ୍‌ ଲେ ଜାତିସଂଘ ଶରଣାର୍ଥୀ ସଂସ୍ଥାଠାରୁ ସହାୟତା ଲୋଡ଼ିଛନ୍ତି। କାରଣ ମ୍ୟାନ୍‌ମାରକୁ ପ୍ରତ୍ୟର୍ପଣ କରାଗଲେ ଦେଶର ସାମରିକ ସରକାର ତାଙ୍କୁ କଠୋର ଦଣ୍ଡ ଦେଇପାରନ୍ତି। ପ୍ରକାଶ ଯେ, ୨୦୨୧ ଫେବୃୟାରୀରେ ମ୍ୟାନ୍‌ମାର ସେନା ତତ୍କାଳୀନ ଷ୍ଟେଟ୍‌ କାଉନ୍‌ସେଲର ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଗାଦିଚ୍ୟୁତ କରି ସାମରିକ ଶାସନ ଚଳାଇଛି। ସେବେଠୁ ଗଣତନ୍ତ୍ର ସପକ୍ଷରେ ସ୍ବର ଉତ୍ତୋଳନ କରିଥିବା ବହୁ ଲୋକଙ୍କୁ ସେନା ଗୁଳିକରି ହତ୍ୟା କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri