ବିପଦରେ ବହୁରୂପୀ ଏଣ୍ଡୁଅ ବଂଶ

ମହାକାଳପଡ଼ା, ୨୪ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ କଜଳପାତିଆ ଲୁଣା ଜଙ୍ଗଲରେ ପ୍ରଚୁର ପରିମାଣରେ ବହୁରୂପୀ ଏଣ୍ଡୁଅ (ଚାମେଲିୟନ ପ୍ରଜାତି) ଦେଖିବାକୁ ମିଳେ। ଏହି ବହୁରୂପୀ ଏଣ୍ଡୁଅ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ହେଲେ ବଂଶ ବିସ୍ତାର କରିଥାନ୍ତି। ଏମାନେ ଶତ୍ରୁଙ୍କୁ ଦେଖିବା ମାତ୍ରେ ନିଜ ଶରୀରର ରଙ୍ଗ ବଦଳାଇବାରେ ମାହିର। ଏହି ପ୍ରଜାତି ଏଣ୍ଡୁଅର ଆନ୍ତର୍ଜାତିକ ବଜାରରେ ଅଧିକ ମୂଲ୍ୟ ରହିଛି। ବହୁରୂପୀ ଏଣ୍ଡୁଅ ଜଙ୍ଗଲରେ ସ୍ଥାନ ପରିବର୍ତ୍ତନ କଲେ ଉକ୍ତ ସମୟରେ ରଙ୍ଗ ବଦଳାଇବା ଆରମ୍ଭ କରିଥାନ୍ତି। ଗଛର ପତ୍ର ଉପରେ ଚାଲିଲେ ସବୁଜ ରଙ୍ଗ, ଗଛର କାଠ ଉପରେ ଚାଲିଲେ କଞ୍ଚା କାଠର ରଙ୍ଗ, ସେହିପରି ବାଲିସ୍ତୂପ ବା ମାଟି ଉପରେ ଚାଲିଲେ ମାଟିଆ ରଙ୍ଗ ଦେଖିବାକୁ ମିଳେ। କୌଣସି ସ୍ଥାନରେ ଚାଲିଲେ ସେହି ରଙ୍ଗ ବଦଳାଇବା ଆରମ୍ଭ କରିଥାନ୍ତି। ବିଶେଷକରି ଏମାନଙ୍କ ଶରୀର ରଙ୍ଗ ବଦଳାଇବାର ଅନେକ ବୈଜ୍ଞାନିକ କାରଣ ରହିଛି। ଶରୀରରେ କିଛି ରାସାୟନିକ ପଦାର୍ଥ ଜିନ୍‌ଗତ ପ୍ରମୁଖ କାରଣ ହେବା ସହ ନିଜ ଶିକାରକୁ ଧରିବା (ଛୋଟ ଛୋଟ କୀଟପତଙ୍ଗ)ଓ ଖାଇବାକୁ ପରିବେଶ ସହ ଖାପ ଖୁଆଇ ନିଜର ରଙ୍ଗ ପରିବର୍ତ୍ତନ କରିଥାଏ। ଯେପରି ଖାଦ୍ୟ ଜାଣିବା ପୂର୍ବରୁ ଅତି ଚତୁରତା ସହ ଝାମ୍ପିନେଇ ଶିକାର କରିଥାଏ।
ବିଶେଷକରି ବର୍ଷା ଓ ଶୀତଦିନରେ ବହୁରୂପୀ ଏଣ୍ଡୁଅ ବହୁଳ ପରିମାଣରେ ବଂଶ ବିସ୍ତାର କରିଥାନ୍ତି। ଉପକୂଳବର୍ତ୍ତୀ ଲୁଣା, ହେନ୍ତାଳ ଓ କାଜୁ ଜଙ୍ଗଲରେ ଏମାନେ ବସବାସ କରନ୍ତି। ଏମାନଙ୍କ ଲମ୍ବ ଏକ ଫୁଟରୁ ଊଦ୍ଧର୍‌ବ ଦେଖିବାକୁ ମିଳେ। ଶିକାର କଲାବେଳେ ଏମାନେ ଏକ ଫୁଟ୍‌ରୁ ଅଧିକ ଲମ୍ବର ଖାଦ୍ୟଙ୍କୁ ନିଜ ଜିଭ ସାହାଯ୍ୟରେ ଟାଣି ନେଇଥାନ୍ତି। ଏମାନଙ୍କ ଜିଭରେ ଅଠାଳିଆ ଭଳି ଏକ ରାସାୟନିକ ପଦାର୍ଥ ଥିବାରୁ ଖାଦ୍ୟ ସହଜରେ ଖସିଯାଇ ପାରନ୍ତି ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ, ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ପୂର୍ବ ଅପେକ୍ଷା ଏମାନଙ୍କ ବଂଶ ବୃଦ୍ଧି ଢେର୍‌ କମିଛି। ନବେ ଦଶକ ପୂର୍ବରୁ ବହୁ ପରିମାଣରେ ଏମାନେ ଜଙ୍ଗଲଗୁଡ଼ିକରେ ଦେଖାଯାଉଥିଲେ। ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଡ୍‌ହୁଡ୍‌ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଏମାନଙ୍କ ସଂଖା ଲୋପ ପାଇଥିବା ଜଣାପଡ଼େ। ଉପକୂଳବର୍ତ୍ତୀ ଅଞ୍ଚଳରେ ଦୁର୍ବୃତ୍ତମାନେ ଲୁଚିଛପି ଏମାନଙ୍କୁ ଧରି ବଡ଼ ବଡ଼ ରାକେଟ ସହିତ ମସୁଧା କରି ମୂଲଚାଲରେ ରାତାରାତି ବିକ୍ରିବଟା କରିଥାନ୍ତି। ଏମାନଙ୍କ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଲକ୍ଷାଧିକ ଟଙ୍କା ହୋଇଥାଏ। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ ଅନୁସାରେ ଏମାନଙ୍କୁ ବିରଳ ପ୍ରଜାତିର ଜୀବ ଭାବେ ସିଡୁଲ ୨ ଓ ପାର୍ଟ ୧ ଅନ୍ତର୍ଭୁକ୍ତ କରାଯାଇଛି। ଆଇନ ଅନୁସାରେ, ଏମାନଙ୍କୁ ଧରିବା ଓ ଶିକାର କରି ବିକ୍ରିବଟା କଲେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ସୂଚନା ଅନୁସାରେ ୨୦୧୬, ୧୭, ୧୮ ମସିହାରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ଏହି ବହୁରୂପୀ ଏଣ୍ଡୁଅକୁ ବିକ୍ରି ପାଇଁ ମସୁଧା ଚାଲିଥିଲା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଥିଲା। ଏହି ବିରଳ ଚାମେଲିୟାନ ପ୍ରଜାତି ଏଣ୍ଡୁଅର ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?