Posted inଜାତୀୟ

ମନମୋହନ ସିଂଙ୍କ ସରକାର ସମୟରେ ଅଟକି ଯାଇଥିଲା ଭାରତ: ନାରାୟଣ ମୂର୍ତ୍ତି

ଅହମଦାବାଦ,୨୪ ।୯: ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ ସରକାର ସମୟରେ ଭାରତର ଆର୍ଥିକ ଗତିବିଧି ଠପ ହୋଇଯାଇଥିଲା । ଏହାସହ ସେ କହିଛନ୍ତି ମନମୋହନ ସିଂଙ୍କ ସରକାର ସମୟରେ କୌଣସି ନିଷ୍ପତ୍ତି ନିଆଯାଉ ନ ଥିଲା ।
ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଅହମଦାବାଦରେ ଯୁବ ଉଦ୍ଦ୍ୟୋଗି ଓ ଛାତ୍ରଙ୍କ ସହ କଥା ହେବା ସମୟରେ ସେ ଭାରତୀୟ ଯୁବବର୍ଗ ଉପରେ ଭରସା କରି କହିଛନ୍ତି, ଯୁବବର୍ଗ ମୁଣ୍ଡ ଖଟାଇଲେ ଚାଇନା ଭଳି ବିକାଶଶୀଳ ଦେଶ ହାଇପାରିବ ଭାରତ । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ଲଣ୍ଡନରେ (୨୦୦୮ ଓ ୨୦୧୨ ମଧ୍ୟରେ) ଏଚଏସବିସିର ବୋର୍ଡରେ ଥିଲି । ପ୍ରଥମ କିଛି ବର୍ଷରେ ଯେତେବେଳେ ବୋର୍ଡରୁମ(ବୈଠକ ସମୟରେ) ଦୁଇ ତିନି ଥର ଚାଇନାର ଉଲ୍ଲେଖ କରାଯାଇଥିଲା ସେତେବେଳେ ଭାରତର ନାମ ଗୋଟିଏ ଥର ନିଆଯାଇଥିଲା । ହେଲେ ଦୁର୍ଭଗ୍ୟର କଥା ପରେ କ’ଣ ହେଲା ମୁଁ ଜାଣି ନାହିଁ । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରତି ମୋର ସମ୍ମାନ ରହିଛି ସେ ଜଣେ ଅସାଧାରଣ ବ୍ୟକ୍ତି । କିନ୍ତୁ ତାଙ୍କ ସମୟରେ ଭାରତ ଯେମିତି ଅଟକି ଯାଇଥିଲା, ନିଷ୍ପତ୍ତି ନିଆଯାଉ ନ ଥିଲା । ମୁଁ ୨୦୧୨ରେ ଏଚଏସବିସି ବୋର୍ଡ ଛାଡିଲି ହେଲେ ଭାରତର ନାମ ହୁଏତ ଥରେ ବି ନିଆଯାଇ ନ ଥିଲା । ଯେଉଁଠି ଚାଇନାର ନାମ ୩୦ ଥର ନିଆଯାଇଥିଲା ।
ଏବେ କିନ୍ତୁ ସମୟ ବଦଳିଛି । ଏନଡିଏ ସରକାର ସମୟରେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଭାଜପା ନେତୃତ୍ୱ ସରକାର ମେକ ଇନ ଇଣ୍ଡିଆ , ଷ୍ଟାର୍ଟଅପ ଇଣ୍ଡିଆ ଯୋଜନାରେ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ହାସଲ କରିବାକୁ ସାହାଯ୍ୟ କରିଛି । ଏବେ ଭାରତ ବିଶ୍ୱରେ ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଦେଶ ହୋଇପାରିଛି ।
ଦେଶର ଯୁବବର୍ଗଙ୍କ ଉପରେ ଭରସା କରି ନାରାୟଣ ମୂର୍ତ୍ତି କହିଛନ୍ତି, ଆପଣମାନେ ଚାହିଁଲେ ଦେଶ ଚାଇନା ଭଳି ବିକାଶଶୀଳ ହୋଇ ପାରିବ । ମାତ୍ର ୪୪ ବର୍ଷରେ ଚାଇନା ଭାରତକୁ ପଛକୁ ପକାଇ ଦେଇଛି । ଭାରତଠାରୁ ତା’ର ଅର୍ଥବ୍ୟବସ୍ଥା ୬ ଗୁଣା ବୃଦ୍ଧି ହୋଇଛି । ତେଣୁ ଦେଶକୁ ଆଗକୁ ବଢିବାକୁ ହେଲେ ଯୁବଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri