ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା ଅଫିସ, ୨୪ା୯: ଜୈବବିବିଧତା ଭରା ଜାତୀୟଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବା ବେଳେ ସାମୁଦ୍ରିକ ଓ ଆଭ୍ୟନ୍ତର ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଉପରେ ମାଛ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ କାଂସପାଳ ନିକଟ ଗୋବରୀ ନଦୀ ଏବେ ମାଛ ରପ୍ତାନିର ମୁଖ୍ୟସ୍ଥଳ ହୋଇଛି। ସେହିପରି ଆଭ୍ୟନ୍ତର ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡି ଓ ପିରାନା ପ୍ରଜାତିର ଚାଷକୁ ରୋକାଯାଇ ପାରୁନାହିଁ। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମାଛ ବ୍ୟବସାୟୀଙ୍କ ନଜର ପଡିବାରୁ ସାମୁଦ୍ରିକ ଓ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, କାଂସପାଳ ଫେରି ଘାଟରୁ ପ୍ରତ୍ୟହ ଲକ୍ଷାଧିକ ଟଙ୍କାର ମାଛ କୋଲକାତା ଚାଲାଣ ହେଉଛି। କୋଲକାତା, ବାଲେଶ୍ୱର ଓ ଅନ୍ୟ ସ୍ଥାନର ଟ୍ରଲର ଏହି ମାଛ ରପ୍ତାନିରେ ବ୍ୟବହାର ହେଉଛି। ଏହି ଟ୍ରଲର ପାଇଁ ଗୋବରୀ ନଦୀ କୂଳ ଅତଡା ଖସୁଥିବା ବେଳେ ଲୁଣା ଜଙ୍ଗଲକୁ ଧ୍ୱଂସ କରୁଛି। ଜମ୍ବୁ ବନାଞ୍ଚଳରୁ ମାତ୍ର ୫ କି.ମି. ଏହି ସ୍ଥାନ ହୋଇଥିବା ବେଳେ ମେରାଇନ ଥାନାଠାରୁ ଦୂରତା ମାତ୍ର ୫.୫ କି.ମି.। ତନ୍ତିଆପାଳର ରମେଶ ସେଠୀ କହିଛନ୍ତି, ଜମ୍ବୁ ଲକ୍‌ଠାରେ ଏକ ଜେଟି ଅଛି। ଏଠାରେ ମଧ୍ୟ ମାଛ ବ୍ୟବସାୟ ଚାଲିଛି। ତେବେ ବଡ କଥା ହେଉଛି ଯେ, ନିଷିଦ୍ଧାଞ୍ଚଳରେ ବଡ ଟ୍ରଲର ଚାଲୁଥିଲେ ମଧ୍ୟ ଏହାର ଗତିକୁ ଅତିକ୍ରମ ପାଇଁ ବନ ବିଭାଗ, ସାମୁଦ୍ରିକ ଥାନାର ଆବଶ୍ୟକ ସ୍ପିଡ ବୋଟ୍‌ ନାହିଁ। ରାଜନଗରର ପ୍ରତ୍ୟୁଷ କୁମାର ନାୟକ କହିଛନ୍ତି, ଭିତରକନିକାର ପରିବେଶକୁ ବନ ବିଭାଗର କର୍ମଚାରୀ ବେଶି ପରିମାଣରେ କ୍ଷତି କରୁଛନ୍ତି। ତଟାଞ୍ଚଳରେ ଚିଙ୍ଗୁଡି ଘେରି ସହ ପିରାନା ପ୍ରଜାତିର ମାଛ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏପରି କି ଏ ପ୍ରକାର ମାଛ ଚାଷୀ ଓ ବ୍ୟବସାୟୀଙ୍କ ଭାଗୀଦାରି ହୋଇଛନ୍ତି। ନିଷିଦ୍ଧାଞ୍ଚଳରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଅଶୋକ କୁମାର ସାମଲ କହିଛନ୍ତି, ଭିତରକନିକାର ପରିବେଶ ସୁରକ୍ଷା ଏବେ ଅଣାୟତ୍ତ ହୋଇଛି। ଚିଙ୍ଗୁଡି ଘେରି ବଢ଼ି ଚାଲିଥିବା ବେଳେ ଗତ ୫ ବର୍ଷ ଧରି ରୂପଚାନ୍ଦି ମାଛ ଚାଷ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହେଉଛି। ଜାତୀୟ ଉଦ୍ୟାନର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଳ ଓ ପୋଖରୀରେ ମାଛ ଚାଷ ହେଉଥିବା ଯୋଗୁ ପରିବେଶ ସନ୍ତୁଳନ ହୋଇପାରୁନାହିଁ। ଜାତୀୟ ଉଦ୍ୟାନର ସୁଦୀର୍ଘ ଘଞ୍ଚ ଜଙ୍ଗଲ, ପଶୁପକ୍ଷୀ, ସାମୁଦ୍ରିକ ତଟାଞ୍ଚଳର ପରିବେଶ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଥିସହ ଅଲିଭରିଡଲେଙ୍କ ଅନ୍ତୁଡିଶାଳ, ବଉଳା କୁମ୍ଭୀର, ଡଲଫିନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏପରିସ୍ଥଳେ ଚିଙ୍ଗୁଡି ଘେରି ଓ ପିରାନା ପ୍ରଜାତିର ମାଛ ଚାଷ ଫଳରେ ମାଛ ବ୍ୟବସାୟୀଙ୍କ କବଳକୁ ଜଙ୍ଗଲ ଚାଲି ଯାଉଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ମହେଶ କୁମାର ପାଢ଼ୀ କହିଛନ୍ତି, ଭିତରକନିକାର ସୁରକ୍ଷା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜନସ୍ବାର୍ଥ ମାମଲା ରୁଜୁ ହେଉଛି। ଏଥିପାଇଁ ଜାତୀୟ ଉଦ୍ୟାନ ଓ ଆଖପାଖ ଅଞ୍ଚଳରେ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାଛ ଚାଷ ଫଳରେ ଏହାର ବିଷାକ୍ତ ବର୍ଜ୍ୟବସ୍ତୁ ଜଙ୍ଗଲକୁ ଧ୍ୱଂସ କରୁଥିବା ସେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଜାତୀୟଉଦ୍ୟାନ ମଧ୍ୟରେ ଥିବା ଜଙ୍ଗଲ ଜମି ସ୍ଥାନୀୟ ରାଜନେତାଙ୍କ ଭୋଟ ବ୍ୟାଙ୍କ ସାଜିଛି। ଅନୁପ୍ରବେଶକାରୀ ଏହି ଜମିକୁ ଜବରଦଖଲ କରି ରହିବା ସହ ମାଛ ଚାଷ, ପଶୁପକ୍ଷୀଙ୍କ ଶିକାର କରିବା ସହ ଗଛ ନଷ୍ଟ କରୁଛନ୍ତି। ଅନୁପ୍ରେବେଶକାରୀଙ୍କୁ ରୋକା ନ ଗଲେ ଭିତରକନିକା ଶ୍ରୀହୀନ ହୋଇଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାସଙ୍କୁ ପଚାରିବାରେ ଭିତରକନିକାକୁ ଅବାଧ ପ୍ରବେଶ ନିଷେଧ ହୋଇଛି। ଏଠାରେ ଥିବା ଚିଙ୍ଗୁଡି ଘେରିକୁ ଜିଲା ପ୍ରଶାସନ ସହାୟତାରେ ଭଙ୍ଗା ଯାଉଛି। ପିରାନା ଚାଷ ସମ୍ପର୍କରେ ଜାଣି ନ ଥିବା କହିବା ସହ ଏ ନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?