ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା ଅଫିସ, ୨୪ା୯: ଜୈବବିବିଧତା ଭରା ଜାତୀୟଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବା ବେଳେ ସାମୁଦ୍ରିକ ଓ ଆଭ୍ୟନ୍ତର ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଉପରେ ମାଛ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ କାଂସପାଳ ନିକଟ ଗୋବରୀ ନଦୀ ଏବେ ମାଛ ରପ୍ତାନିର ମୁଖ୍ୟସ୍ଥଳ ହୋଇଛି। ସେହିପରି ଆଭ୍ୟନ୍ତର ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡି ଓ ପିରାନା ପ୍ରଜାତିର ଚାଷକୁ ରୋକାଯାଇ ପାରୁନାହିଁ। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମାଛ ବ୍ୟବସାୟୀଙ୍କ ନଜର ପଡିବାରୁ ସାମୁଦ୍ରିକ ଓ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, କାଂସପାଳ ଫେରି ଘାଟରୁ ପ୍ରତ୍ୟହ ଲକ୍ଷାଧିକ ଟଙ୍କାର ମାଛ କୋଲକାତା ଚାଲାଣ ହେଉଛି। କୋଲକାତା, ବାଲେଶ୍ୱର ଓ ଅନ୍ୟ ସ୍ଥାନର ଟ୍ରଲର ଏହି ମାଛ ରପ୍ତାନିରେ ବ୍ୟବହାର ହେଉଛି। ଏହି ଟ୍ରଲର ପାଇଁ ଗୋବରୀ ନଦୀ କୂଳ ଅତଡା ଖସୁଥିବା ବେଳେ ଲୁଣା ଜଙ୍ଗଲକୁ ଧ୍ୱଂସ କରୁଛି। ଜମ୍ବୁ ବନାଞ୍ଚଳରୁ ମାତ୍ର ୫ କି.ମି. ଏହି ସ୍ଥାନ ହୋଇଥିବା ବେଳେ ମେରାଇନ ଥାନାଠାରୁ ଦୂରତା ମାତ୍ର ୫.୫ କି.ମି.। ତନ୍ତିଆପାଳର ରମେଶ ସେଠୀ କହିଛନ୍ତି, ଜମ୍ବୁ ଲକ୍‌ଠାରେ ଏକ ଜେଟି ଅଛି। ଏଠାରେ ମଧ୍ୟ ମାଛ ବ୍ୟବସାୟ ଚାଲିଛି। ତେବେ ବଡ କଥା ହେଉଛି ଯେ, ନିଷିଦ୍ଧାଞ୍ଚଳରେ ବଡ ଟ୍ରଲର ଚାଲୁଥିଲେ ମଧ୍ୟ ଏହାର ଗତିକୁ ଅତିକ୍ରମ ପାଇଁ ବନ ବିଭାଗ, ସାମୁଦ୍ରିକ ଥାନାର ଆବଶ୍ୟକ ସ୍ପିଡ ବୋଟ୍‌ ନାହିଁ। ରାଜନଗରର ପ୍ରତ୍ୟୁଷ କୁମାର ନାୟକ କହିଛନ୍ତି, ଭିତରକନିକାର ପରିବେଶକୁ ବନ ବିଭାଗର କର୍ମଚାରୀ ବେଶି ପରିମାଣରେ କ୍ଷତି କରୁଛନ୍ତି। ତଟାଞ୍ଚଳରେ ଚିଙ୍ଗୁଡି ଘେରି ସହ ପିରାନା ପ୍ରଜାତିର ମାଛ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏପରି କି ଏ ପ୍ରକାର ମାଛ ଚାଷୀ ଓ ବ୍ୟବସାୟୀଙ୍କ ଭାଗୀଦାରି ହୋଇଛନ୍ତି। ନିଷିଦ୍ଧାଞ୍ଚଳରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଅଶୋକ କୁମାର ସାମଲ କହିଛନ୍ତି, ଭିତରକନିକାର ପରିବେଶ ସୁରକ୍ଷା ଏବେ ଅଣାୟତ୍ତ ହୋଇଛି। ଚିଙ୍ଗୁଡି ଘେରି ବଢ଼ି ଚାଲିଥିବା ବେଳେ ଗତ ୫ ବର୍ଷ ଧରି ରୂପଚାନ୍ଦି ମାଛ ଚାଷ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହେଉଛି। ଜାତୀୟ ଉଦ୍ୟାନର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଳ ଓ ପୋଖରୀରେ ମାଛ ଚାଷ ହେଉଥିବା ଯୋଗୁ ପରିବେଶ ସନ୍ତୁଳନ ହୋଇପାରୁନାହିଁ। ଜାତୀୟ ଉଦ୍ୟାନର ସୁଦୀର୍ଘ ଘଞ୍ଚ ଜଙ୍ଗଲ, ପଶୁପକ୍ଷୀ, ସାମୁଦ୍ରିକ ତଟାଞ୍ଚଳର ପରିବେଶ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଥିସହ ଅଲିଭରିଡଲେଙ୍କ ଅନ୍ତୁଡିଶାଳ, ବଉଳା କୁମ୍ଭୀର, ଡଲଫିନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏପରିସ୍ଥଳେ ଚିଙ୍ଗୁଡି ଘେରି ଓ ପିରାନା ପ୍ରଜାତିର ମାଛ ଚାଷ ଫଳରେ ମାଛ ବ୍ୟବସାୟୀଙ୍କ କବଳକୁ ଜଙ୍ଗଲ ଚାଲି ଯାଉଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ମହେଶ କୁମାର ପାଢ଼ୀ କହିଛନ୍ତି, ଭିତରକନିକାର ସୁରକ୍ଷା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜନସ୍ବାର୍ଥ ମାମଲା ରୁଜୁ ହେଉଛି। ଏଥିପାଇଁ ଜାତୀୟ ଉଦ୍ୟାନ ଓ ଆଖପାଖ ଅଞ୍ଚଳରେ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାଛ ଚାଷ ଫଳରେ ଏହାର ବିଷାକ୍ତ ବର୍ଜ୍ୟବସ୍ତୁ ଜଙ୍ଗଲକୁ ଧ୍ୱଂସ କରୁଥିବା ସେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଜାତୀୟଉଦ୍ୟାନ ମଧ୍ୟରେ ଥିବା ଜଙ୍ଗଲ ଜମି ସ୍ଥାନୀୟ ରାଜନେତାଙ୍କ ଭୋଟ ବ୍ୟାଙ୍କ ସାଜିଛି। ଅନୁପ୍ରବେଶକାରୀ ଏହି ଜମିକୁ ଜବରଦଖଲ କରି ରହିବା ସହ ମାଛ ଚାଷ, ପଶୁପକ୍ଷୀଙ୍କ ଶିକାର କରିବା ସହ ଗଛ ନଷ୍ଟ କରୁଛନ୍ତି। ଅନୁପ୍ରେବେଶକାରୀଙ୍କୁ ରୋକା ନ ଗଲେ ଭିତରକନିକା ଶ୍ରୀହୀନ ହୋଇଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାସଙ୍କୁ ପଚାରିବାରେ ଭିତରକନିକାକୁ ଅବାଧ ପ୍ରବେଶ ନିଷେଧ ହୋଇଛି। ଏଠାରେ ଥିବା ଚିଙ୍ଗୁଡି ଘେରିକୁ ଜିଲା ପ୍ରଶାସନ ସହାୟତାରେ ଭଙ୍ଗା ଯାଉଛି। ପିରାନା ଚାଷ ସମ୍ପର୍କରେ ଜାଣି ନ ଥିବା କହିବା ସହ ଏ ନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri