ମିଳିଲେ ଅବ୍ୱାସ ଭାଇ, ଯାହାଙ୍କୁ ମନେପକାଉଥିଲେ ମୋଦି
ନୂଆଦିଲ୍ଲୀ,୧୯ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍ଗ ବ୍ଲଗରେ ଯେଉଁ ଅବ୍ୱାସ ଭାଇଙ୍କ କଥା ଉଲ୍ଲେଖ କରିଥିଲେ ଶେଷରେ ତାଙ୍କ ଠିକଣା ମିଳିଛି । ଏବେ ସେ ଅଷ୍ଟେଲିଆର ସିଡ୍ନୀରେ ପରିବାର ସହ ରହୁଛନ୍ତି । କୁହାଯାଉଛି କି ଅବ୍ୱାସ…
ରଥଯାତ୍ରା ଦାୟିତ୍ୱରେ ୮୧ ମାଜିଷ୍ଟ୍ରେଟ୍
ପୁରୀ ଅଫିସ,୧୯।୬: ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ସୁଚାରୁରୂପେ ରଥଯାତ୍ରା ସମ୍ପନ୍ନ କରାଇବାକୁ ୮୧ଜଣ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ରହିବେ। ଏମାନେ ଜୁନ୍ ୨୯ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ପୁରୀରେ ରହି କାର୍ଯ୍ୟ କରିବେ। ସେହିପରି ୧୫…
ମାଙ୍କଡ଼କୁ ଆମ୍ବ ଖୁଆଉଛି ପୋଲିସ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବହୁ ଟ୍ରେନ୍ ରଦ୍ଦ, ଦିଗ ପରିବର୍ତ୍ତନ
ଯାଜପୁର ଅଫିସ,୧୯।୬: ଅଗ୍ନିପଥ ଯୋଜନାରେ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରତିବାଦରେ ଦେଶରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବତଟ ରେଳପଥ ଅନ୍ତର୍ଗତ ବିଭିନ୍ନ ଯାତ୍ରୀବାହୀ ଟ୍ରେନ ଆଂଶିକ ରଦ୍ଦ ଓ ଦିଗ ପରିବର୍ତ୍ତନ ହୋଇଛି।…
ପୁଣି ଲାଗୁହେଲା ମହାମାରୀ ଆଇନ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ପୁଣିଥରେ ମହାମାରୀ ଆଇନ ଶନିବାର ଲାଗୁ କରିଛନ୍ତି। କୋଭିଡ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ…
ବିଷ୍ଣୁ ବିଗ୍ରହର ସଂରକ୍ଷଣ କରୁ ପ୍ରତ୍ନତତ୍ତ୍ୱ ବିଭାଗ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଯାଜପୁର ଜିଲା ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ କିଛିଦିନ ତଳେ ଏକ ପୁରାତନ ବିଷ୍ଣୁ ବିଗ୍ରହ ଉଦ୍ଧାର ହୋଇଥିଲା। ଗ୍ରାମର ଏକ ପୋଖରୀର ଖନନ କାର୍ଯ୍ୟ ଚାଲୁଥିବାବେଳେ ଏହି ମୂର୍ତ୍ତିଟି ନଜରକୁ ଆସିଥିଲା। ପରେ ଗ୍ରାମର କିଶୋରିକାନ୍ତ ରାଉତଙ୍କ…
ରାଜନୈତିକ ଛକାପଞ୍ଝା ଜୋର ଧରିଲା
ଡେରାବିଶ, ୧୯।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ରବିବାର ଅର୍ଥାତ୍ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ନିର୍ବାଚନରେ ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ମଧ୍ୟରୁ ୬ଟିରେ ନିର୍ବାଚନ…
ଅର୍ଥନୀତିଭିତ୍ତିକ କୃଷି ବିପର୍ଯ୍ୟସ୍ତ
କେନ୍ଦ୍ରାପଡ଼ା ଅଫିସ,୧୯।୬: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ…
ନାମକୁ ରାସ୍ତା ସଫେଇ : ଭାରିଯାନ ଯାତାୟାତରେ ବାଧା
ନାଉଗାଁ,୧୯।୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରତିବର୍ଷ ରାସ୍ତା ସଫେଇ ନାଁରେ ଲକ୍ଷାଧିକ ଖର୍ଚ୍ଚ ହେଉଛି। ମାତ୍ର ଏହି ସଫେଇ କାମ ନାମକୁ ମାତ୍ର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏହାର ଉଦାହରଣ କୋକିଢିହ-ତେଲସରା ରାସ୍ତାରେ ଦେଖିବାକୁ ମିଳିଛି। ୧୨ କିଲୋମିଟର ଲମ୍ବ…
ନୁପୁର ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ଭାଜପା: ଓୱାଇସି
ନୂଆଦିଲ୍ଲୀ,୧୯ ।୬: ଏଆଇଏମଆଇଏମ ମୁଖ୍ୟ ତଥା ଏମ୍ପି ଅସଦୁଦ୍ଦିନ ଓୱାଇସି ପୁଣିଥରେ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନୁପୁର ଶର୍ମା ତ ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି…
ବାତ୍ୟା ମୁକାବିଲା ପାଇଁ ଟେବୁଲ ଟପ୍ ଏକ୍ସରସାଇଜ୍
ଜଗତ୍ସିଂହପୁର ଅଫିସ,୧୯।୬: ଜଗତ୍ସିଂହପୁର ଏକ ବାତ୍ୟା, ବନ୍ୟା ପ୍ରବଣ ଜିଲା। ବର୍ଷା ଋତୁ ଆସିଲେ ଜିଲାର ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅତୀତର ସ୍ମୃତି ମନେପଡେ। ୧୯୯୯ ମହାବାତ୍ୟାରେ ଜିଲାର ବହୁ କ୍ଷତି ହୋଇଥିଲା। ବହୁ ଲୋକଙ୍କ ମୃତ୍ୟୁ ସାଙ୍ଗକୁ ଧନ,…
ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରି ତେଲ
ପୁରୀ ଅଫିସ, ୧୯।୬- ସ୍ନାନପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିଛନ୍ତି। ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ରବିବାର ଫୁଲୁରି ତେଲ ଲାଗି…
Archives


