Posted inଖେଳ

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୨୭।୯: ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ର ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମରୁ ରବିନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଦୀପକ ହୁଡାଙ୍କ ନାମ। ହୁଡାଙ୍କ ପିଠିରେ ସମସ୍ୟା ଥିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଛନ୍ତି। ଏବେ ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି। ତେବେ ୨୭ ବର୍ଷୀୟ ହୁଡାଙ୍କୁ ଆଘାତ ଗମ୍ଭୀର ଥିବାରୁ ସେ ଏନସିଏରେ ରିହାବ ଲାଗି ଯାଇପାରନ୍ତି ବୋଲି କୁହାଯାଉଛି।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଟିମରେ ହୁଡାଙ୍କୁ ସାମିଲ କରାଯାଇଥିଲା। ହେଲେ ଏବେ ସେ ଆହତ ହେବା କାରଣରୁ ବିଶ୍ୱକପ୍‌ରେ ସେ ଖେଳିବା ଅସମ୍ଭବ ମନେ ହେଉଛି। ଏବେ ତାଙ୍କ ସ୍ଥାନରେ ବିଶ୍ୱକପ୍‌ ଲାଗି କାହାକୁ ସୁଯୋଗ ମିଳିବ ତାହା ଚର୍ଚ୍ଚାର ବିଷୟ ପାଲଟିଛି।
ଆଇସିସି ନିୟମାନୁଯାୟୀ ପ୍ରତିଟି ଟିମ୍‌ ପାଖରେ ଖେଳାଳି ପରିବର୍ତ୍ତନ ଲାଗି ଅକ୍ଟୋବର ୯ ଯାଏର ସମୟ ରହିଛି। ଏମିତିରେ ହୁଡାଙ୍କ ସ୍ଥାନରେ ଶ୍ରେୟସ ଆୟାର, ସଞ୍ଜୁ ସାମସନ ନଚେତ ଦୀପକ ଚାହରଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ତେବେ ଆଗାମୀ ଦିନରେ ଚିତ୍ର ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ଙ୍କୁ ପୁରସ୍କାରରେ ମିଳିଲା ‘୫ ଲିଟର ପେଟ୍ରୋଲ’, ଫଟୋ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ,୨।୩: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛି ରାଜ୍ୟରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୦...

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି।...

ବିଜୟ ସହ ନମ୍ବରଓ୍ବାନକୁ ଫେରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ, ୧୦।୯(ଏପି)-  ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି।...

ଭାରତ ବିପକ୍ଷ ସିରିଜ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା; ଅନିଶ୍ଚିତକାଳ ପାଇଁ କ୍ରିକେଟରୁ ବିରତି ନେଲେ…

ନୂଆଦିଲ୍ଲୀ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ଠିକ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଇଂଲଣ୍ଡ ଟିମ୍‌ର ଷ୍ଟାର ଅଲରାଉଣ୍ଡର ବେନ...

ପାକିସ୍ତାନକୁ ୫ ଉଇକେଟରେ ହରାଇଲା ଶ୍ରୀଲଙ୍କା

ଦୁବାଇ,୯।୯: ଏସିଆ କପ୍‌ ସୁପର-୪ର ଶୁକ୍ରବାର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ବିଜୟୀ ହୋଇଛି। ପଥୁମ ନିସଙ୍କାଙ୍କ...

ଭାରତୀୟ ଦଳରେ ହେଉଛି ପକ୍ଷପାତିତା

ନୂଆଦିଲ୍ଲୀ,୧୨।୨: ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ନାଗପୁରରେ ଅଷ୍ଟ୍ରେଲିଆ ଦଳକୁ ଇନିଂସ ଏବଂ ୧୩୨...

ଭାରତ-ଅଷ୍ଟ୍ରେଲିଆ ସିରିଜ୍‌: କାର୍ଯ୍ୟସୂଚୀରେ ହେବ ନାହିଁ ପରିବର୍ତ୍ତନ

ସିଡ୍‌ନୀ,୨୯।୧୨: ଭ୍ରମଣକାରୀ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀରେ ହେବ ନାହିଁ କୌଣସି ପରିବର୍ତ୍ତନ। କୋଭିଡ୍‌-୧୯...

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି...

Advertisement
Archives

Model This Week