ଯୋଜନାବଦ୍ଧ ପିଲାଚୋରି

କଟକ ଅଫିସ,୨୮।୯: ପିଲା ଚୋରିକୁ ନେଇ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବିଶ୍ୱସ୍ତରୀୟ ହେବାକୁ ଯାଉଥିବା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ। ସୋମବାର ଏସ୍‌ଏନ୍‌ସିୟୁରେ ଚିକିତ୍ସିତ ହେଉଥିବା ଏକ ନବଜାତ ଶିଶୁ କନ୍ୟା ଚୋରି ଘଟଣା ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏସ୍‌ଏନ୍‌ସିୟୁ ଭଳି କଡ଼ା ସୁରକ୍ଷା ବଳୟ ସ୍ଥାନରୁ ଶିଶୁ କନ୍ୟାକୁ କିଭଳି ଆଉ ଏକ ଦମ୍ପତି ନେଇଗଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଏଠାରେ ପିଲା ଚୋରି ର଼୍ୟାକେଟ ସକ୍ରିୟ ଭାବେ କାମ କରିବା ସହ ସେମାନଙ୍କୁ ହସ୍ପିଟାଲର କିଛି କର୍ମଚାରୀ ସହଯୋଗ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଅପରପକ୍ଷରେ ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ସେ କିପରି ଏସ୍‌ଏନ୍‌ସିୟୁ ମଧ୍ୟକୁ ପ୍ରବେଶ କଲେ, ଅନ୍ୟ କେଉଁମାନଙ୍କ ଏଥିରେ ସମ୍ପୃକ୍ତି ରହିଛି ଏବଂ ବ୍ୟବସ୍ଥାରେ କ’ଣ ସବୁ ତ୍ରୁଟି ରହିଛି ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ଆମ ପାଖରେ ସିସିଟିଭିର ସମ୍ପୂର୍ଣ୍ଣ ଫୁଟେଜ ଅଛି। ତାର ଆଧାରରେ ଆମେ ପୋଲିସକୁ ସମସ୍ତ ତଥ୍ୟ ଦେଇଛୁ। ଯେଉଁମାନେ ଏଥରେ ସମ୍ପୃକ୍ତ ରହିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି। ସେହିପରି କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଏହା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ କାର୍ଯ୍ୟ। ନକଲି ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିବା ପରେ ଶିଶୁକନ୍ୟାକୁ ନେଇଥିବା ଦମ୍ପତିଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଆଇପିସି ଦଫା ୩୬୩, ୩୭୦(ଏ), ୪୫୫, ୪୬୭, ୪୬୮, ୪୭୧/୩୪ରେ ଏକ ମାମଲା (ନଂ.୨୪୫/୨୦୨୨) ରୁଜୁ କରାଯାଇଛି। ଏଥିସହ ଦମ୍ପତି ବବଲୁ ବେହେରା(୨୬) ଏବଂ ସୁଇଟି ରାଉତ(୨୧)ଙ୍କୁ ଗିରଫ କରାଯାଇଛି ବୋଲି ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ତୋଫାନ କୁମାର ଜେନାଙ୍କ ୫ଦିନ ପୂର୍ବରୁ ଯାଆଁଳା ଶିଶୁ କନ୍ୟା ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ସାନ କନ୍ୟାକୁ ଏସ୍‌ଏନ୍‌ସିୟୁରେ ରଖାଯାଇ ଚିକିସତ୍ା କରାଯାଉଥିଲା। ତେବେ ସୋମବାର ଅପରାହ୍ନ ୩ଟା ବେଳେ ତୋଫାନ ଏସ୍‌ଏନ୍‌ସିୟୁରେ ଥିବା ତାଙ୍କ ଶିଶୁ କନ୍ୟା ଚୋରି ହୋଇଯାଇଥିବା ଜାଣିବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର
ଯୋଜନାବଦ୍ଧ…
ପ୍ରସାରିତ ହେବା ପରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀର ଏକ ଦମ୍ପତି ମେଡିକାଲରୁ ଚୋରି କରିଥିବା ଶିଶୁ କନ୍ୟାକୁ ଫେରାଇ ଆଣିଥିଲେ। ସେମାନେ ଭୁଲ୍‌ବଶତଃ ସେମାନଙ୍କ ଶିଶୁ ପୁତ୍ର ବଦଳରେ ଶିଶୁ କନ୍ୟାକୁ ନେଇଯାଇଥିବା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାସକ ତଳେ ଉକ୍ତ ଦମ୍ପତିଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ମାତ୍ର ତା’ର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାକୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା। ସୋମବାର ଶିଶୁପୁତ୍ରକୁ ଡିସ୍‌ଚାର୍ଜ କରାଯିବା ପରେ ତାକୁ ନେବା ପରିବର୍ତ୍ତେ ଶିଶୁ କନ୍ୟାକୁ ନେଇଯାଇଥିଲେ ବୋଲି କହିବା ସହ ଶିଶୁପୁତ୍ରକୁ ଦେବାକୁ କହିଥିଲେ। ଏପରି କି ସେମାନଙ୍କ କଥାକୁ ଯେପରି ସମସ୍ତେ ବିଶ୍ୱାସ କରିବେ ସେଥିପାଇଁ ଡିସ୍‌ଚାର୍ଜ ସାର୍ଟିଫିକେଟ ଏବଂ ଆଉଟଡୋର ଟିକେଟ ମଧ୍ୟ ଦେଖାଇଥିଲେ। ତେବେ ସେମାନଙ୍କ କଥାରେ ସନ୍ଦେହ ହେବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଭୟଙ୍କୁ ଅଟକ ରଖିବା ସହ କାଗଜପତ୍ର ଏବଂ ହସ୍ପିଟାଲ ରେକର୍ଡ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଦମ୍ପତି ଦେଖାଇଥିବା ଡିସ୍‌ଚାର୍ଜ ସାର୍ଟିଫିକେଟ ଏବଂ ଆଉଟଡୋର ଟିକେଟ ନକଲି ବୋଲି ଜଣାପଡ଼ିଥିଲା। ଦମ୍ପତିଙ୍କ କୌଣସି ପୁତ୍ର ସନ୍ତାନ ଜନ୍ମ ହୋଇନାହିଁ ବରଂ ଏହା ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ କାର୍ଯ୍ୟ ବୋଲି ଜଣାପଡ଼ିବା ପରେ ଉଭୟଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଶିଶୁ କନ୍ୟା ଚୋରି ଘଟଣାରେ ଦମ୍ପତିଙ୍କୁ ମେଡିକାଲର କେଉଁ କର୍ମଚାରୀ ସହଯୋଗ କରିଛନ୍ତି, କାହା ସହଯୋଗରେ ଏସ୍‌ଏନ୍‌ସିୟୁର କଡ଼ା ସୁରକ୍ଷା ବଳୟରୁ ଶିଶୁକନ୍ୟାକୁ ନିଆଯାଇପାରିଲା, ଏହି ଘଟଣାରେ ଏସ୍‌ଏନ୍‌ସିୟୁ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଭୂମିକାକୁ ନେଇ ତଦନ୍ତ ଚାଲିଛି।
ଶିଶୁ ଚୋରି ରାକେଟ ସକ୍ରିୟ
ସମ୍ପୃକ୍ତ ଦମ୍ପତି ଶିଶୁ କନ୍ୟା ଅପହରଣ କରିବା ପାଇଁ ବେଶ୍‌ କିଛି ଦିନ ପୁର୍ବରୁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପ୍ରଥମେ ମେଡିକାଲ ଯାଇ ପ୍ରସୂତି ବିଭାଗରେ ଥିବା ଗର୍ଭବତୀଙ୍କୁ ଅନୁଧ୍ୟାନ କରିଥିଲେ। ଏହାପରେ ସେ ଟାର୍ଗେଟ କରି ତୋଫାନଙ୍କ ଯାଅଁାଳା କନ୍ୟାଙ୍କ ମଧ୍ୟରୁ ଜଣଙ୍କୁ ସେ ଏସ୍‌ଏନ୍‌ସିୟୁରୁ ନେଇଯାଇଥିଲେ। ତେବେ ଏହି ଚୋରି ରାକେଟ ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତିରେ ଚାଲିଥିବା କୁହାଯାଉଛି। କାରଣ ବିନା ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତିରେ ଉକ୍ତ ଦମ୍ପତି ଏଭଳି କାଣ୍ଡ ରଚାଇବା ସାଧାରଣରେ ସମ୍ଭବ ମନେ ହେଉନାହିଁ।
କାର୍ଯ୍ୟ ପ୍ରଣାଳୀ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ଏସ୍‌ସିବି ମେଡିକାଲର ସ୍ତ୍ରୀ ପ୍ରସୂତି ବିଭାଗରେ ଭର୍ତ୍ତି ହେଉଥିବା ଗର୍ଭବତୀ ମେଡିକାଲରୁ ଡିସ୍‌ଚାର୍ଜ ହେବା ପାଇଁ ଏକ ପ୍ରଣାଳୀ ରହିଛି। ନବଜାତକ ଏବଂ ମା’ର ସ୍ବାସ୍ଥ୍ୟାବସ୍ଥା ଠିକ ଥିଲେ ହିଁ ଡାକ୍ତର ତାଙ୍କୁ ସେଠାରୁ ଡିସଚାର୍ଜ କରିଥାନ୍ତି। ଏହାପରେ ବିଭାଗରୁ ବାହରିବା ସମୟରେ ଉପସ୍ଥିତ ସୁରକ୍ଷା କର୍ମଚାରୀ କାଗଜ ପତ୍ର ସହ ଶିଶୁକୁ ଯାଞ୍ଚ କରି ବାହାରକୁ ଛାଡିଥାନ୍ତି। ତେବେ ସମ୍ପୃକ୍ତ ଦମ୍ପତି ପ୍ରସୂତି ବିଭାଗ ମୁଖ୍ୟ ଫାଟକ ଦେଇ ଶିଶୁ କନ୍ୟାକୁ ନେଇ ଯାଉଥିବା ସିସି ଟିଭିରେ ରେକର୍ଡ ହୋଇଛି। ହେଲେ ସେମାନେ ଉକ୍ତ ଶିଶୁ କନ୍ୟାର ପ୍ରକୃତ ମାତାପିତା ନୁହନ୍ତି ବୋଲି ମେଡିକାଲର କୌଣସି କର୍ମଚାରୀ କିପରି ଜାଣି ପାରି ନ ଥିଲେ। ଏପରିକି ଦମ୍ପତି ଶିଶୁ ପୁତ୍ର ଜାଲ କାଗଜ ପତ୍ର ପ୍ରସ୍ତୁତ କରିଥିବାବେଳେ ପ୍ରକୃତରେ ସେ ପୁଅ କି ଝିଅ ଶିଶୁ ନେଇ ଯାଉଛନ୍ତି ତାହା ମଧ୍ୟ ସୁରକ୍ଷା କର୍ମଚାରୀ ଯାଞ୍ଚ କରି ନ ଥିଲେ। ଯେଉଁଥିପାଇଁ ସୋମବାର ଏଭଳି ଏକ ଅଭାବନୀୟ ଘଟଣା ମେଡିକାଲ ପରିସରରେ ଘଟଯାଇଛି। ଏପରି କି ଗାଇନିଂ ୱାର୍ଡ ମଧ୍ୟରେ ପ୍ରବେଶ ପାଇଁ ପାସ୍‌ ବ୍ୟବସ୍ଥା କରାଯାଇଛି। ସେଠାରେ ଦାୟିତ୍ୱରତ ପାରାମେଡିକାଲ ଷ୍ଟାଫ, ନର୍ସ ଏବଂ ଅନ୍ୟ ମେଡିକାଲ କର୍ମଚାରୀ ଯଦି ଠିକ୍‌ଭାବେ ସେମାନଙ୍କ ଦାୟିତ୍ୱ କରିଥାନ୍ତେ ତେବେ ଏଭଳି ଘଟଣା ଉପୁଜି ନ ଥାନ୍ତା ବୋଲି କୁହାଯାଉଛି।
ଏସ୍‌ସିବି ରିପୋର୍ଟ ଜାଲିଆତି
ମେଡିକାଲ ଆସିଲେ, ଜାଲ୍‌ କାଗପତ୍ର ଦେଖାଇଲେ ଏବଂ ଶିଶୁ କନ୍ୟାକୁ ନେଇ ଚାଲିଗଲେ। ଏହାପରେ ଆମର ଝିଅ ନୁହଁ ପୁଅ ହୋଇଛି। ଭୁଲରେ ଝିଅ ନେଇଯାଇଛୁ କହି ଶିଶୁ କନ୍ୟାକୁ ଫେରାଇବା ସହ ପୁଅକୁ ନେବା ପାଇଁ ସୁଜନ ବେହେରା, ତାଙ୍କ ପୁଅ ଏବଂ ବୋହୂ ଦାବି କରିଥିଲେ। ତେବେ ଏହି ଘଟଣାର ପ୍ରକୃତ ସତ୍ୟତା ଜାଣିବା ପାଇଁ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କାରଣ ସମ୍ପୃକ୍ତ ଦମ୍ପତି ମେଡିକାଲର ଅବିକଳ ଜାଲ କାଗଜପତ୍ର ସାଙ୍ଗରେ ଧରି ଆସିଥିଲେ। ଯେଉଁଥିରେ ଏସ୍‌ସିବିରେ ତାଙ୍କର ଶିଶୁ ପୁତ୍ର ହୋଇଥିବା ଉଲ୍ଲେଖ ରହିଛି। ଦୀର୍ଘ ସମୟ ତଦନ୍ତ ପରେ ତାହା ଜାଲ୍‌ ବୋଲି ଜଣା ପଡ଼ିଥିଲା। ତେବେ କିପରି ଜଣେ ସାଧାରଣ ବ୍ୟକ୍ତି ମେଡିକାଲର ତମାମ କାଗଜପତ୍ରର ଜାଲ ପ୍ରସ୍ତୁତି କରି ପାରୁଛନ୍ତି, ତେବେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri