ବସ୍‌ରେ କଫ ସିରପ୍‌ ଚାଲାଣ, କଣ୍ଡକ୍ଟର ଗିରଫ

ସୋହେଲା,୨୭।୯(ଡି.ଏନ.ଏ): ବରଗଡ଼ ଜିଲାରେ କଫ ସିରପ କାରବାର ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି । ଏକ ଯାତ୍ରୀବାହୀ ବସ୍‌(ନଂ-ଓଡ଼୧୭ସି ୨୫୫୫)ଯୋଗ କଫ୍‌ ସିରପ୍‌ ଚାଲାଣ ହେବାବେଳେ ସୋହେଲା ଥାନା ପୋଲିସ ହାତରେ ଧରାପଡ଼ିଛି । ଉକ୍ତ ବସ୍‌ରେ ୭ପେଟିରେ ରହିଥିବା ୭୯୮ବୋତଲ କଫ ସିରପକୁ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ବସ କଣ୍ଡକ୍ଟର ତଥା ବରଗଡ଼ ଜିଲା ପଦ୍ମପୁର ଥାନା ଗୌଡ଼ପାଲି ଗ୍ରାମର ସରୋଜ କୁମାର ସାହୁ(୪୧)ଙ୍କୁ ଗିରଫ କରିବା ସହିତ ସମ୍ପୃକ୍ତ ବସ୍‌କୁ ଜବତ କରିଛି । ଏହା ସହିତ ୨ଟି ମୋବାଇଲ ଏବଂ ନଗଦ ୨ହଜାର ଟଙ୍କା ମଧ୍ୟ ଜବତ ହୋଇଥିବାବେଳେ ଏ ନେଇ ସୋହେଲା ଥାନାରେ ଏକ ମାମଲା(ନଂ-୧୯୫/୨୨) ରୁଜୁ ହୋଇଛି ।
ମଙ୍ଗଳବାର ସୋହେଲା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ସୋମବାର ସକାଳୁ ଭୁବନେଶ୍ୱରରୁ ପଦ୍ମପୁର ଅଭିମୁଖେ ସମ୍ପୃକ୍ତ ଯାତ୍ରୀବାହୀ ବସ୍‌ ଆସୁଥିଲା । ସେହି ବସ୍‌ ଯୋଚ୍ଚେଗ କଫ ସିରପ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା । ଏସପି ସ୍ମିଥ୍‌ ପି. ପରମାର୍‌ଙ୍କ ନିର୍ଦ୍ଦେଶକ୍ରମେ ସୋହେଲାରେ ପୋଲିସ ଉକ୍ତ ବସ୍‌କୁ ଯାଞ୍ଚ କରିଥିଲା ଏବଂ କଫ ସିରପ ଜବତ କରିଥିଲା । ଗିରଫ ବସ୍‌ କଣ୍ଡକ୍ଟର ସରୋଜ ସେହି କଫ ସିରପକୁ ଭୁବନେଶ୍ୱରରୁ ପଦ୍ମପୁରକୁ ଆଣୁଥିଲେ । ପଦ୍ମପୁରର ଫକୀର ଖାନ୍‌ ତାହା ବସରେ ଲୋଡ଼ କରୁଥିଲେ ଏବଂ ସେହି କଫ ସିରପ ସବୁ ପଦ୍ମପୁରର ସରୋଜ ବାଗଙ୍କ ପାଖ ନାମକ ଜଣେ ଲୋକଙ୍କ ପାଖକୁ ଆସୁଥିବା ଜଣାପଡ଼ିଥିଲା । ଏଥିରେ ବସ୍‌ କଣ୍ଡକ୍ଟରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ଏସଡିପିଓ ଭୋଇ କହିଥିଲେ । ଏହା ସହିତ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ପାଇଁ ତନାଘନା ଚାଲିଥିବା ସେ କହିଥିଲେ । ଏହା ସହିତ ବସ କଣ୍ଡକ୍ଟରମାନଙ୍କୁ ବସ୍‌ ମାଲିକମାନେ ସେଥିପ୍ରତି ତାଗିଦ୍‌ କରିବାକୁ ମଧ୍ୟ ଏସଡ଼ିପିଓ ଭୋଇ ପରାମର୍ଶ ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସୋହେଲା ଥାନା ଆଇଆଇସି ଏଚ.ବି ଗଡ଼ତିଆ ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି ସ୍ବାଧୀନ

ସୁନ୍ଦରଗଡ଼,୨୧।୩(ଡି.ଏନ୍‌.ଏ.): ଚଳିତ ପୌର ନିର୍ବାଚନରେ ସୁନ୍ଦରଗଡ଼ରେ କାହାର ହେବ ବାଜିମାତ। ଚା’ ଖଟି ଠାରୁ ଆରମ୍ଭ କରି ପାନ ଦୋକାନ, ବଜାର, ରାସ୍ତାଘାଟ ସବୁଠି ଏହି...

ବେଗା ପଞ୍ଚାୟତରେ ଦୁର୍ନୀତି:ବିନା କାର୍ଯ୍ୟରେ ୧୦ ଲକ୍ଷ ଟଙ୍କାର ବିଲ୍‌

ଢେଙ୍କାନାଳ ଅଫିସ, ୬।୧୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବେଗା ପଞ୍ଚାୟତରେ ବିନା କାର୍ଯ୍ୟରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମିଥ୍ୟା ବିଲ୍‌ କରାଯାଇଥିବା ଅଭିଯୋଗ...

ଓଲଟିଲା ବରଯାତ୍ରୀ ଗାଡ଼ିି

ବାରିପଦା ଅଫିସ,୨୮ା୪- ମୟୂରଭଞ୍ଜ ଜିଲା ବାରିପଦା-ଉଦଳା ୧୯ନଂ. ରାଜ୍ୟ ରାଜପଥର ଚାଉଳିଆଶୋଳଠାରେ ଗୁରୁବାର ରାତି ୧୦ଟାରେ ଏକ ବରଯାତ୍ରୀ ଗାଡ଼ି ଓଲଟି ୧୦ରୁ ଊର୍ଦ୍ଧ୍ୱ ଗୁରୁତର...

ଯୌତୁକ ନିର୍ଯାତନା ଅଭିଯୋଗ

ଭଦ୍ରକ ଅଫିସ,୨୪।୪: ଭଦ୍ରକ ଜିଲା ବାସୁଦେବପୁର ଥାନା ବଡ ଆନନ୍ଦପୁର ଗ୍ରାମରେ ବଧୂ ହତ୍ୟା ହୋଇଥିବା ନେଇ ଭଦ୍ରକ ଏସପିଙ୍କ ଠାରେ ମୃତାଙ୍କ ମା ସୋମବାର...

୨୫ କି.ମି.ରେ ୨ ଟୋଲ୍‌ ପ୍ଲାଜା

ଚଣ୍ଡିଖୋଲ,୨୦।୧୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ ଦୁଇଟି ଟୋଲ୍‌ ପ୍ଲାଜାର ବ୍ୟବଧାନ ୬୦ କିଲୋମିଟର ରହିବାର ନିୟମ ରହିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ନିର୍ଦ୍ଦେଶନାମା ଅନୁଯାୟୀ ରାଜପଥ ଉପରେ...

୯୬ ବସ୍ତା ପିଡିଏସ୍‌ ଚାଉଳ ଜବତ, ତଦନ୍ତ ଜାରି

ଲହୁଣୀପଡା, ୧୨।୫ (ଡି.ଏନ.ଏ): ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତ ଅଞ୍ଚଳରେ ଏକ ଗୋଦାମ ଘରୁ ୯୬ ବସ୍ତା ଚାଉଳ ଜବତ କରାଯାଇଛି । ଏହି ଘଟଣାରେ...

ସ୍କୁଲ ଫି’ ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ,୧୯ା୧୦: ହାଇକୋର୍ଟରେ ସ୍କୁଲ ଫି’ ସମ୍ପର୍କିତ ମାମଲା ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନ୍‌ସନ ପିଟିଶନକୁ ସୋମବାର ମାନ୍ୟବର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କିଛି ଘରୋଇ...

ଚଳାଚଳ କରିପାରୁନି ଚାରିଚକିଆ

ବଇଣ୍ଡା,୧୪ା୯(ଡି.ଏନ.ଏ.) ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ପିଚୁ ହେଲା। ଖର୍ଚ୍ଚ ହେଲା ପାଖାପାଖି ୭ କୋଟି ଟଙ୍କା। ହେଲେ ଦେଢ଼ବର୍ଷ ହେଲା ଏହା ନିର୍ମାଣ...

Advertisement
Archives

Model This Week