Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଗୋଟିଏ ବି ଘରୋଇ ସିରିଜରେ ବିଜେତା ହୋଇନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୯: ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଏବେ ଦଳର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଉପରେ। ସେପ୍ଟେମ୍ବର ୨୮ରୁ ସିରିଜର ଆରମ୍ଭ ହେବାକୁ ଯାଉଛି।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମେ ଟି୨୦ ସିରିଜ ଖେଳାଯିବ। ଏହାପରେ ଉଭୟ ଟିମ୍‌ ଦିନିକିଆ ସିରିଜ ଖେଳିବ। ତେବେ ଯଦି ଘରୋଇ ମଇଦାନରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଏ ତେବେ ଏହା ଏକ ବଡ଼ ରେକର୍ଡ ହେବ। କାରଣ ପ୍ରଥମ ଥର ଲାଗି ଦଳ ଘରୋଇ ମଇଦାନରେ ଦ୍ୱିପାକ୍ଷୀୟ ଟି୨୦ ସିରିଜ ଜିତି ଇତିହାସ ରଚିବ।

ପୂର୍ବ ରେକର୍ଡ ଅନୁଯାୟୀ ଭାରତୀୟ ଟିମ୍‌ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଟି୨୦ ସିରିଜ ଖେଳିଛି। ୨୦୧୫ରେ ପ୍ରଥମେ ଖେଳାଯାଇଥିବା ସିରିଜରେ ଭାରତୀୟ ଟିମ୍‌ ପରାଜିତ ହୋଇଥିବା ବେଳେ ବାକି ଦୁଇଟିରେ ବରାବର ସ୍ଥିତି ରହିଥିଲା। ଏମିତିରେ ଦଳ ବିପକ୍ଷରେ ଭାରତ ପ୍ରଥମ ସିରିଜ ଜିତି ରେକର୍ଡ କରିବା ଲକ୍ଷ୍ୟରେ ଓହ୍ଲାଇବ।

ସୂଚୀ(ଟି-୨୦ ସିରିଜ)
-ପ୍ରଥମ ଟି୨୦- ସେପ୍ଟେମ୍ବର ୨୮, ତିରୁଅନନ୍ତପୁରମ୍‌,୭.୩୦ ସନ୍ଧ୍ୟା
-ଦ୍ୱିତୀୟ ଟି୨୦- ଅକ୍ଟୋବର ୨,ଗୌହ୍ବାଟି,୭.୩୦ ସନ୍ଧ୍ୟା
-ତୃତୀୟ ଟି୨୦- ଅକ୍ଟୋବର ୪, ଇନ୍ଦୋର, ୭.୩୦ ସନ୍ଧ୍ୟା


Enter your email to get our daily news in your inbox.

All Right Reserved By Dharitri.Com

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ସେପ୍ଟେମ୍ବର ୨୦୨୬ ମାସିକ ରାଶିଫଳ: ବଦଳିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ମାସ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି…

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri