ବାଲିଘାଟ ଲିଜ୍‌ ବାତିଲ ଦାବିରେ ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମର ଋଷିକୁଲ୍ୟା ନଦୀ ବାଲିଘାଟର ଲିଜ୍‌ ଘଟଣା ଏବେ ଅଞ୍ଚଳରେ ଏକ ପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଅଞ୍ଚଳର ବିଭିନ୍ନ ଗ୍ରାମର ହଜାର ହଜାର ଜନସାଧାରଣ ବାଲିଘାଟ ଲିଜ୍‌କୁ ତୁରନ୍ତ କାର୍ଯ୍ୟକାରୀ କରି ବାଲି ଉଠାଇବା ଲାଗି ପ୍ରଶାସନଠାରେ ଦାବି କରିଆସୁଛନ୍ତି। ହେଲେ କିଛି ବ୍ୟକ୍ତି ଏହାକୁ ବିରୋଧ କରିବା ସହ ବାଲିଘାଟ ଲିଜ୍‌କୁ ବନ୍ଦ କରିବା ଲାଗି ଦାବି କରୁଛନ୍ତି। ସୂଚନାଯୋଗ୍ୟ, ଗତ କିଛି ମାସ ହେଲା ଏଠାରେ ଥିବା ବିଭିନ୍ନ ବାଲିଘାଟ ବନ୍ଦ ରହିଥିବାରୁ ଲୋକଙ୍କୁ ଘର ତିଆରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଥିସହ ସରକାରଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟମାନ ସବୁ ଏକ ପ୍ରକାର ବନ୍ଦ ହୋଇପଡିଛି। ଏହି ବାଲିଘାଟ ବନ୍ଦର ସୁଯୋଗ ନେଇ ବାଲି ମାଫିଆମାନେ ରାତାରାତି ଋଷିକୁଲ୍ୟା ନଦୀରୁ ବାଲି ଚୋରାଇ ଆଣି ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ତେଣୁୁ ପ୍ରଶାସନ ତୁରନ୍ତ ଭୀମପୁରର ଏହି ବାଲିଘାଟ ଲିଜ କାର୍ଯ୍ୟକାରି କରିବା ଲାଗି ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ମାତ୍ର ଏହି ବାଲିଘାଟ ଲିଜ୍‌ ହେଲେ ବର୍ଷାଦିନେ ଭୀମପୁର ଗ୍ରାମର ବନ୍ୟାପାଣି ଆସି ପଶିବା ଆଶଙ୍କା କରିବା ସହ ସ୍କୁଲ ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ ରହିଛି ବୋଲି କିଛି ବ୍ୟକ୍ତି ଯୁକ୍ତି ବାଢ଼ିଛନ୍ତି। ଯାହାକୁ ନେଇ କିଛି ବ୍ୟକ୍ତି ଏକତ୍ରିତ ହୋଇ ମଙ୍ଗଳବାର ତହସିଲ କାର୍ଯ୍ୟାଳୟରେ ଆନ୍ଦୋଳନ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ଏହି ଆନ୍ଦୋଳନକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଦଳିବ ଦର! ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ଗଞ୍ଜାମ ପାଇଁ ଗୌରବ ଆଣିଲେ ତିନି ଛାତ୍ର, ଛୁଟିଲା ଶୁଭେଚ୍ଛା

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ ଗଞ୍ଜାମ ): ପଠାଣି ସାମନ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତିନି ଜଣ ଛାତ୍ର । ଗଞ୍ଜାମ ବ୍ଲକ୍ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ଛୋଟାବସା ନିକଟସ୍ଥ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri