ପ୍ରଥମେ ଶୋ’ରୁ କଲେ ବାହାର, ଏବେ ଦେଲେ ଖାସ୍‌ ଅଫର୍‌; ଭତ୍ସନା କରୁଛନ୍ତି ପ୍ରଶଂସକ

ବମ୍ବେ: ଲୋକପ୍ରିୟତା ଅପେକ୍ଷା ଏବେ ବିବାଦରେ ଅଧିକ ରହୁଛି ସିଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’। ଦେଶର ସବୁଠାରୁ ବଡ ଶୋ’ ହୋଇଥିଲେ ହେଁ ଏହା ଏବେ ପ୍ରଶଂସକଙ୍କୁ ନିରାଶ କରୁଛି। ବିଗତ କିଛି ବର୍ଷ ଧରି କିଛି ନା କିଛି ବିବାଦକୁ ନେଇ ଶୋ’ ଚର୍ଚ୍ଚାରେ ରହୁଛି। ନିକଟରେ ଶୋ’ର ନୂଆ ସିଜନ୍‌ ଆରମ୍ଭ ହୋଇଥିଲେ ହେଁ ପୁଣି ଏହା ବିବାଦରେ ଛନ୍ଦି ହୋଇଛି।

ଅରୁଣାଚଳ ପ୍ରଦେଶର ପ୍ରତିଯୋଗୀ ରିତୋ ରିବାଙ୍କୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ରିତୋ ଅଡିଶନ ରାଉଣ୍ଡରେ ନିଜର ସୁମଧୁର ସ୍ବର ଯୋଗେ ଲକ୍ଷାଧିକ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ନିଜେ କମ୍ପୋଜ କରିଥିବା ଗୀତକୁ ଏତେ ସୁନ୍ଦର ଭାବେ ସେ ଗାଇଲେ ଯେ ବିଚାରପତିଙ୍କ ସମେତ ଦେଶବାସୀ ପ୍ରଶଂସା କରିଥିଲେ। ହେଲେ ଦ୍ୱିତୀୟ ରାଉଣ୍ଡରେ ହିମେଶ ରେଶମିଆ ରିତୋଙ୍କୁ ତୁରନ୍ତ ଏକ ଗୀତ ଲେଖି ଗାଇବାକୁ କହିଥିଲେ। ଏଥର ମଧ୍ୟ ସେ କାହାକୁ ନିରାଶ କରି ନ ଥିଲେ। ସମସ୍ତେ ତାଙ୍କ ଗୀତକୁ ପସନ୍ଦ କରିଥିଲେ ହେଁ ତାଙ୍କୁ ଅଯୋଗ୍ୟ ବୋଲି କହିଥିଲେ, ଯାହାକି ଅନେକଙ୍କୁ ଚକିତ କରିଛି। ରିତୋଙ୍କ ଗାଇବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଶୋ’କୁ ନେଇ ପ୍ରତିବାଦ କରୁଛନ୍ତି।

ନିଜ ସ୍ବପ୍ନକୁ ପୂରଣ କରିବାକୁ ରିତୋ ପ୍ରତିଯୋଗୀ ଭାବେ ଆସିଥିଲେ। ହେଲେ ତାଙ୍କୁ ପସନ୍ଦ କରି ବାହାର କରିଦେବା ନିହାତି ଭାବେ ପ୍ରାୟୋଜିତ ବୋଲି କୁହାଯାଉଛି। ଏପରିକି ତାଙ୍କୁ ଶୋ’ରେ ପୁନର୍ବାର ନିଆଯାଉ ବୋଲି ଦାବି ହେଉଛି। ଲୋକଙ୍କ ଭଲପାଇବା ଦେଖି ରିତୋ ନିଜର ସୋସିଆଲ ପୃଷ୍ଠାରେ କିଛି ବାର୍ତ୍ତା ଶେୟାର କରିଛନ୍ତି। ପ୍ରଶଂସକଙ୍କୁ ନିରାଶ ନ ହେବାକୁ ସେ କହିଛନ୍ତି।

ଏସବୁ ମଧ୍ୟରେ ରିତୋଙ୍କ ପୋଷ୍ଟରେ ଶୋ’ର ବିଚାରପତି ଥିବା ବିଶାଲ ଦଦଲାନୀ କମେଣ୍ଟ କରିଛନ୍ତି। ସେ ଗାୟକଙ୍କୁ ଏକ ଖାସ୍‌ ଅଫର ବି ଦେଇଛନ୍ତି। ତୁମେ ଭିନ୍ନ କଳାରେ ଜନ୍ମ ହୋଇଛ, ତୁମେ ଜଣେ ଷ୍ଟାର। ତୁମର ସବୁ ଗୀତ ହିଟ୍‌, ଯଦି ତୁମକୁ କେବେ ଗୀତଗୁଡ଼ିକୁ ରେକର୍ଡ କରିବା ଲାଗି ସହାୟତା ଦରକାର ପଡେ ତେବେ ସେ ଅଛନ୍ତି ବୋଲି ବିଶାଲ କହିଛନ୍ତି। ତେବେ ବିଶାଲଙ୍କ ଅଫର ନିଆଁରେ ଘିଅ ଢ଼ାଳିବା କାମ କରିଛି। ଯଦି ବିଶାଲଙ୍କୁ ତାଙ୍କ କାମ ଭଲ ଲାଗିଛି ଏବଂ ସେ ତାଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ କାହିଁକି ତାଙ୍କୁ ଟପ୍‌ ୧୫ରେ ନିଆ ଗଲାନାହିଁ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri