ବୀମା ପ୍ରଦାନରେ ଅନିୟମିତା ଅଭିଯୋଗ

ବରଗଡ଼ ଅଫିସ୍‌,୨୭।୯: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ଥମୁ ନାହିଁ । ବୀମା ପାଇବା ଲୋଭରେ ଜମି ଜାଲିଆତି ଯୋଗୁ ଅନେକ ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ବୀମ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କେତେକ ସ୍ଥଳେ ବୀମା ସହାୟତା ପହଞ୍ଚି ଥିଲେ ସୁଦ୍ଧା ତାହା ପ୍ରଦାନରେ ଅନିୟମିତତା କରାଯିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଜିଲାର ବଡ଼ ବାଉଁଶେନ ପ୍ରାଥମିକ କୃଷି ସମବାୟ ସମିତି ଉପରେ ନିର୍ଭର କରୁଥିବା ଅନେକ ଚାଷୀ ଏଭଳି ଅଭିଯୋଗ ଆଣି ସୋମବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ । ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଏହାର ବିଧିବଦ୍ଧ ତଦନ୍ତ ସହିତ କାର୍ଯାନୁଷ୍ଠାନ ନେବାକୁ ସେମାନେ ନିବେଦନ କରିଛନ୍ତି ।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଉକ୍ତ ସମବାୟ ସମିତିରେ ବୀମା ସହାୟତା ପ୍ରଦାନ ନେଇ ବ୍ୟାପକ ଅନିୟମିତା କରାଯାଇଛି । ଏଥିରେ ସମିତିର କିଛି କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । କର୍ମଚାରୀଙ୍କ ଅନିୟମିତତା ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ବୀମା ସହାୟତା ପାଇ ପାରୁ ନଥିବା ଅଭିଯୋଗ କରିଛନ୍ତି । ବଡ଼ ବାଉଁଶେନ ଅଞ୍ଚଳର ଅନେକ ଚାଷୀ ସ୍ମାରକପତ୍ର ପ୍ରଦାନ କରିବାକୁ ଜିଲାପାଳ ଅଫିସ ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକ ମୃତ: ଗାଁରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ମୃତଦେହ ଛାଡୁ ନାହାନ୍ତି ପରିବାରଲୋକେ

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶଶୀ...

ଟିପ୍ପର ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା, ଦୁଇ ଭାଇ ଗିରଫ

ଧର୍ମଶାଳା/ଜେନାପୁର,୨୧ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର ଛକଠାରେ ଟିପ୍ପର ଧକ୍କାରେ ତଳଗଡ଼ ଗ୍ରାମର ପ୍ରଦୀପ...

ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ବନ୍ଧାହେଲେ, ବିବାହ କଲେ

ବଇଣ୍ଡା,୮ା୬(ଡି.ଏନ.ଏ.)- ମିସ୍‌କଲ୍‌ରୁ ମହିଳାଙ୍କ ସହ ପ୍ରେମ ଓ ସ୍ବାମୀ ନ ଥିବା ବେଳେ ରାତିରେ ତାଙ୍କ ଘରେ ପଶିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ...

ରବିବାର ସକାଳେ ୨ ଘଣ୍ଟା

ବାହାନଗା, ୪ା୩ – ପ୍ଲାଷ୍ଟିକ ମୁକ୍ତ, ପଲିଥିନ ମୁକ୍ତ ପରିବେଶ ଗଢିବା ଆମ ପାଇଁ ଏବେ ଚ୍ୟାଲେଞ୍ଜ ହୋଇପଡିଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ...

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର...

କୂଳ ଖାଉଛି ମହାନଦୀ: ବିପଦରେ ୨ କାରଖାନା

ପାରାଦୀପ,୧୨ା୫ (ସ୍ବ.ପ୍ର.): ପାରାଦୀପର ଚଉମୁହାଣିଠାରୁ ମହାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଜଗତ୍‌ସିଂହପୁର ଜିଲା ସୀମା ଅଞ୍ଚଳରେ ଏବେ କୂଳ ଖାଇବାରେ ଲାଗିଛି। ଯାହାଦ୍ୱାରା...

ଭୂତକୋଠି ପାଲଟିଛି ଗୋଷ୍ଠୀ ଶୌଚାଳୟ

କୁଜଙ୍ଗ,୧୩।୫ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କ୍ଷେତ୍ର ଓ ବାଣିଜ୍ୟ କେନ୍ଦ୍ର ଭାବେ କୁଜଙ୍ଗ ପରିଚିତ। ଏଠାରେ ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ...

ପୁରୁଷୋତ୍ତମପୁର ଏନ୍‌ଏସି ଉପାଧ୍ୟକ୍ଷ ହେଲେ କୃଷ୍ଣଚନ୍ଦ୍ର

ପୁରୁଷୋତ୍ତମପୁର,୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ଏଥିରେ ମଧ୍ୟ ବିଜେଡି ବାଜିମାତ୍‌ ମାରିନେଇଛି। ୱାର୍ଡ ନଂ ୧୪ର ବିଜେଡି...

Advertisement
Archives

Model This Week