କ୍ଷୀରମଣି ସେଠ୍ ହତ୍ୟା ମାମଲା: ୩ ଗିରଫ
କର୍ଲାମୁଣ୍ଡା,୧୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…
ରୋହିତ ନୁହେଁ, ହାର୍ଦ୍ଦିକ ହୋଇପାରନ୍ତି ଅଧିନାୟକ !
ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ଶେଷ ହେବା ପରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହି ସିରିଜ ଲାଗି ଖୁବ୍ଶୀଘ୍ର ଟିମ୍ ଇଣ୍ଡିଆର ଘୋଷଣା ହୋଇପାରେ। ତେବେ ସିରିଜରେ ଅନେକ…
ଆଉଟ୍ ହେବା ପରେ ବିରାଟଙ୍କ ପ୍ରତିକ୍ରିୟା ଦେଖି ଭାଙ୍ଗି ପଡ଼ିଛନ୍ତି ପ୍ରଶଂସକ
ମୁମ୍ବାଇ,୧୪।୫: ଏକଦା ରନ୍ ମେଶିନ ଭାବେ ପରିଚିତ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ବିରାଟ ଭଲ ସ୍କୋର କରିବେ ବୋଲି ଆଶା…
ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା: ଶ୍ରମିକଙ୍କ ଜୀବନ ଗଲା
ବଡ଼ବିଲ,୧୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ କାର୍ଯ୍ୟରତ ପ୍ରୋସେସିଂ ଅପରେଟର ବାଙ୍କା ଆପଟ। ମୃତକଙ୍କ ଘର ରୁଗୁଡି ବସ୍ତିରେ ବୋଲି ଜଣାପଡ଼ିଛି। ଶନିବାର ଅପରାହ୍ନରେ…
ଏତେ ବଦଳି ଗଲେଣି କରିନାଙ୍କ ଅନ୍ସ୍କ୍ରିନ୍ ଭଉଣୀ
ବମ୍ବେ: ବଦଳିଗଲେଣି ‘ଜବ ଉଇ ମେଟ୍’ରେ ନାୟିକା କରିନା କପୁରଙ୍କ ଭଉଣୀ ଭୂମିକାରେ ନଜର ଆସିଥିବା ଭାମିକା ଗାବି। ଦିନକୁ ଦିନ ସେ ବେଶ ସୁନ୍ଦରୀ ଲାଗୁଥିବା ବେଳେ ଅଭିନୟରେ ନୂଆ ନୂଆ ସୋପାନ ଅତିକ୍ରମ କରୁଛନ୍ତି। ପଞ୍ଜାବୀ ସିନେମାଜଗତରେ ହଲଚଲ…
ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ପରଲୋକ
କଟକ ଅଫିସ,୧୪।୫: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତେବେ ବୟସାଧିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୯୮୩ ମସିହାରୁ ୧୯୯୪…
‘ଖତରୋଁ କେ ଖିଲାଡି’ରୁ ଅନୁପମାଙ୍କ ନଣନ୍ଦଙ୍କୁ ଆସିଛି ଡାକରା
ବମ୍ବେ: ଚର୍ଚ୍ଚାରେ ‘ଫିଅର ଫ୍ୟାକ୍ଟର: ଖତରୋଁ କେ ଖିଲାଡି’ର ଆସନ୍ତା ସିଜନ୍। ପ୍ରତିଦିନ ଏଥିରେ ନୂଆ ନୂଆ ନାମ ପ୍ରତିଯୋଗୀ ଭାବେ ଯୋଡ଼ି ହେଉଛି। ଏବେ ତାଲିକାରେ ଅନେରୀ ଭଜାନୀଙ୍କ ନାମ ସାମିଲ ହୋଇଛି। ଅନେରୀ ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ…
ଏସ୍ପି ଅଫିସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ଛତ୍ରପୁର,୧୪ା୫(ଡି.ଏନ୍.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ ଅଫିସ ଆଗରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ରମ୍ଭା ଥାନା ଅଧୀନ ବୋରିଗାଁର ବାଦଲ ସାହୁ। ମିଳିଥିବା ସୂଚନାନୁସାରେ ବାଦଲ ଏସ୍ପିଙ୍କୁ ଭେଟିବା ପାଇଁ ଯାଇଥିଲେ। ଏସ୍ପିଙ୍କ ଅନୁପସ୍ଥିତିରେ ଅଫିସ୍…
ବାଙ୍ଗାଲୁରୁରେ ଟ୍ରେନ୍ ଧକ୍କାରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ଗାଁକୁ ଫେରିଲା ମୃତଦେହ
କୋକସରା,୧୪।୫(ଡି.ଏନ.ଏ.): ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବାଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିବା ଯୋଗୁ ଘରକୁ ଫେରିଲା ମୃତଦେହ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ…
ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ଗୁରୁତର
ମାଲକାନଗିରି,୧୪ା୫(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଶନିବାର ତାଣ୍ଡବ ରଚିଛନ୍ତି ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ଯବାନ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ମାଓବାଦୀଙ୍କ ଆକ୍ରମଣ ପରେ କମ୍ବିଂ ଅପରେଶନକୁ…
ବିଫଳ ପ୍ରେମିକଙ୍କ ଚରମ ନିଷ୍ପତ୍ତି
ବ୍ରହ୍ମପୁର ଅଫିସ,୧୪।୫: ବଡ଼ବଜାର ଥାନା ଅଧୀନ ଲକ୍ଷ୍ମୀନୃସିଂହ ସାହିରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଶରତ ଜେନାଙ୍କ ପୁଅ ପ୍ରମୁଖ ଜେନା(୨୧)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ…
ଶେଖ ମହମ୍ମଦ ବିନ୍ ଜାୟେଦ ହେଲେ ୟୁଏଇର ନୂଆ ରାଷ୍ଟ୍ରପତି
ଦୁବାଇ,୧୪।୫: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ନୂତନ ରାଷ୍ଟ୍ରପତି ହୋଇଛନ୍ତି ଶେଖ ମହମ୍ମଦ ବିନ ଜାୟେଦ ଅଲ-ନହ୍ୟାନ(୬୧)। ସେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ତେବେ ଶୁକ୍ରବାର ୟୁଏଇର ଦ୍ୱିତୀୟ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନହ୍ୟାନ୍ଙ୍କ…
Archives


