ହକରଙ୍କ ପୁଅ ଓସିଏସ୍‌ରେ ଉତ୍ତୀର୍ଣ୍ଣ

ଅନୁଗୋଳ ଅଫିସ, ୮ା୧୦ : ପିଲାବେଳେ ଏକ ଦୁର୍ଘଟଣା ତାଙ୍କୁ ଦିବ୍ୟାଙ୍ଗ କରିଦେଇଥିଲା। ହେଲେ ଏହି ଶାରୀରିକ ଅକ୍ଷମତା ତାଙ୍କ ମନୋବଳକୁ ଭାଙ୍ଗିପାରି ନ ଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଜ ମେଧା ପ୍ରଦର୍ଶନ କରି ସେ ୨୦୧୯ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓସିଏସ୍‌) ଯାଏ ପହଞ୍ଚିପାରିଥିଲେ। କିନ୍ତୁ ପୁନର୍ବାର ଦୁର୍ଘଟଣା ସେଥିରେ ପ୍ରତିବନ୍ଧକ ସାଜିଥିଲା। ପ୍ରିଲିମ୍‌ରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଆହତ କାରଣରୁ ମେନ୍‌ ପରୀକ୍ଷାରୁ ତାଙ୍କୁ ବଞ୍ଚିତ ହେବାକୁ ପଡ଼ିଥିଲା। ହେଲେ ଦୃଢ଼ ମନୋବଳ ଯୋଗୁ ସଫଳତା ପଥରେ ଥିବା ସମସ୍ତ ଅବରୋଧକୁ ସେ ହଟାଇଦେଇଛନ୍ତି। ୨୦୨୦ ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ହକରଙ୍କ ପୁଅ ସତ୍ୟବ୍ରତ ମହାପାତ୍ର ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି।
ଅନୁଗୋଳ ବସ୍‌ଷ୍ଟାଣ୍ଡରେ ହକର ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ମହାପାତ୍ରଙ୍କ ପୁଅ ହେଉଛନ୍ତି ସତ୍ୟବ୍ରତ ମହାପାତ୍ର। ୧୯୯୭ ଜୁନ୍‌ ୧ରେ ଜନ୍ମିତ ସତ୍ୟବ୍ରତଙ୍କ ପୈତୃକ ଘର ଢେଙ୍କାନାଳ ଜିଲାରେ। ତେବେ ଦୀର୍ଘଦିନ ହେବ ସେ ବାପା ଶ୍ରୀକାନ୍ତ ଓ ମା ସୁମିତ୍ରା ମହାପାତ୍ରଙ୍କ ସହ ଅନୁଗୋଳର ଅମଲାପଡାରେ ରହି ଆସୁଛନ୍ତି। ପରିବାରରେ ବଡ ଭାଇଙ୍କ ସହ ଦୁଇ ଭଉଣୀ ଥିବାବେଳେ ସତ୍ୟବ୍ରତ ହେଉଛନ୍ତି ସାନ ପୁଅ। ସେ ଉତ୍ତରପଡା ବିଦ୍ୟାଳୟ ଓ ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ଶିକ୍ଷା ସମାପ୍ତ କରିବା ସହ ଅନୁଗୋଳ ସରକାରୀ ଜୁନିୟର କଲେଜରେ ଯୁକ୍ତ ୨ ପଢିଥିଲେ। ଏହାପରେ ଭୁବନେଶ୍ବରସ୍ଥିତ ଓୟୁଏଟିରେ ଏଗ୍ରିକଲଚରରେ ଗ୍ରାଜୁଏଟ ହୋଇଥିଲେ। ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଏକ ସଂସ୍ଥା ପକ୍ଷରୁ ସ୍କଲାରଶିପ୍‌ ଦିଆଯାଇ କୋଚିଂ ପାଇଁ ବାଙ୍ଗାଲୋର ପଠାଯାଇଥିଲା। ତେବେ ସେ ଦ୍ବିତୀୟ ପ୍ରଚେଷ୍ଟାରେ ୨୦୨୦ ଓସିଏସ୍‌ ପରୀକ୍ଷାରେ ୨୭୯ ର଼୍ୟାଙ୍କ ରଖିଛନ୍ତି। ଶୁକ୍ରବାର  ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସେ ଓ ପରିବାର ଲୋକେ ବେଶ୍‌ ଖୁସି ହୋଇଛନ୍ତି। ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ପିଲାଦିନରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ବିଜେତା ହୋଇଛନ୍ତି। ଏପରି କି ଦୈନିକ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ହୋଇଥିବା ମେଟେଲ ମିଟ୍‌-୨୦୧୭ରେ ସେ ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ୨୦୧୮ରେ ସେ ଜାତୀୟସ୍ତରର କୁଇଜ୍‌ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଦୈନିକ ୬ରୁ ୮ ଘଣ୍ଟା ପରିଶ୍ରମ କରିବା ସହ ଗୁରୁଜନ ଓ ଈଶ୍ୱରଙ୍କ ଆଶୀର୍ବାଦରୁ ଏହି ସଫଳତା ପାଇପାରିଥିବା ସତ୍ୟବ୍ରତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri