Posted inଖେଳ

ପ୍ରୋ-କବାଡ଼ି ଲିଗ୍‌ ଆରମ୍ଭ

ବେଙ୍ଗାଲୁରୁ, ୮ା୧୦: ପ୍ରୋ-କବାଡି ଲିଗ୍‌ର ସିଜନ-୯ ଆରମ୍ଭ ହୋଇଛି। ଶୁକ୍ରବାର ସ୍ଥାନୀୟ କାନ୍ତିରାଭା ଇନ୍‌ଡୋର ଷ୍ଟାଡିୟମରେ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ଦବଙ୍ଗ ଦିଲ୍ଲୀ କେସି ୪୧-୨୭ରେ ୟୁ ମୁମ୍ବାକୁ ପରାସ୍ତ କରିଛି। ଅଧିନାୟକ ନବୀନ କୁମାର ଦଳ ପାଇଁ ୧୩ ପଏଣ୍ଟ ସ୍କୋର କରିଥିଲେ। ତାଙ୍କ ରେଡ୍‌ ଖୁବ୍‌ ଚମତ୍କାର ଥିଲା। ଡିଫେଣ୍ଡର ବିଶାଲ ଓ ସନ୍ଦୀପ ଧୂଲ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ। ଫଳରେ ଦିଲ୍ଲୀ ବିପକ୍ଷ ଦଳକୁ ଶୀଘ୍ର ଅଲଆଉଟ କରିବାରେ ସଫଳ ହୋଇଥିଲା। ୯ମ ମିନିଟ ଖେଳରେ ଦଳ ୧୧-୯ରେ ଅଗ୍ରଣୀ ଲାଭ କରିନେଇଥିଲା। ନବୀନ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିବାରୁ ଅଗ୍ରଣୀ ବ୍ୟବଧାନ ୧୪-୫ରେ ପହଞ୍ଚତ୍ଥିଲା। କ୍ରିଶନଙ୍କ ନେତୃତ୍ୱରେ ଦବଙ୍ଗ ଦିଲ୍ଲୀର ଡିଫେନ୍ସ ୟୁନିଟ୍‌ ୟୁ ମୁମ୍ବା ରେଡରମାନଙ୍କୁ ଟ୍ୟାକଲ କରିଥିଲା। ଫଳତଃ ପ୍ରଥମାର୍ଦ୍ଧ ସୁଦ୍ଧା ଦିଲ୍ଲୀ ୧୯-୧୦ରେ ଅଗ୍ରଣୀ ଲାଭ କରି ନେଇଥିଲା। ଦ୍ୱିତୀୟାର୍ଦ୍ଧରେ ୟୁ ମୁମ୍ବା ତୁଳନାତ୍ମକ ଭାବେ ଉନ୍ନତ ପ୍ରଦର୍ଶନ କରିଥିଲା। ଆଶିଷ କିଛି ଗୁରୁତ୍ୱପୂର୍ଣ୍ଣ ରେଡ୍‌ ପଏଣ୍ଟ ଅର୍ଜନ କରିଥିଲେ। କିରଣ ମଗର ଦୁଇଟି ଦର୍ଶନୀୟ ଟ୍ୟାକଲ କରିଥିଲେ। ନବୀନ କିନ୍ତୁ ତାଙ୍କ ଭଲ ପ୍ରଦର୍ଶନ ବଜାୟ ରଖିବାରୁ ୩୧ତମ ମିନିଟ ଖେଳ ବେଳକୁ ଦିଲ୍ଲୀର ଅଗ୍ରଣୀ ବ୍ୟବଧାନ ୨୮-୨୦ରେ ପହଞ୍ଚତ୍ଥିଲା। ସେତେବେଳେ ମ୍ୟାଟ୍‌ରେ ମୁମ୍ବା ଦଳର ମାତ୍ର ୩ ଖେଳାଳି ଥିଲେ। ଏକାଧିକ ରେଡ ପଏଣ୍ଟ ଯୋଗୁ ନବୀନ ସିଜନର ପ୍ରଥମ ସୁପର ୧୦ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ଦିଲ୍ଲୀ ଅଲଆଉଟ କରିବାରେ ସଫଳ ହୋଇଥିଲା ଏବଂ ଏହାର ଅଗ୍ରଣୀ ବ୍ୟବଧାନ ବୃଦ୍ଧି ପାଇଥିଲା। ଖେଳର ୪୦ତମ ମିନିଟ୍‌ରେ ଦିଲ୍ଲୀ ୧୨ପଏଣ୍ଟ ବ୍ୟବଧାନରେ ଆଗୁଆ ରହି ମ୍ୟାଚକୁ ନିଜ କବ୍‌ଜାକୁ ନେଇଯାଇଥିଲା। ନବୀନ ଶେଷ ପର୍ଯ୍ୟନ୍ତ ରେଡ୍‌ ପଏଣ୍ଟ ହାସଲ କରିବାରେ ଲାଗିଥିଲେ ଏବଂ ତାଙ୍କ ଦଳକୁ ଜିତାଇଥିଲେ। ଅନ୍ୟ ୨ଟି ମ୍ୟାଚରେ ବେଙ୍ଗାଲୁରୁ ବୁଲ୍ସ ୩୪-୨୯ରେ ତେଲଗୁ ଟାଇଟନ୍ସକୁ ଏବଂ ୟୁପି ଯୋଦ୍ଧାସ ୩୪-୩୨ରେ ଜୟପୁର ପିଙ୍କ ପାନ୍ଥର୍ସକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?