Posted inଖେଳ

ଅଷ୍ଟ୍ରେଲିଆ ସିରିଜ ବିଜୟୀ

ବ୍ରିସବେନ, ୮ା୧୦: ଡେଭିଡ ଓ୍ବାର୍ନରଙ୍କ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଓ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଶୁକ୍ରବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୩୧ ରନରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ ୧୭୮ ରନ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ପୂରା ଓଭର ଖେଳିଥିଲେ ହେଁ ୮ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା। ଏଠାରେ ବିଜୟ ଫଳରେ ଅଷ୍ଟ୍ରେଲିଆ ୨ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଓ୍ବାର୍ନର ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଛନ୍ତି। ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୁରନ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇ ନ ଥିଲେ ହେଁ ଓ୍ବାର୍ନରଙ୍କ ଷ୍ଟ୍ରୋକପୂର୍ଣ୍ଣ ଇନିଂସ ଅଷ୍ଟ୍ରେଲିଆକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲା। ଓ୍ବାର୍ନର ୪୧ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୭୫ ରନ କରିଥିଲେ। ଶେଷ ଭାଗରେ ଟିମ୍‌ ଡାଭିଡ ୨୦ ବଲ୍‌ରୁ ୪୨ (୪ ଚୌକା, ୩ ଛକା) ରନର ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚତ୍ ଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ୨୦ ଓଭରରେ ୧୭୮/୭ (ଡେଭିଡ ଓ୍ବାର୍ନର-୭୫, ଟିମ୍‌ ଡାଭିଡ-୪୨, ଆଲଜାରି ଜୋସେଫ-୩/୨୧, ଓବେଡ ମ୍ୟାକକୟ-୨/୩୩, ଓଡେନ ସ୍ମିଥ-୧/୨୪)। ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୧୪୭/୮ (ଜନସନ ଚାଲର୍‌ସ-୨୯, ମିଚେଲ ଷ୍ଟାର୍କ-୪/୨୦, ପ୍ୟାଟ୍‌ କୁମିନ୍ସ-୨/୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅପେକ୍ଷାର ଫଳ ମିଠା, ପୁରୁଣା ରୂପରେ…

ନୂଆଦିଲ୍ଲୀ,୨୦।୫: କଥାରେ ଅଛି ଅପେକ୍ଷାର ଫଳ ମିଠା। ସେଭଳି କିଛି ଘଟିଛି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ। ଦୀର୍ଘ ୩ ବର୍ଷ ହେଲା...

ଜାଭେଲିନ୍‌ ଥ୍ରୋ ଫାଇନାଲରେ ଓଡ଼ିଶାର କିଶୋର

ଭୁବନେଶ୍ୱର, ୨୬।୮ (ତପନ ସ୍ବାଇଁ): ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପର୍‌ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର କିଶୋର ଜେନା। ଶୁକ୍ରବାର ଅନୁଷ୍ଠିତ...

ଜାତୀୟ ଶକ୍ତି ଉତ୍ତୋଳନରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୬।୪ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡ଼ଠାରେ ବୁଧବାର ଶେଷ ହୋଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୫ଟି ପଦକ ମିଳିଛି। ଓଡ଼ିଶା...

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା...

ଟୁଇଟରରେ ଟ୍ରେଣ୍ଡ କରୁଛି #ଓ୍ବାଲର୍‌ଡଷ୍ଟାଣ୍ଡ୍ସଓ୍ବିଥ୍‌କୋହଲି

ନୂଆଦିଲ୍ଲୀ,୧୭।୧୨: ଦିନିକିଆ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ଟେଷ୍ଟ ଅଧିନାୟକ ବିରାଟ କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି...

ପ୍ରଥମ ଟେଷ୍ଟ ଜିତିଲା ଓ୍ବେଷ୍ଟଇଣ୍ଡିଜ

ଆଣ୍ଟିଗୁଆ,୧୯।୬: ସ୍ଥାନୀୟ ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟରେ ଜିତି ନେଇଛି। ପ୍ରଥମ ଇନଂସରେ ବାଂଲାଦେଶ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟିତ: ଭାରତ ହେବ ବିଶ୍ୱ କ୍ରୀଡ଼ାର ‘ସୁପର ପାୱାର’

କଟକ ଅଫିସ,୨୩ା୨-ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପାକିସ୍ତାନ ହାରିଲା, ରମିଜ ରାଜାଙ୍କ ପଦ ଗଲା

ଇସଲାମାବାଦ୍‌,୨୧।୧୨: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବହିଷ୍କୃତ କରାଯାଇଛି। ନଜାମ ସେଠୀ ତାଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ...

Advertisement
Archives

Model This Week