Posted inଖେଳ

ହରମନପ୍ରୀତ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୮ା୧୦(ପି.ଟି.): ଭାରତ ଡିଫେଣ୍ଡର ହରମନପ୍ରୀତ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଫ୍‌ଆଇଏଚ୍‌ (ଅନ୍ତର୍ଜାତୀୟ ହକି ମହାସଂଘ) ଦ୍ୱାରା ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ପୁରୁଷ ବିଭାଗରେ ଲଗାତର ଭାବେ ଦୁଇ ବର୍ଷ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହେବାରେ ୨୬ ବର୍ଷୀୟ ହରମନପ୍ରୀତ ବିଶ୍ୱର ୪ର୍ଥ ଖେଳାଳି। ଏଲିଟ୍‌ ତାଲିକାରେ ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ଟିଅନ୍‌ ଡି’ ନୁଇଜର (ନେଦରଲାଣ୍ଡ୍ସ), ଜେମି ଓ୍ବେର୍‌ (ଅଷ୍ଟ୍ରେଲିଆ) ଓ ଆର୍ଥର ଭାନ୍‌ ଡୋରେନ୍‌ (ବେଲଜିୟମ)। ହରମନପ୍ରୀତ ଆଧୁନିକ ହକିର ଜଣେ ସୁପରଷ୍ଟାର। ତାଙ୍କ ଡ୍ରିବ୍‌ଲିଂ ସ୍କିଲ ଉଚ୍ଚକୋଟୀର ବୋଲି ଏଫ୍‌ଆଇଏଚ୍‌ କହିଛି। ଭୋଟିଂରେ ହରମନପ୍ରୀତ ସର୍ବାଧିକ ୨୯.୪ ପଏଣ୍ଟ ପାଇଥିବା ବେଳେ ତାଙ୍କ ପଛକୁ ପଛ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିଏରୀ ବ୍ରିଙ୍କ୍‌ମ୍ୟାନ (୨୩.୬) ଓ ଟମ୍‌ ବୁନ୍‌ (୨୩.୪) ରହିଥିଲେ। ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨୦୨୧-୨୨ରେ ଭାରତ ଉପଅଧିନାୟକ ୧୬ ଗେମ୍‌ରେ ୧୮ ଗୋଲ ସ୍କୋର କରିଥିଲେ। ତନ୍ମଧ୍ୟରେ ତାଙ୍କର ଦୁଇଟି ହ୍ୟାଟ୍ରିକ ରହିଛି। ଏହି ୧୮ ଗୋଲ ସହ ସିଜନ ଶେଷରେ ସେ ଭାରତର ଟପ୍‌ ସ୍କୋରର ରହିଥିଲେ। ଗୋଟିଏ ସିଜନରେ ପ୍ରୋ-ଲିଗ୍‌ରେ ଜଣେ ଖେଳାଳି ହିସାବରେ ଅଧିକ ଗୋଲ ସ୍କୋର କରିବାରେ ସେ ଏକ ରେକର୍ଡ ପ୍ରତିଷ୍ଠା କରିଥିଲେ। ହରମନପ୍ରୀତ ଆହୁରି ମଧ୍ୟ ଏସିଆନ ଚାମ୍ପିୟନଶିପ୍‌ରେ ଚମତ୍କାର ଫର୍ମରେ ଥିଲେ। ଏଥିରେ ସେ ୬ଟି ଗେମ୍‌ରେ ୮ ଗୋଲ ସ୍କୋର କରିଥିଲେ। ପ୍ରତିଟି ଗେମ୍‌ରେ ସେ ଗୋଲ ସ୍କୋର କରିଥିଲେ ା ଫଳରେ ଭାରତ ଫୋଡିୟମ ଫିନିଶ କରିପାରିଥିଲା। ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତୀୟ ଦଳର ରୌପ୍ୟ ପଦକ ହାସଲରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ଫେଲିସ୍‌ ଆଲବର୍ସ ଶ୍ରେଷ୍ଠ
ମହିଳା ବିଭାଗରେ ନେଦରଲାଣ୍ଡ୍ସର ଫେଲିସ୍‌ ଆଲବର୍ସ ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ଜର୍ମାନୀ ନାତାସ୍କା କେଲର (୧୯୯୯)ଙ୍କ ପରେ ୨୨ ବର୍ଷୀୟା ଭାରତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର (ମହିଳା କାଟେଗୋରି) ପାଇଛନ୍ତି। ୧୯୯୮ରେ ଏହି ପୁରସ୍କାର ପ୍ରଚଳନ ହେବା ପରେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ହିସାବରେ ସେ ଏହି ସମ୍ମାନ ପାଇଛନ୍ତି। ଫେଲିସ୍‌ ୨୯.୧ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମାରିଆ ଗ୍ରାନାଟୋ (୨୬.୯ ପଏଣ୍ଟ) ଓ ଅଗଷ୍ଟିନା ଗୋର୍ଜେଲାନି (୧୬.୪ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଫେଲିସ୍‌ ୨୦୧୯ରେ ଡଚ୍‌ ଜାତୀୟ ଦଳରେ ସ୍ଥାନ ପାଇବା ପୂର୍ବରୁ ଜୁନିୟର ସ୍ତରରେ ମିଡ୍‌ଫିଲ୍‌ଡ ଓ ଆଟାକ୍‌ ପୋଜିଶନରେ ଖେଳିଥିଲେ। ସିନିୟର ଦଳରେ ଯୋଗଦାନ କରିବା ପରେ ସେ ୩୨ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୬ ଗୋଲ୍‌ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri