Posted inଖେଳ

ପାକିସ୍ତାନଠାରୁ ଭାରତ ପରାସ୍ତ

ସିଲ୍‌ହେଟ୍‌,୮ା୧୦(ପି.ଟି.): ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟରେ ଭାରତ ଶୁକ୍ରବାର ପାକିସ୍ତାନଠାରୁ ୧୩ ରନରେ ହାରିଯାଇଛି। ୬ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଏହା ହେଉଛି ପାକିସ୍ତାନ ମହିଳା ଦଳର ପ୍ରଥମ ବିଜୟ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୧୩୭ ରନ କରିଥିଲା। ଜବାବରେ ଏସିଆର ସବୁଠାରୁ ଶକ୍ତ ଦଳ ବୋଲି କୁହାଯାଉଥିବା ଭାରତ ୧୯.୪ ଓଭରରେ ମାତ୍ର ୧୨୪ ରନ କରି ଅଲଆଉଟ ହୋଇଯାଇଥିଲା। ଥାଇଲାଣ୍ଡଠାରୁ ଦୁଃଖଦ ପରାଜୟର ୨୪ ଘଣ୍ଟା ପରେ ଶୁକ୍ରବାରର ଏହି ବିଜୟ ସହ ପାକିସ୍ତାନ ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି। ମ୍ୟାଚରେ ଭାରତ ଏକଦା ୬୫ ରନରେ ୫ ଉଇକେଟ ହରାଇଥିଲା। ଏହି ଗେମ୍‌ ପୂର୍ବରୁ ଭାରତ ବିପକ୍ଷରେ ପାକିସ୍ତାନ ୨୦୧୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ରେ ଏକ ବିଜୟ ଲାଭ କରିଥିଲା। ମୋଟ ଉପରେ ପାକିସ୍ତାନ ଉପରେ ଭାରତର ବିଜୟ-ପରାଜୟ ରେକର୍ଡ ୧୦-୨ ରହିଛି। ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୨୦ ଓଭରରେ ୧୩୭/୬ (ନୀଦା ଦର୍‌-୫୬*, ବିସ୍‌ମା ମାରୁଫ-୩୨; ଦୀପ୍ତି ଶର୍ମା-୩/୨୭, ପୂଜା ବସ୍ତ୍ରାକାର-୨/୨୩)। ଭାରତ ୧୯.୪ ଓଭରରେ ୧୨୪/ଅଲଆଉଟ: ରିଚା ଘୋଷ୍‌-୨୬, ନାଶ୍ରା ସାନ୍ଧୁ-୩/୩୦, ନୀଦା ଦର୍‌-୨/୨୩ ଓ ସାଦିଆ ଇକ୍‌ବାଲ-୨-୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଆରମ୍ଭ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାରଠାରୁ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଦକ୍ଷତା ଥିବା...

ମ୍ୟାଚ୍‌ ଆରମ୍ଭରୁ ଭାରତକୁ ଝଟ୍‌କା

ଦୁବାଇ,୬।୯: ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଟିମ୍‌କୁ ଝଟ୍‌କା। ମାତ୍ର ୬ ରନ୍‌ କରି ପ୍ୟାଭିଲିୟନ ଫେରିଲେ କେ.ଏଲ୍‌. ରାହୁଲ। ଶ୍ରୀଲଙ୍କା ବୋଲର୍‌ ମହୀଶ ଟିକ୍ନାଙ୍କ ବଲ୍‌ରୁ...

ହୃଦଘାତ୍‌ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ କ୍ରିକେଟର୍‌ଙ୍କ ଖୁଲାସା

ଇସଲାମାବାଦ,୨୯।୯: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ହୃଦଘାତ ହୋଇ ନ ଥିଲା ଏବଂ ନିୟମିତ ଯାଞ୍ଚ ପାଇଁ ଡାକ୍ତରଙ୍କ ନିକଟକୁ...

ଟସ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)...

ଚା’ ଦୋକାନୀଙ୍କ ସହ ରାତ୍ରଭୋଜନ କରି ଋଣ ପ୍ରତିଶୋଧ କରିଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜଣେ ମହାନ ଖେଲାଳି ଏଥିରେ ସନ୍ଦେହ ନାହିଁ। କେବଳ ଖେଳାଳି ଭାବେ ନୁହେଁ, ଜଣେ...

ଜେଲ ଜୀବନ: କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ସିଦ୍ଧୁ, ମିଳିବ ନାହିଁ ୩ ମାସର ପାରିଶ୍ରମିକ

ଚଣ୍ଡିଗଡ଼,୨୫ ।୫: ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ କ୍ରିକେଟର, କମେଣ୍ଟେଟର ପରେ ଏବେ କ୍ଲର୍କ ହୋଇଯାଇଛନ୍ତି । ୩୪ ବର୍ଷ ପୂର୍ବର...

ଆଶାରାମ ବାପୁ, ରାମରହିମ୍‌ ଜେଲ୍‌ ଯାଇଛନ୍ତି,ଶାମି ବି ଯିବେ: ହାସିନ୍‌ ଜହାନ

କୋଲକାତା,୫।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହାସିନ ଜହାନଙ୍କ ଦ୍ୱାରା...

କୋପା ଆମେରିକାରେ କରୋନା ସଙ୍କଟ

ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍‌ଙ୍କ ସମେତ ମୋଟ...

Advertisement
Archives

Model This Week