କେଁ ପୂରାଇଛି ଠିକା ସଂସ୍ଥା: ଆବଶ୍ୟକତା ବେଳେ ଉପଲବ୍ଧ ହେଉନି ୧୦୮
ବଇଣ୍ଡା, ୨୫ା୮ : ନିଃଶୁଳ୍କ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଉପରେ ବଢ଼ୁଛି ନିର୍ଭରଶୀଳତା। ତତ୍କାଳ ସେବା ମଧ୍ୟ ଦେଉଛି ସନ୍ତୋଷ। ହେଲେ ଅନୁଗୋଳ ଜିଲା କିଶୋରନଗରରେ କେଁ ପୂରାଇଛି ଠିକା ସଂସ୍ଥା। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରି କିଶୋରନଗରରେ…
ଜାତୀୟ ପତାକାରେ ମାଂସ ଗୁଡ଼ାଇ ରଖିଲେ ଦୋକାନୀ: ବନ୍ଧବାହାଲରେ ଉତ୍ତେଜନା
ଝାରସୁଗୁଡ଼ା ଅଫିସ,୨୫ା୮: ଜଣେ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏନେଇ ସ୍ଥାନୀୟ ଲୋକେ ଗୁରୁବାର ସମ୍ପୃକ୍ତ ମାଂସ ଦୋକାନ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଦୋକାନ ବଜାର…
ଡିଭାଇଡରରେ ପିଟିହେଲା ବାଇକ୍, ୨ ଜଣଙ୍କ ଜୀବନ ଗଲା
ଛତ୍ରପୁର,୨୫ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ…
ଭାଜପା ମନ୍ତ୍ରୀଙ୍କ ଜିଭ କାଟିବାକୁ ଧମକପୂର୍ଣ୍ଣ ଚିଠି…
ବେଙ୍ଗାଲୁରୁ, ୨୫।୮ : କର୍ନାଟକର ଭାଜପା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଟିପୁ ସୁଲତାନଙ୍କୁ ମୁସଲମାନ ଗୁଣ୍ଡା ବୋଲି କହିଛନ୍ତି। ଏନେଇ ସେ ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚିଠିରେ ଲେଖାଯାଇଛି…
ମୋବାଇଲ କିଣିବାକୁ ଟଙ୍କା ଦେଲେନି ମା’, ଜୀବନ ହାରିଲେ ପୁଅ
ପାଟଣା,୨୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ବଡ଼ମହୁଲଡିହା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷର ଯୁବକ ବୁଧବାର ରାତିରେ କୀଟନାଶକ ପିଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ବିଶ୍ୱାମିତ୍ର ନାଏକ। ସୂଚନାନୁଯାୟୀ,…
କଫିନ ପାଖରେ ହସି ହସି ପୋଜ୍ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ
ଥିରୁଭାନନ୍ତପୁରମ୍,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି ହସି ହସି କ୍ୟାମେରା ଆଗରେ ପୋଜ ଦେଉଥିବା ଦେଖାଯାଉଛି। ଏହି ଫଟୋ ଭାଇରାଲ ପରେ…
ଦିନେ କମିଲେ ଦିନେ ବଢୁଛି: ଆଜି ରାଜ୍ୟରୁ ୩୫୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୫ା୮(ବ୍ୟୁରୋ): ରାଜ୍ୟରୁ ଗୁରୁବାର ୩୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୧୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୦୮ ଜଣ ଚିହ୍ନଟ ହୋଇଥିବା…
ପାକିସ୍ତାନ ଅଧିନାୟକଙ୍କୁ ଭେଟିଲେ କୋହଲି
ୟୁଏଇ,୨୫।୮: ଭାରତୀୟ ଦଳ ଏସିଆ କପ ପାଇଁ ଦୁବାଇରେ ପହଞ୍ଚିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ କୋଚ କରାଯାଇଛି। ତାଙ୍କ କୋଚିଂ ଅଧୀନରେ ଦଳ ତାଲିମ ଆରମ୍ଭ କରିଛି। ନିୟମିତ କୋଚ ରାହୁଲ ଦ୍ରାବିଡ କରୋନାରୁ…
ସିରିଆରେ ରକେଟ ମାଡ଼, ଆମେରିକା ସୈନ୍ୟ ଆହତ…
ଓ୍ବାଶିଂଟନ, ୨୫।୮ : ସିରିଆରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଦୁଇଟି ରକେଟ ମାଡ଼ରେ ତିନି ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ) ଏକ ବିବୃତ୍ତି ଜାରି କରି ଏଭଳି କହିଛି। ଏହା ପରେ…
‘ମୁଁ ମଣିଷ, ମୋର ବି ଏକ ମନ ଅଛି’
ହେଲସିଙ୍କି,୨୫।୮: ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତାଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପାର୍ଟିର ଭିଡିଓ ଭାଇରାଲ୍…
ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର ପାଇବେ ଦିଲ୍ଲୀପ, ନରେନ୍ଦ୍ର
ଭୁବନେଶ୍ୱର,୨୫।୮(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ୍ ପୁରସ୍କାର-୨୦୨୨ ବୁଧବାର ଘୋଷଣା କରାଯାଇଛି। ଶିଶୁ ସାହିତି୍ୟକ ତଥା ବିଜେବି କଲେଜର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଆ…
ବିଦ୍ୟୁତ୍ ଆଘାତରେ ଦୁଇ ହାତୀ ମୃତ
କେନ୍ଦୁଝର,୨୫।୮, ( ସ୍ୱ.ପ୍ର.): କେନ୍ଦୁଝର ଜୁଡ଼ିଆ ଘାଟି ନିକଟସ୍ଥ ଓୟୁଏଟି କ୍ୟାମ୍ପସ ଭିତରେ ବିଦ୍ୟୁତ୍ ଆଘାତରେ ପ୍ରାୟ ତିରିଶ ବର୍ଷ ବୟସ୍କ ଦୁଇ ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାତୀ ଦ୍ବୟ ମାଈ ହାତୀ ବୋଲି ଜଣାପଡ଼ିଛି। ବନ ବିଭାଗ…
Archives


