ଶେରଗଡ଼ର ଐତିହ୍ୟ ଜଗନ୍ନାଥ ମନ୍ଦିର, ଚନ୍ଦ୍ରବିଳାସ ପ୍ରାସାଦ

ଶେରଗଡ଼,୨୬।୧୧(ଡି.ଏନ.ଏ) ସୂର୍ଯ୍ୟନାରାୟଣ ଦାଶ: ଗଞ୍ଜାମ ଜିଲା ଶେରଗଡରେ ରହିଛି ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରବିଳାସ ରାଜପ୍ରାସାଦ। ଏହାକୁ ନେଇ ଶେରଗଡ଼ବାସୀ ଗର୍ବ କରନ୍ତି। ଏହି କୀର୍ତ୍ତି ଆଜି ମୂକସାକ୍ଷୀ ହୋଇ ଛିଡା ହୋଇଛି ବଡ଼ଦାଣ୍ଡ ଶେଷରେ। ଜଗନ୍ନାଥ ମନ୍ଦିରଟି ୫୦୦ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଚନ୍ଦ୍ରବିଳାସ ରାଜପ୍ରାସାଦଟି ୧୨୦ବର୍ଷର ପୁରୁଣା। କୁହାଯାଏ ଏ ଦୁଇଟି କୀର୍ତ୍ତି ମଧ୍ୟରେ ରହିଛି ପାରିବାରିକ ସମ୍ପର୍କ। ଏଥିରେ ପୁରୁଣା କାଳର କାରୁକାର୍ଯ୍ୟର ଛିଟା ଦେଖିବାକୁ ମିଳେ।
କିମ୍ବଦନ୍ତୀରୁ ଜଣାଯାଏ, ଶେରଗଡ ରାଜପରିବାରର ୬ପିଢ଼ି ଏହି ସର୍ବପୁରାତନ ଜଗନ୍ନାଥ ମନ୍ଦିରକୁ ଦେଖି ଆସିଛନ୍ତି । ଏମାନଙ୍କ ମଧ୍ୟରେ ବର୍ତ୍ତମାନ ଥିବା ପୂର୍ଣ୍ଣଚନ୍ଦ୍ର ସିଂଦେଓ ଓ ପ୍ରସନ୍ନ କୁମାର ସିଂଦେଓ ଅଛନ୍ତି। ପୂର୍ବପିଢ଼ି ରାଜାଙ୍କ ମଧ୍ୟରେ ଉଦୟ ପ୍ରତାପ ସିଂଦେଓ, ଶୋଭାଚନ୍ଦ୍ର ସିଂଦେଓ, କୃଷ୍ଣ ମୋହନ ସିଂଦେଓ,ବ୍ରଜ ମୋହନ ସିଂଦେଓ ଏବଂ ଲଷ୍ମୀ ନୃସିଂହ ସିଂଦେଓଙ୍କ ସମେତ ଆହୁରି ଅନେକ ରାଜା ଏହି ମନ୍ଦିର ସହିତ ଜଡିତ।
ବର୍ତ୍ତମାନର ଶ୍ରୀପଦ ମଞ୍ଜରୀ ଉଚ୍ଚ ବିଦ୍ୟାଳୟ ସ୍ଥାନରେ ଥିଲା ସେହି ପୂର୍ବତନ ରାଜଉଆସ। ଯାହାର ନାମ ଥିଲା ଜୟମଙ୍ଗଳ ରାଜପ୍ରାସାଦ। ଏହି ପ୍ରାସାଦରେ ରହି ଆସୁଥିଲେ ସେହି ୬ ପିଢ଼ି ରାଜପରିବାର ସଦସ୍ୟ। ରାଜାଙ୍କ ଚଳଣି କହିଲେ ଶେରଗଡ ଚାରିପଟେ ଚାରିଖଣ୍ଡ ତାଲୁକାରେ ଥିବା ଜମି। ଉକ୍ତ ଜମିର ମାହାସୁଲରୁ ଯାହା ଆଦାୟ ହେଉଥିଲା ରାଜପରିବାର ଚଳିବା ସହ ପରମ୍ପରା ବଜାୟ ରଖୁଥିଲେ। ରାଜପରିବାର ପକ୍ଷରୁ କିଛି ଜମି ଦାନକରି କେତେକ ବ୍ରାହ୍ମଣ ଶାସନ ବସାଇଥିଲେ। ସେଗୁଡ଼ିକ ମଧ୍ୟରେ ବଳିଆରସିଂପୁର ଶାସନ,ହରିକୃଷ୍ଣପୁର ଶାସନ, ରାମକୃଷ୍ଣପୁର ଶାସନ, ମାରୁଶାସନ ଓ ବିଜୟରାଜେନ୍ଦ୍ରପୁର ଶାସନ ଆଦି ସ୍ଥାନରେ ନିଜ ଜମି ଦେଇ ବ୍ରାହ୍ମଣମାନଙ୍କୁ ଡକାଇ ଶାସନ ପ୍ରତିଷ୍ଠା କରିଥିଲେ।
ଶେରଗଡ ରାଜପରିବାର ଓ ଜଗନ୍ନାଥ ମନ୍ଦିର ଭିତରେ ଇଷ୍ଟ ଦେବତା ଓ ସେବାୟତର ସମ୍ପର୍କ ଥିଲା। ଏଣୁ ଜଗନ୍ନାଥ ମନ୍ଦିର ଓ ରାଜପରିବାର ମଧ୍ୟରେ ଏକ ନିବିଡ ଓ ଅତୁଟ ବନ୍ଧନ ବହୁ ପୁରୁଣାକାଳରୁ ରହି ଆସିଛି। ଜୟମଙ୍ଗଳ ରାଜ ପ୍ରାସାଦଟି ବହୁ ପୁରାତନ ହୋଇଥିବାରୁ ରାଜ ପରିବାରଗଣ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ଏକ ନୂଆ ରାଜପ୍ରାସାଦ କରିବାକୁ ମନସ୍ଥ କରି ୧୯୧୨ରେ ରାଜ ପ୍ରାସାଦ ନିର୍ମାଣ ଜଗନ୍ନାଥ ମନ୍ଦିରକୁ ଲାଗି ଆରମ୍ଭ ହେଲା। ଦୀର୍ଘ ୨ବର୍ଷ ଅର୍ଥାତ୍‌ ୧୯୧୬ରେ କାମ ସରିବା ପରେ ଚନ୍ଦ୍ରବିଳାସ ରାଜପ୍ରାସାଦ ଭାବରେ ନାମିତ କରି ସେ ସମୟର ରାଜା ଶୋଭାଚନ୍ଦ୍ର ସିଂଦେଓ ଓ ଉଦୟ ପ୍ରତାପ ସିଂଦେଓ ଏବଂ ତାଙ୍କ ପରିବାର ସେଠାରେ ବସବାସ କଲେ। ନବନିର୍ମିତ ରାଜପ୍ରାସାଦରେ ୫୦ରୁ ଅଧିକ କୋଠରି ଥିଲା। ସେଥିରେ ଦରବାର ହଲ, ବୈଠକ ଖାନା, ରାଣୀ ମହଲ, ପାକଶାଳା,ଭଣ୍ଡାର ଗୃହ, ଅଳଙ୍କାର ଗୃହ, ଗୋଦାମ ଗୃହ, ସ୍ନାନାଗାର ଓ ରାଜ ଅଭିଷେକ ମଣ୍ଡପ ସମେତ ଏମିତି ଅନେକ କିଛି ଗୃହ ରହିଛି।
୧୯୭୬ରେ ରାଜ୍ୟ ସରକାରଙ୍କ ସିଲିଂ ରାଜସ୍ବ ଆଇନ ରାଜପରିବାରର ବହୁତ କିଛି କ୍ଷତି ଘଟାଇଲା। ଶେରଗଡ ବ୍ଲକ ଚାରିଖଣ୍ଡ ତାଲୁକାରେ ଯାହା ଜମି ଥିଲା ତାହା ପୁରା ରାଜସ୍ବ ବିଭାଗ ନିଜ ହାତକୁ ନେଇ ଉକ୍ତ ଜମିକୁ ଗରିବ ଓ ଭୂମିହୀନ ପରିବାରକୁ ପ୍ରଦାନ କରିଦେଲା। ଗରିବ ଭୂମିହୀନ ପରିବାରଙ୍କୁ ସରକାର ରାଜ ପରିବାରଠାରୁ ସିଲିଂ ଆକାରରେ ଜମି ଛଡ଼େଇ ନେଲେ ଅଥଚ ରାଜ ପରିବାର ସହାୟତା କି କ୍ଷତି ପୂରଣ ଦେଲେ ନାହିଁ। ଫଳରେ ରାଜପରିବାର ହଜାର ହଜାର ଭରଣ ଜମି ହରାଇଲେ। ଫଳରେ ରାଜପରିବାର ଚଳଣିରେ ବାଧକ ସାଜିଲା ଅର୍ଥ। ସେହି ପ୍ରଭାବ ମଧ୍ୟ ଜଗନ୍ନାଥ ମନ୍ଦିରରେ ପଡିଲା। ଜଗନ୍ନାଥ ମନ୍ଦିରର ବିକାଶ ଦିଗରେ ରାଜପରିବାରର ମୁଖ୍ୟ ଭୂମିକା ରହିଛି। ରାଜପରିବାର ପତନ ପାଇଁ ସରକାରଙ୍କ ରାଜସ୍ବ ସିଲିଂ ବ୍ୟବସ୍ଥା ଦାୟୀ। ଜଗନ୍ନାଥ ମନ୍ଦିର ୫୦୦ ବର୍ଷ ପୁରୁଣା ହୋଇଥିବା ବେଳେ ରାଜପ୍ରାସାଦ ମଧ୍ୟ ୧୨୦ ବର୍ଷରେ ପହଞ୍ଚିଛି। ଦୁଇଟି ଯାକ ଐତିହାସିକ କୀର୍ତ୍ତିର ପୁନରୁଦ୍ଧାର ଜରୁରୀ। ଏଥିପ୍ରତି ଦୃଷ୍ଟି ନ ଦେଲେ ତାହା ନଷ୍ଟ ହୋଇଯିବ। ଦୁଇଟି ଯାକ କୀର୍ତ୍ତିର ରକ୍ଷଣାବେକ୍ଷଣ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ।
ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ବରିଷ୍ଠ ନେତା ହୃଷୀକେଶ ପାଢୀ, ବାସୁଦେବ ସ୍ବାଇଁ, ଗୌରହରି ବିଷୋୟୀ ଓ ଶ୍ରୀଦୀପ ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦରଖାସ୍ତ ଦେଇ ଏହାର ରକ୍ଷଣା ବେକ୍ଷଣ ଲାଗି ଅନୁରୋଧ କରିଥିବା ଜଣାପଡିଛି। ଏ ସମ୍ପର୍କରେ ରାଜା ସାହେବ ପୂର୍ଣଚନ୍ଦ୍ର ସିଂ ଦେଓ ଓ ପ୍ରସନ୍ନ କୁମାର ସିଂ ଦେଓ କହନ୍ତି, ଆମ ଜଗନ୍ନାଥ ମନ୍ଦିରର ନିତିକାନ୍ତି ଭଳି ରାଜା ରାଜୁଡା ପରମ୍ପରା ଓ ବହୁ ସେବାୟତଙ୍କ ଗହଣରେ ଚାଲିଛି। ଏକ କମିଟି ଗଠନ କରି ପ୍ରାସାଦକୁ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆଯାଇଛି। ମନ୍ଦିର ଓ ରାଜ ପ୍ରାସାଦଟି ପୁରୁଣା ହୋଇଗଲାଣି। ଏହାକୁ ନୂତନ ଭାବେ ନିର୍ମାଣ କରାଗଲେ କିଛି ବର୍ଷ କୀର୍ତ୍ତୀଭାବେ ରହନ୍ତା। ଏହି ଜଗନ୍ନାଥ ମନ୍ଦିର ବହୁ ପୁରାତନ ଏଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦିଅନ୍ତୁ।
ବି.ଚେଇନ ପାତ୍ର, ସୀତାରାମ ପଟ୍ଟନାୟକ କୁହନ୍ତି, ଶେରଗଡ ଜଗନ୍ନାଥ ଚଳନ୍ତି ଠାକୁର। ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି । ଏଣୁ ରାଜପ୍ରାସାଦ ଓ ଜଗନ୍ନାଥ ମନ୍ଦିର ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ।
ପରିବହନ ବିଭାଗର ଅତିରିକ୍ତ ସଚିବ ସମୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri