ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି। ଗୋପାଳପୁର ବନ୍ଦର, ଭାରତୀୟ ବିରଳ ମୃତ୍ତିକା ସଂସ୍ଥା, ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଇଜର ସମେତ ଦୁଇଟି ବିଶ୍ୱବିଦ୍ୟାଳୟ, ଅନେକ କଲେଜ ଓ ମେଡିକାଲ କଲେଜ ଆଦି ଅଛି। ବ୍ୟବସାୟ ବାଣିଜ୍ୟର ପେଣ୍ଠ ବୋଲି କୁହାଯାଉଛି। ଏହାସହ ମହାନଗର ନିକଟସ୍ଥ ମିଲିଟାରୀ କ୍ୟାଣ୍ଟନମେଣ୍ଟ ବହୁବର୍ଷ ତଳୁ ପ୍ରତିଷ୍ଠା ହୋଇଛି। ବିମାନ ଯାତ୍ରା ପାଇଁ ଲୋକେ ଭୁବନେଶ୍ୱର ଓ ବିଶାଖାପାଟଣା ଯିବାକୁ ପଡ଼ୁଛି। ତେଣୁ ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି।
ରାଜ୍ୟର ପଶ୍ଚିମାଞ୍ଚଳର ଝାରସୁଗୁଡ଼ା ଏବଂ ଦକ୍ଷିଣାଞ୍ଚଳର ଜୟପୁରରେ ବିମାନ ବନ୍ଦର ହୋଇଥିବା ବେଳେ ବ୍ରହ୍ମପୁର ପ୍ରତି ଅବହେଳା କରାଯାଇଥିବା ବିଭିନ୍ନ ମହଲ ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ବିମାନ ବନ୍ଦର ଦାବି ନେଇ କେତେକ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହେଉଛି। ବିମାନ ବନ୍ଦର ପାଇଁ ବିସ୍ତୃତ ଜମି ଆବଶ୍ୟକ। ମହାନଗର ପାର୍ଶ୍ୱ ଅଞ୍ଚଳରେ ସରକାରୀ ଜମି ନ ଥିବାରୁ ସମସ୍ୟା ଦେଖାଦେଇଛି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରୁନଥିବା ନାମ ଗୋପନ ରଖି ସର୍ତ୍ତରେ ଜଣେ ପଦାଧିକାରୀ ସୂଚାଇଛନ୍ତି। ଏଭଳି ସ୍ଥିତିରେ ବିମାନ ବନ୍ଦର ଆଶା ମଉଳିବାରେ ଲାଗିଛି।
ବ୍ରିଟିଶ ସରକାର ଅମଳରେ ଶତାଧିକ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌। ସେହି ପାଖରେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭଞ୍ଜ ବିହାର କରାଯାଇଛି। ଏୟାରଷ୍ଟ୍ରିପରେ ହେଲିକପ୍ଟର ଓ ଛୋଟ ବିମାନ ଉଡ଼ାଣର ସୁବିଧା ରହିଛି। ବଡ଼ ବିମାନ ଉଡ଼ାଣ ଲାଗି ରନୱେ ବଢ଼ାଇବା ଆବଶ୍ୟକ ପଡ଼ୁଛି। ସେଥିନିମନ୍ତେ ଘରୋଇ ଜମି ଅଧିଗ୍ରହଣ ପାଇଁ ମୂଲ୍ୟ ମାତ୍ରାଧିକ ହୋଇଥିବାରୁ ସମସ୍ୟା ଉପୁଜିଛି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ କହିବାନୁସାରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ରନ୍‌ୱେ ଲମ୍ବା ହେଲେ ବିମାନ ଚଳାଚଳ ସମ୍ଭବ ହେବ। ଜମି ଅଧିଗ୍ରହଣ ଲାଗି ଆଲୋଚନା ଚାଲିଛି। ଏଥିନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ସହ ସମସ୍ୟା ସମାଧାନ କରାଯିବାର ଦର୍ଶାଇଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକ ରାଜସ୍ବ ଅଧିକାରୀ ତଥା କନିଷି ତହସିଲଦାର କହିଛନ୍ତି, ଏୟାର ଷ୍ଟ୍ରିପ୍‌ ରନ ୱେ ସମ୍ପ୍ରସାରଣ ଲାଗି କେତେ ପରିମାଣର ଜମି ଆବଶ୍ୟକ ସେଥିପାଇଁ ଏୟାରପୋର୍ଟ ଅଥରିଟି ଅଧିକାରୀଙ୍କୁ ଚିଠି ପଠାଯାଇଛି। ସେ ବର୍ତ୍ତମାନ ସୁଦ୍ଧା ଫିଜିବିଲଟି ରିପୋର୍ଟ ଦେଇନାହାନ୍ତି। ତେଣୁ ଘରୋଇ ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେଇଛି। ତଥାପି ତ୍ୱରିତ ପଦକ୍ଷେପ ନିଆଯିବାର ସେ ସ୍ପଷ୍ଟ କରିଛନ୍ତି। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କିଛି ବର୍ଷ ତଳେ ମନ୍ତ୍ରୀ ହୋଇଥିଲେ। ସେତେବେଳେ ପଦକ୍ଷେପ ନେଇନଥିଲେ। ଏବେ ବିମାନ ବନ୍ଦର କରାଯିବାକୁ ସ୍ବର ଉଠାଇଛନ୍ତି।
ଭାଜପା ଓ ଆରଏସ୍‌ଏସ୍‌ର କେତେକ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍‌ ଗଠନ କରିଛନ୍ତି। ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ବହୁବାର ଆନ୍ଦୋଳନ ଏବଂ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି। ବିମାନ ବନ୍ଦର ଲାଗି କେନ୍ଦ୍ର ସରକାର ମଞ୍ଜୁରି ଦେଇ ଦେଇଛନ୍ତି ଏବଂ ରାଜ୍ୟ ସରକାର ଜମି ଯୋଗାଇ ଦେଉନଥିବା ରାଜନୈତିକ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଭାଜପା ନେତୃତ୍ୱାଧିନ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ଆନ୍ଧ୍ରର ଟିଡିପି (ତେଲୁଗୁ ଦେଶମ ପାର୍ଟି) ସାମିଲ ହୋଇଥିଲା। ସେତେବେଳେ ବିଜୟନଗରମ୍‌ ବିଧାୟକ ଗଜପତି ରାଜୁ ବେସାମରିକ ବିମାନ ଚଳାଚଳ କ୍ୟାବିନେଟ ମନ୍ତ୍ରୀ ଥିଲେ। ୨୦୧୬ ଜୁନ ୧୪ରେ ବ୍ରହ୍ମପୁରରେ ଅନୁଷ୍ଠିତ ମୋଦି ସରକାରଙ୍କ ବିଜୟ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ସେତେବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରସଙ୍ଗ ନେଇ ଦାବି ହୋଇଥିଲା। ପଦକ୍ଷେପ ନିଆଯିବାର ସେ ଭାଷଣ ପ୍ରସଙ୍ଗରେ କହିଥିଲେ। ଏହାର ୬ ବର୍ଷ ବିତିଛି ଏବଂ ଟିଡିପିଏନଡିଏରୁ ଓହରିଯାଇଛି। ତେବେ ବିମାନ ବନ୍ଦର ଲାଗି କେନ୍ଦ୍ରର ଆନ୍ତରିକତା ନ ଥିବା ସ୍ପଷ୍ଟ ହୋଇଛି। କେବଳ ରାଜନୀତି ପାଇଁ ଫୋରମ ଗୁରାଳି କରୁଛି। ଗତ କିଛି ବର୍ଷ ତଳେ ଭୁବନେଶ୍ୱର ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ଏକ ଘରୋଇ ଉଦ୍ୟୋଗର ଛୋଟ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। ଟିକେଲ ମୂଲ୍ୟ ବୃଦ୍ଧି ଏବଂ ଯାତ୍ରୀ ଯିବା ଆସିବା ଅତି କମ ଯୋଗୁ ମାତ୍ର ସପ୍ତାହକରେ ତାହା ବନ୍ଦ ହୋଇଯାଇଥିଲା। ଏଭଳି ସ୍ଥିତିରେ ଏବେ ବିମାନ ବନ୍ଦର ପ୍ରତିଷ୍ଠା ଦାବି ଜୋର ଧରିଛି। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri