ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି। ଗୋପାଳପୁର ବନ୍ଦର, ଭାରତୀୟ ବିରଳ ମୃତ୍ତିକା ସଂସ୍ଥା, ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଇଜର ସମେତ ଦୁଇଟି ବିଶ୍ୱବିଦ୍ୟାଳୟ, ଅନେକ କଲେଜ ଓ ମେଡିକାଲ କଲେଜ ଆଦି ଅଛି। ବ୍ୟବସାୟ ବାଣିଜ୍ୟର ପେଣ୍ଠ ବୋଲି କୁହାଯାଉଛି। ଏହାସହ ମହାନଗର ନିକଟସ୍ଥ ମିଲିଟାରୀ କ୍ୟାଣ୍ଟନମେଣ୍ଟ ବହୁବର୍ଷ ତଳୁ ପ୍ରତିଷ୍ଠା ହୋଇଛି। ବିମାନ ଯାତ୍ରା ପାଇଁ ଲୋକେ ଭୁବନେଶ୍ୱର ଓ ବିଶାଖାପାଟଣା ଯିବାକୁ ପଡ଼ୁଛି। ତେଣୁ ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି।
ରାଜ୍ୟର ପଶ୍ଚିମାଞ୍ଚଳର ଝାରସୁଗୁଡ଼ା ଏବଂ ଦକ୍ଷିଣାଞ୍ଚଳର ଜୟପୁରରେ ବିମାନ ବନ୍ଦର ହୋଇଥିବା ବେଳେ ବ୍ରହ୍ମପୁର ପ୍ରତି ଅବହେଳା କରାଯାଇଥିବା ବିଭିନ୍ନ ମହଲ ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ବିମାନ ବନ୍ଦର ଦାବି ନେଇ କେତେକ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହେଉଛି। ବିମାନ ବନ୍ଦର ପାଇଁ ବିସ୍ତୃତ ଜମି ଆବଶ୍ୟକ। ମହାନଗର ପାର୍ଶ୍ୱ ଅଞ୍ଚଳରେ ସରକାରୀ ଜମି ନ ଥିବାରୁ ସମସ୍ୟା ଦେଖାଦେଇଛି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରୁନଥିବା ନାମ ଗୋପନ ରଖି ସର୍ତ୍ତରେ ଜଣେ ପଦାଧିକାରୀ ସୂଚାଇଛନ୍ତି। ଏଭଳି ସ୍ଥିତିରେ ବିମାନ ବନ୍ଦର ଆଶା ମଉଳିବାରେ ଲାଗିଛି।
ବ୍ରିଟିଶ ସରକାର ଅମଳରେ ଶତାଧିକ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌। ସେହି ପାଖରେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭଞ୍ଜ ବିହାର କରାଯାଇଛି। ଏୟାରଷ୍ଟ୍ରିପରେ ହେଲିକପ୍ଟର ଓ ଛୋଟ ବିମାନ ଉଡ଼ାଣର ସୁବିଧା ରହିଛି। ବଡ଼ ବିମାନ ଉଡ଼ାଣ ଲାଗି ରନୱେ ବଢ଼ାଇବା ଆବଶ୍ୟକ ପଡ଼ୁଛି। ସେଥିନିମନ୍ତେ ଘରୋଇ ଜମି ଅଧିଗ୍ରହଣ ପାଇଁ ମୂଲ୍ୟ ମାତ୍ରାଧିକ ହୋଇଥିବାରୁ ସମସ୍ୟା ଉପୁଜିଛି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ କହିବାନୁସାରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ରନ୍‌ୱେ ଲମ୍ବା ହେଲେ ବିମାନ ଚଳାଚଳ ସମ୍ଭବ ହେବ। ଜମି ଅଧିଗ୍ରହଣ ଲାଗି ଆଲୋଚନା ଚାଲିଛି। ଏଥିନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ସହ ସମସ୍ୟା ସମାଧାନ କରାଯିବାର ଦର୍ଶାଇଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକ ରାଜସ୍ବ ଅଧିକାରୀ ତଥା କନିଷି ତହସିଲଦାର କହିଛନ୍ତି, ଏୟାର ଷ୍ଟ୍ରିପ୍‌ ରନ ୱେ ସମ୍ପ୍ରସାରଣ ଲାଗି କେତେ ପରିମାଣର ଜମି ଆବଶ୍ୟକ ସେଥିପାଇଁ ଏୟାରପୋର୍ଟ ଅଥରିଟି ଅଧିକାରୀଙ୍କୁ ଚିଠି ପଠାଯାଇଛି। ସେ ବର୍ତ୍ତମାନ ସୁଦ୍ଧା ଫିଜିବିଲଟି ରିପୋର୍ଟ ଦେଇନାହାନ୍ତି। ତେଣୁ ଘରୋଇ ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେଇଛି। ତଥାପି ତ୍ୱରିତ ପଦକ୍ଷେପ ନିଆଯିବାର ସେ ସ୍ପଷ୍ଟ କରିଛନ୍ତି। ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କିଛି ବର୍ଷ ତଳେ ମନ୍ତ୍ରୀ ହୋଇଥିଲେ। ସେତେବେଳେ ପଦକ୍ଷେପ ନେଇନଥିଲେ। ଏବେ ବିମାନ ବନ୍ଦର କରାଯିବାକୁ ସ୍ବର ଉଠାଇଛନ୍ତି।
ଭାଜପା ଓ ଆରଏସ୍‌ଏସ୍‌ର କେତେକ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍‌ ଗଠନ କରିଛନ୍ତି। ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ବହୁବାର ଆନ୍ଦୋଳନ ଏବଂ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି। ବିମାନ ବନ୍ଦର ଲାଗି କେନ୍ଦ୍ର ସରକାର ମଞ୍ଜୁରି ଦେଇ ଦେଇଛନ୍ତି ଏବଂ ରାଜ୍ୟ ସରକାର ଜମି ଯୋଗାଇ ଦେଉନଥିବା ରାଜନୈତିକ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଭାଜପା ନେତୃତ୍ୱାଧିନ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ଆନ୍ଧ୍ରର ଟିଡିପି (ତେଲୁଗୁ ଦେଶମ ପାର୍ଟି) ସାମିଲ ହୋଇଥିଲା। ସେତେବେଳେ ବିଜୟନଗରମ୍‌ ବିଧାୟକ ଗଜପତି ରାଜୁ ବେସାମରିକ ବିମାନ ଚଳାଚଳ କ୍ୟାବିନେଟ ମନ୍ତ୍ରୀ ଥିଲେ। ୨୦୧୬ ଜୁନ ୧୪ରେ ବ୍ରହ୍ମପୁରରେ ଅନୁଷ୍ଠିତ ମୋଦି ସରକାରଙ୍କ ବିଜୟ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ସେତେବେଳେ ବ୍ରହ୍ମପୁର ବିମାନ ବନ୍ଦର ପ୍ରସଙ୍ଗ ନେଇ ଦାବି ହୋଇଥିଲା। ପଦକ୍ଷେପ ନିଆଯିବାର ସେ ଭାଷଣ ପ୍ରସଙ୍ଗରେ କହିଥିଲେ। ଏହାର ୬ ବର୍ଷ ବିତିଛି ଏବଂ ଟିଡିପିଏନଡିଏରୁ ଓହରିଯାଇଛି। ତେବେ ବିମାନ ବନ୍ଦର ଲାଗି କେନ୍ଦ୍ରର ଆନ୍ତରିକତା ନ ଥିବା ସ୍ପଷ୍ଟ ହୋଇଛି। କେବଳ ରାଜନୀତି ପାଇଁ ଫୋରମ ଗୁରାଳି କରୁଛି। ଗତ କିଛି ବର୍ଷ ତଳେ ଭୁବନେଶ୍ୱର ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ଏକ ଘରୋଇ ଉଦ୍ୟୋଗର ଛୋଟ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। ଟିକେଲ ମୂଲ୍ୟ ବୃଦ୍ଧି ଏବଂ ଯାତ୍ରୀ ଯିବା ଆସିବା ଅତି କମ ଯୋଗୁ ମାତ୍ର ସପ୍ତାହକରେ ତାହା ବନ୍ଦ ହୋଇଯାଇଥିଲା। ଏଭଳି ସ୍ଥିତିରେ ଏବେ ବିମାନ ବନ୍ଦର ପ୍ରତିଷ୍ଠା ଦାବି ଜୋର ଧରିଛି। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?