୨୭ରେ ପ୍ରଚାର କରିବେ ଅଶ୍ୱିନୀ, ତୋମାର

ଭୁବନେଶ୍ବର, ୨୬।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୨୭ ତାରିଖରେ ସେମାନଙ୍କ ନିର୍ବାଚନ ସଭା ହେବ ବୋଲି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା ଓ ବୀମା କମ୍ପାନୀଗୁଡ଼ିକ ସହ ମଧୁଚନ୍ଦ୍ରିକା ଯୋଗୁ ଫସଲ ବୀମା ଯୋଜନାରେ ଚାଷୀମାନେ ସେମାନଙ୍କ ନ୍ୟାଯ୍ୟ ହକ୍‌ରୁ ବଞ୍ଚିତ ହେଉଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତୋମାରଙ୍କ ହସ୍ତକ୍ଷେପରେ ଏହାର ସମାଧାନ ହେଲା। ଚାଷୀମାନଙ୍କୁ ବୀମା ଅର୍ଥ ମିଳିଲା। ସେହିଭଳି ପଦ୍ମପୁରରେ ରେଳ ଚାଲିବା ପାଇଁ ଥିବା ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ୨୦୨୧ରେ ଅନୁମୋଦନ ଦେଇସାରିଥିବା ବେଳେ ରାଜ୍ୟ ସରକାର ଜମି ଯୋଗାଇ ନ ଦେବାରୁ ପ୍ରକଳ୍ପ କାମ ଆଗେଇପାରୁନାହିଁ। ଚାଷୀ ସମସ୍ୟାକୁ ନେଇ ପଦ୍ମପୁର ଉପନିର୍ବାଚନରେ ବିଜେଡି ଏବଂ ଭାଜପା ମଧ୍ୟ ରାଜନୀତି ଜୋର୍‌ ଧରିଛି। ତେଣୁ ଏଭଳି ସମୟରେ ତୋମାରଙ୍କୁ ଆଣି ଭାଜପା ଚାଷୀ ସମସ୍ୟାରୁ ଫାଇଦା ନେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ସେହିପରି ରେଳ ପ୍ରକଳ୍ପ ପ୍ରସଙ୍ଗରେ ମଧ୍ୟ ରାଜନୀତି ଚାଲିଥିବା ବେଳେ ଏଥିରୁ କିପରି ଫାଇଦା ଉଠାଇହେବ ସେନେଇ ଭାଜପା ରେଳମନ୍ତ୍ରୀଙ୍କୁ ପ୍ରଚାର ମଇଦାନରେ ଓହ୍ଲାଇବାକୁ ଯୋଜନା କରିବା ନେଇ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇ ମନାଇଲେ ବିଜୟ ଉତ୍ସବ: ପରସ୍ପରକୁ ମିଠା ଖୁଆଇ…

ହାଟଡିହୀ,୪l୫(ଶୁଭକାନ୍ତ ନାୟକ): ପଶ୍ଚିମବଙ୍ଗରେ ଭାଜପାର ବାଜିମାତକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ସୋମବାର ସନ୍ଧ୍ୟାରେ ଭାଜପା ବିଜୟ ଉତ୍ସବ ପାଳନ କରିଛି ।…

ଭାଜପାର ପ୍ରଚଣ୍ଡ ବିଜୟ: ବାଣ ଫୁଟାଇ, ବାଜା ବଜାଇ ନାଚ ଗୀତରେ ମସଗୁଲ ହେଲେ ଭାଜପାକର୍ମୀ

ଅତାବିରା, ୪।୫(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମବଙ୍ଗର ଜନସାଧାରଣ ଅନ୍ୟାୟ ବଦଳରେ ନ୍ୟାୟ ଏବଂ ଭୟ ବଦଳରେ ଭରସାକୁ ବାଛିଛନ୍ତି । ଭାଜପାକୁ ବିପୁଳ ସମର୍ଥନ ପାଇଁ ପଶ୍ଚିମବଙ୍ଗର ଏହି…

ଶିବ ମନ୍ଦିର ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମ ଶ୍ରୀ ନାଗେଶ୍ୱର ଶିବ ମନ୍ଦିର ନିକଟରୁ ସୋମବାର ସନ୍ଧ୍ୟାରେ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ…

ଋଣ ଟଙ୍କା ପାଇଁ ଖଣ୍ଡଯୁଦ୍ଧ: ଆକ୍ରମଣ ପ୍ରତି ଆକ୍ରମଣରେ ୫ ଆହତ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଲ୍ଲୀ ସାମନ୍ତରାପୁର ଗ୍ରାମରେ ୫ ହଜାର ଋଣ ଟଙ୍କା ପରିଶୋଧକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି।ଏହି ଆକ୍ରମଣ…

ବିଭିନ୍ନ ରାଜ୍ୟରେ ଭାଜପାର ବିପୁଳ ବିଜୟ: ବାଣ ଫୁଟାଇ, ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଭାଜପାକର୍ମୀ

ଗଞ୍ଜାମ,୪।୫(ଅନାଥ ତରାଇ): ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଏକତରଫା ଓ ଚିତ୍ତାକର୍ଷକ ବିଜୟକୁ ନେଇ ଆଜି ଗଞ୍ଜାମ ମଣ୍ଡଳ ପକ୍ଷରୁ ଏକ…

ଦିଲ୍ଲୀ ଗ୍ରସ୍ତ ସ୍କିପ୍‌ କଲେ ଧୋନୀ

ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍‌କେ…

ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁହାରି କଲେ ଲୋକେ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।…

ଖୁସିରେ କହୁ କହୁ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଚାହିଁ ରହିଗଲେ ଶାହା-ନୀତିନ ନବୀନ

ନୂଆଦିଲ୍ଲୀ,୪।୫:ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିସ୍ମୟକର ବିଜୟ ପରେ ଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri