ଭୁଶୁଡ଼ିଲା ଭିତରକନିକା ଖୋଳା ପର୍ଯ୍ୟଟନ ଜେଟି

ରାଜନଗର, ୨୬ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଖୋଳା ଏଣ୍ଟ୍ରି ପଏଣ୍ଟ ନିକଟରେ ଥିବା ଜେଟି ଶୁକ୍ରବାର ସନ୍ଧ୍ୟାରେ ସନ୍ଧ୍ୟାରେ ଭୁଶୁଡି ପଡିଛି। ପ୍ରାୟ ୨୦ ଫୁଟ ଚଉଡାର ମାଟି ଅତଡା ଧସିବା ସହ ଜେଟିର ନଦୀ ପଟରେ ଥିବା ପିଲାର ଦବି ଯାଇ ଧସେଇ ପଡିଛି। ଜେଟି ଧସେଇ ପଡିବା ପରେ ଶନିବାର ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସିବାକୁ ଥିବା ପର୍ଯ୍ୟକମାନେ କିପରି ଜଳପଥରେ ଯାତ୍ରା କରିବେ ସେ ନେଇ ଚିନ୍ତା ବଢିଛି। ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ପସନ୍ଦ କରିଥାନ୍ତି। କୁମ୍ଭୀର ସାଲୁବାଲୁ ବ୍ରାହ୍ମଣୀ ନଦୀରେ ପର୍ଯ୍ୟଟକମାନେ ବୋଟରେ ଚଢିବା ଓ ଓହ୍ଲାଇବା ପାଇଁ ପୂର୍ବରୁ ଥିବା ଜେଟି ଭାଙ୍ଗିଯିବା ପରେ ୨୦୧୮ରେ ନୂତନ ଜେଟି ନିର୍ମାଣ ହୋଇଥିଲା। ହଠତ୍‌ ଜେଟି ର ନଦୀ ମଧ୍ୟକୁ ଥିବା ପିଲାର ଧସିବା ସହ କିଛି ଅଂଶ ଧସି ପଡିଛି। ଜେଟିିଟି ଏପରି ଭାବେ ଧସିଛି, ବୋଟରେ ଆଉ ଯିବା ସମ୍ଭବ ନୁହେଁ। କେବଳ ଜେଟି ନୁହେଁ ନିକଟରେ ପ୍ରାୟ ୨୦ ଫୁଟର ମାଟି ଅତଡା ଧସି ଯାଇଛି। ପର୍ଯ୍ୟଟକମାନଙ୍କ ଭିଡ ଆରମ୍ଭ ହୋଇଯାଇଥିବା ବେଳେ ଜେଟି ଧସି ପଡିବା ଘଟଣା ପର୍ଯ୍ୟଟକମାନେ କିପରି ବୋଟରେ ଚଢିବେ ଓ ଓହ୍ଲାଇବେ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଯୁଦ୍ଧକାଳୀନ ଭିତରିରେ ବହ୍ଲା ମାଧ୍ୟମରେ ଶନିବାର ସୁଦ୍ଧା ଅସ୍ଥାୟୀ ଜେଟି ନିର୍ମାଣ କରାଯିବ ବୋଲି କନିକା ରେଞ୍ଜ ଅଫିସର ମାନସ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ...

କୋରାପୁଟରେ ଉତ୍ପାଦିତ କଫି ଗଲା କର୍ନାଟକ

କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟର ଉତ୍ପାଦିତ ୩୧୮ କୁଇଣ୍ଟାଲ କଫି ଶନିବାର ୨ଟି ଟ୍ରକରେ କର୍ନାଟକ ପଠାଯାଇଛି। ଏହାକୁ ଜିଲାପାଳ ଅବଦାଲ ମହମ୍ମଦ ଅଖତାର ପତକା ଦେଖାଇ ଶୁଭାରମ୍ଭ...

ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ଜଳେଶ୍ୱର, ୨୪।୧(ଡି.ଏନ.ଏ./ସ୍ବ.ପ୍ର)-ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆ ଛକରେ ଶୁକ୍ରବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଧାନସିମୁଳିଆ ଗ୍ରାମର ଅଜୟ ଭୂୟାଁଙ୍କ ମୃତ୍ୟୁ ଘଟିଛି। ଅଜୟ ସାଇକେଲରେ...

କରୋନା ସଂକଟରେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଅଟୋ ଚାଳକ

ବୁଗୁଡ଼ା, ୫।୬(ଡି.ଏନ୍‌.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା...

ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଜିଲା ଆଦିବାସୀ ସଂଘ

ଲୋଇସିଂହା,୬ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଦିବାସୀ ସଂଘ ଓ ଗୋଣ୍ଡଓନା ଛାତ୍ର ସଂଘ ମିଳିତ ଆନୁକୂଲ୍ୟରେ ଲୋଇସିଂହା ଓ ହୀରାପୁର ପଞ୍ଚାୟତର ୩୦ ଗରିବ ତଥା ଅସହାୟ...

ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ବୈଠକ

ଅନୁଗୋଳ ଅଫିସ, ୨୨।୯ – ଅନୁଗୋଳ ଜିଲା ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିଶୁ...

ପନିକି ଘାଟିରେ ବରଯାତ୍ରୀ ଗାଡି ଓଲଟି, ୭ ଗୁରୁତର

ତେଲକୋଇ, ୨୮।୪(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗ୍ରାମରେ ଝିଅ ବାହାଘର ହୋଇଥିଲା। ଶନିବାର ଗ୍ରାମବାସୀ ମହିଳା ଓ ପୁରୁଷ ମିଶି ଝିଅକୁ ବିଦା...

ସଂଗ୍ରାମୀଙ୍କ ଗାଁ ଚମ୍ପାଇଲୋ ଅବହେଳିତ

ଖୋର୍ଦ୍ଧା ଅଫିସ,୨୦ା୧: ‘ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’। ସ୍ବାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ଡାକରା ଭାରତୀୟଙ୍କ ମଧ୍ୟରେ...

Advertisement
Archives

Model This Week